इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

“କିଛି ସଞ୍ଚୟ କରି ରଖ”

“କିଛି ସଞ୍ଚୟ କରି ରଖ”

ଆମକୁ ଦାନ ଦେବାର ଯେଉଁ ସମ୍ମାନ ମିଳିଛି ତାକୁ ପରିସ୍ଥିତି ଉପରେ ଛାଡ଼ିବା ଉଚିତ୍‌ ନୁହେଁ, ବରଂ ଆମକୁ ନିୟମିତ ଭାବେ ଦାନ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିବା ଉଚିତ୍‌ । ପ୍ରେରିତ ପାଉଲ ଯେବେ ଏହା କହିଲେ ଯେ ଆମକୁ “କିଛି ସଞ୍ଚୟ କରି” ରଖିବା ଉଚିତ୍‌, ତେବେ ସେ ଏହା ହିଁ କରିବା ପାଇଁ ପ୍ରୋତ୍ସାହନ ଦେଉଥିଲେ । (୧କରି ୧୬:୨) ଯଦି ଆମେ ଈଶ୍ୱରଙ୍କ ପ୍ରେରଣାରେ ଲେଖାଥିବା ଏହି ପରାମର୍ଶକୁ ମାନିବା, ତେବେ ଆମେ ସତ୍ୟ ଉପାସନାକୁ ସହଯୋଗ କରିପାରିବା ଓ ଏଥିରୁ ଆମକୁ ଖୁସି ମିଳିବ । ହୋଇପାରେ ଆମେ ଦାନରେ ବେଶି କିଛି ଦେଇପାରିବାନି । ତଥାପି ଆମେ ମନେରଖିପାରିବା ଯେ ଯିହୋବା ଜାଣନ୍ତି ଯେ ଆମେ ନିଜ ବହୁମୂଲ୍ୟ ଜିନିଷ ଦେଇ ତାଙ୍କର ସମ୍ମାନ କରିବାକୁ ଚାହୁଁ ଓ ତାହାକୁ ସେ ବହୁତ ବହୁମୂଲ୍ୟ ମନେକରନ୍ତି ।—ହିତୋ ୩:୯.

କିଛି ସଞ୍ଚୟ କରି ରଖିବା ପାଇଁ ଧନ୍ୟବାଦ ! ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ପଇସା ଦାନ ଦେବା ପାଇଁ ଆଗରୁ ଯୋଜନା ପ୍ରସ୍ତୁତ କରିବା ଦ୍ୱାରା କʼଣ ଲାଭ ହେବ ?

  • ଅନେକ ଭାଇଭଉଣୀ “କିଛି ସଞ୍ଚୟ କରି” ରଖିବା ପାଇଁ କʼଣ କରନ୍ତି ?