ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବା ଆମ କଠିନ ପରିଶ୍ରମକୁ କେବେ ଭୁଲନ୍ତି ନାହିଁ
ବେଳେବେଳେ ହୁଏତ ଆମକୁ ଲାଗିପାରେ ଯେ ଆମେ ଲୋକମାନଙ୍କ ପାଇଁ ଯେଉଁ ପରିଶ୍ରମ କରୁଛୁ, ତାହା କେହି ଧ୍ୟାନ ଦେଉନାହାନ୍ତି । ଏପରିକି କେହି ତାକୁ ମନେ ବି ରଖନ୍ତି ନାହିଁ । କିନ୍ତୁ ଆମେ ଯିହୋବାଙ୍କ ସେବା ପାଇଁ ଯେଉଁ ପରିଶ୍ରମ କରୁଛୁ, ତାʼ ବିଷୟରେ ଆପଣ କʼଣ କହିବେ ? ଯିହୋବା ସେସବୁ କେବେ ମଧ୍ୟ ଭୁଲିବେ ନାହିଁ । ସେ ଆମ କଠିନ ପରିଶ୍ରମକୁ ବହୁତ ମୂଲ୍ୟବାନ ମନେ କରନ୍ତି । ଏପରିକି ଯଦି ଆମେ ଅଧିକ ବୟସ ଯୋଗୁଁ କିମ୍ବା ଖରାପ ସ୍ୱାସ୍ଥ୍ୟ ଯୋଗୁଁ ତାଙ୍କ ସେବା ଅଧିକ କରିପାରୁ ନାହୁଁ, ତାହେଲେ ମଧ୍ୟ ସେ ଆମକୁ ଭୁଲିବେ ନାହିଁ । ସେ ଆମକୁ କେବେ ମଧ୍ୟ ଛାଡ଼ିବେ ନାହିଁ ।—ଏବ୍ରୀ ୬:୧୦.
ଯିହୋବା କେବେ ଭୁଲନ୍ତି ନାହିଁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଭାଇ ହିବ୍ସମେନ୍ କେଉଁ ଅଲଗା ଅଲଗା ଉପାୟରେ ଯିହୋବାଙ୍କ ସେବାରେ କଠିନ ପରିଶ୍ରମ କଲେ ?
-
ଯେବେ ଭାଇ ହିବ୍ସମେନ୍ଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଗଲା ଓ ସେ ଅଧିକ ବୟସ ହେବାରୁ ବେଶି କରିପାରୁ ନ ଥିଲେ, ତେବେ ଯିହୋବା କିପରି ତାଙ୍କୁ ମନେ ରଖିଲେ ?
-
ଆମେ କାହିଁକି କହିପାରିବା ଯେ ସାରା ଜୀବନ ପୂର୍ଣ୍ଣ ସମୟର ସେବା କରିବା ଯୋଗୁଁ ଭାଇ ହିବ୍ସମେନ୍ଙ୍କ ଜୀବନ ବହୁତ ଖୁସିଭରା ଥିଲା ?—ହିତୋ ୧୦:୨୨