इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ମୁଁ କʼଣ କରିପାରିବି ଯାହାଦ୍ୱାରା ସାକ୍ଷୀମାନଙ୍କ ଭଲ ନାମ ରହୁ

ମୁଁ କʼଣ କରିପାରିବି ଯାହାଦ୍ୱାରା ସାକ୍ଷୀମାନଙ୍କ ଭଲ ନାମ ରହୁ

ଲୋକମାନେ ଏକଥା ଉପରେ ଧ୍ୟାନ ଦିଅନ୍ତି ଯେ ଯିହୋବାଙ୍କ ସାକ୍ଷୀମାନେ କେଉଁ ଭଳି ଲୋକ ଅଟନ୍ତି, ସେମାନଙ୍କ ଚାଲିଚଳନ କିପରି ଅଟେ । (୧କରି ୪:୯) ତେଣୁ ଆମକୁ ନିଜକୁ ପଚାରିବା ଉଚିତ୍‌, ‘କʼଣ ମୋ କଥା ଓ କାମଗୁଡ଼ିକରୁ ଯିହୋବାଙ୍କ ମହିମା ହୁଏ ?’ (୧ପିତ ୨:୧୨) ଅନେକ ବର୍ଷରୁ ଯିହୋବାଙ୍କ ସାକ୍ଷୀମାନେ ଭଲ ନାମ ଅର୍ଜନ କରିଛନ୍ତି । ତେଣୁ ଆମେ ଏପରି କିଛି ବି କରିବା ପାଇଁ ଚାହୁଁନୁ ଯାହାଯୋଗୁଁ ଆମ ଏହି ନାମ ଉପରେ ଖରାପ ପ୍ରଭାବ ପଡ଼ୁ ।—ଉପ ୧୦:୧.

ଲେଖନ୍ତୁ ଯେ ଆଗକୁ ଦିଆଯାଇଥିବା କିଛି ପରିସ୍ଥିତିରେ ଜଣେ ଖ୍ରୀଷ୍ଟିୟାନକୁ କʼଣ କରିବା ଉଚିତ୍‌ ଓ ତାକୁ ବାଇବଲର କେଉଁ ସିଦ୍ଧାନ୍ତଗୁଡ଼ିକରୁ ସାହାଯ୍ୟ ମିଳିପାରେ:

  • ଜଣେ ବ୍ୟକ୍ତି, ଯିଏ ସାକ୍ଷୀ ନୁହେଁ, ରାଗରେ ଆସି ଆପଣଙ୍କ ବିରୁଦ୍ଧରେ କଥା କହେ

  • ଆପଣଙ୍କ ଘରର ଜିନିଷଗୁଡ଼ିକ ଏପଟସେପଟ ପଡ଼ିଛି, ଆପଣଙ୍କ କପଡ଼ା ମଇଳା ଅଛି କିମ୍ବା ଆପଣଙ୍କ ଗାଡ଼ି ମଇଳା ଅଛି

  • ଅଞ୍ଚଳର କୌଣସି ନିୟମ ଆପଣଙ୍କୁ ଠିକ୍‌ ଲାଗୁନି କିମ୍ବା ଆପଣଙ୍କୁ ତାହା ପାଳନ କରିବା କଠିନ ଲାଗୁଛି

ଲେଖନ ବିଭାଗରେ ଅନୁସନ୍ଧାନ କରୁଥିବା ଭାଇଭଉଣୀ କʼଣ କରନ୍ତି, ଯାହାଦ୍ୱାରା ସାକ୍ଷୀମାନଙ୍କ ଭଲ ନାମ ରହୁ ?

ଆମେ ସତ୍ୟ ପ୍ରତି ଅନ୍ୟମାନଙ୍କ ହୃଦୟରେ ପ୍ରେମ ଓ କୃତଜ୍ଞତା ବଢ଼ାଉ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏପ୍ରଶ୍ନର ଉତ୍ତର ଦିଅନ୍ତୁ:

ସଂଗଠନ ସଠିକ୍‌ ତଥ୍ୟ ଦେବା ପାଇଁ ଯେଉଁ ପରିଶ୍ରମ କରେ, ସେବିଷୟରେ ଆପଣଙ୍କୁ କେଉଁ କଥା ଭଲ ଲାଗିଲା ?