ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଦାନ କର”
ଯୀଶୁଙ୍କ କଥାରୁ ଜଣାପଡ଼େ ଯେ ଯେବେ ଜଣେ ଲୋକ ଉଦାର ଥାଏ, ତେବେ ତାକୁ ଦେଖି ଅନ୍ୟମାନେ ବି ଉଦାର ହୁଅନ୍ତି । (ଲୂକ ୬:୩୮) ଯଦି ଅନ୍ୟମାନଙ୍କୁ ଦେବା ଓ ଦାନ କରିବାକୁ ଆମେ ନିଜ ଅଭ୍ୟାସ କରିବା, ତେବେ ତାହା ଦେଖି ଭାଇଭଉଣୀମାନେ ବି ଉଦାର ହେବେ ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବେ ।
ଖୁସିର ସହ ଅନ୍ୟମାନଙ୍କୁ ଦେବା ଓ ଦାନ କରିବା ଆମ ଉପାସନାର ଗୋଟିଏ ଭାଗ ଅଟେ । ଯେଉଁ ଭାଇଭଉଣୀ ହୃଦୟ ଖୋଲି ଦାନ ଦିଅନ୍ତି, ଆଉ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି, ଯିହୋବା ସେମାନଙ୍କ ଉପରେ ଧ୍ୟାନ ଦିଅନ୍ତି । ସେ ଏହା ବି ପ୍ରତିଜ୍ଞା କରିଛନ୍ତି ଯେ ସେ ସେମାନଙ୍କୁ ଆଶିଷ ଦେବେ ।—ହିତୋ ୧୯:୧୭.
ଆପଣଙ୍କ ଉଦାରତା ଆମେ କେବେ ଭୁଲିବା ନାହିଁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଆପଣଙ୍କ ଦାନର ପଇସାରୁ ଭାଇଭଉଣୀଙ୍କୁ କିପରି ସାହାଯ୍ୟ କରାଯାଉଛି ?
-
ହୁଏତ ଆମେ ଯେଉଁ ଦାନ ଦେଉ ତାହା ବହୁତ କମ୍ ଥିବ, ତଥାପି ଆମେ କାହିଁକି ଦାନ ଦେଉଥିବା ଉଚିତ୍ ?—jw.org ୱେବସାଇଟ୍ରେ ଥିବା “ପ୍ରଚୁରତା ଅଭାବକୁ ପୂରଣ କରେ” ଲେଖା ମଧ୍ୟ ପଢ଼ନ୍ତୁ ।