इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ମନପ୍ରାଣ ଦେଇ ସେବା କଲେ ଅନେକ ଆଶିଷ ମିଳେ

ମନପ୍ରାଣ ଦେଇ ସେବା କଲେ ଅନେକ ଆଶିଷ ମିଳେ

ଇଲୀଶାୟ, ରାଜା ଯୋୟାଶ୍‌କୁ ଗୋଟେ କାମ କରିବା ପାଇଁ କହିଲେ । ଯୋୟାଶ୍‌ ସେହି କାମକୁ ଯେପରି ଭାବେ କରନ୍ତା, ସେଥିରୁ ଜଣାପଡ଼ନ୍ତା ଯେ ଇସ୍ରାଏଲ, ଅରାମ ଉପରେ କେତେ ଜୟ ହାସଲ କରନ୍ତା (୨ରାଜା ୧୩:୧୫-୧୮)

ଯୋୟାଶ୍‌ ସେହି କାମକୁ ମନପ୍ରାଣ ଦେଇ କଲା ନାହିଁ । ତେଣୁ ସେ ଅରାମକୁ ପୂରାପୂରି ଜିତିପାରିଲା ନାହିଁ (୨ରାଜା ୧୩:୧୯; ପ୍ର୧୦-ହି ୪/୧୫ ପୃ ୨୬-୨୭ ¶୧୧)

ଯିହୋବା ସେହି ଲୋକମାନଙ୍କୁ ଅନେକ ଆଶିଷ ଦିଅନ୍ତି, ଯେଉଁମାନେ ତାଙ୍କୁ ମନପ୍ରାଣ ଦେଇ ଖୋଜନ୍ତି (ଏବ୍ରୀ ୧୧:୬; ପ୍ର୧୩-ଇଂ ୧୧/୧ ପୃ ୧୧ ¶୫-୬)

ନିଜକୁ ପଚାରନ୍ତୁ: ‘ମୁଁ ଯିହୋବାଙ୍କ ଉପାସନା କିପରି କରେ ? ଯେପରି, କʼଣ ମୁଁ ମନପ୍ରାଣ ଦେଇ ବାଇବଲ ପଢ଼େ ? ସଭାକୁ ଯିବା ଓ ପ୍ରଚାର କରିବା ପାଇଁ କଠିନ ପରିଶ୍ରମ କରେ ?’