ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଆମେ ଯାହା ଭାବୁ, ସେଥିରେ ଆମକୁ ନିର୍ଦ୍ଦୋଷ ରହିବାର ଅଛି
ଆମେ ଯାହା କଥା ହେଉ ଓ ଯାହା କାମ କରୁ, କେବଳ ସେହି ମାମଲାଗୁଡ଼ିକରେ ନିର୍ଦ୍ଦୋଷ ରହିବା ଯଥେଷ୍ଟ ନୁହେଁ । ଆମେ କʼଣ ଭାବୁ, ସେଥିରେ ମଧ୍ୟ ଆମକୁ ନିର୍ଦ୍ଦୋଷ ରହିବାର ଅଛି । (ଗୀତ ୧୯:୧୪) ତେଣୁ ବାଇବଲ ଆମକୁ ପ୍ରୋତ୍ସାହନ ଦିଏ ଯେ ଆମେ ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରୀତିଭାଜନ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍ଗୁଣ ଓ ପ୍ରଶଂସାର ବିଷୟ ଅଟେ, ସେଗୁଡ଼ିକ ଉପରେ ଆମେ ଭାବୁ । (ଫିଲିପ୍ ୪:୮) ଏହା ସତ ଯେ ସବୁବେଳେ ଖରାପ ଚିନ୍ତାଧାରାଗୁଡ଼ିକୁ ନିଜ ମନରେ ଆସିବାରୁ ରୋକିବା ସମ୍ଭବ ନୁହେଁ । ଯଦି ଆମେ ସଂଯମ ରଖିବା, ତେବେ ଆମେ ନିଜ ମନରୁ ଖରାପ ଚିନ୍ତାଧାରାକୁ ବାହାର କରିପାରିବା ଓ ତାʼ ପରିବର୍ତ୍ତେ ଭଲ କଥାଗୁଡ଼ିକ ବିଷୟରେ ଭାବିପାରିବା । ଆଉ ଯଦି ଆମେ ଭଲ କଥାଗୁଡ଼ିକ ବିଷୟରେ ଭାବିବା, ତେବେ ଆମେ ଭଲ କାମ ମଧ୍ୟ କରିବା ଓ ଏପରି ଭାବେ ଆମେ ନିର୍ଦ୍ଦୋଷ ହୋଇରହିବା ।—ମାର୍କ ୭:୨୧-୨୩.
ଆଗକୁ ଦିଆଯାଇଥିବା ପଦଗୁଡ଼ିକ ତଳେ ଲେଖନ୍ତୁ ଯେ ଆମେ କେଉଁ ଭୁଲ ଚିନ୍ତାଧାରାରୁ ଦୂରେଇ ରହିବା ଉଚିତ୍: