୧୬-୨୨ ଡିସେମ୍ବର
ଗୀତସଂହିତା ୧୧୯:୫୭-୧୨୦
ଗୀତ ୧୨୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. କେଉଁ କେଉଁ ଉପାୟରେ ସମସ୍ୟାଗୁଡ଼ିକୁ ସହିପାରିବା
(୧୦ ମି.)
ଈଶ୍ୱରଙ୍କ ବାକ୍ୟକୁ ପଢ଼ିବା ଓ ଅଧ୍ୟୟନ କରିବା ଜାରି ରଖନ୍ତୁ (ଗୀତ ୧୧୯:୬୧; ପ୍ର୦୬-ହି ୭/୧ ପୃ ୧୨ ¶୨; ପ୍ର୦୦-ହି ୧୨/୧ ପୃ ୧୪-୧୫ ¶୩)
ସମସ୍ୟାଗୁଡ଼ିକର ସାମନା କରନ୍ତୁ, ତେବେ ଯାଇ ଆପଣ ନିଜଠାରେ ଭଲ ଗୁଣଗୁଡ଼ିକୁ ବଢ଼ାଇପାରିବେ (ଗୀତ ୧୧୯:୭୧; ପ୍ର୦୬-ହି ୯/୧ ପୃ ୧୯ ¶୨)
ଯିହୋବାଙ୍କଠାରୁ ସାନ୍ତ୍ୱନା ପାଇବା ପାଇଁ ପ୍ରାର୍ଥନା କରନ୍ତୁ (ଗୀତ ୧୧୯:୭୬; ପ୍ର୧୭.୦୭-ହି ପୃ ୧୩ ¶୩, ୫)
ନିଜକୁ ପଚାରନ୍ତୁ: ‘ଯିହୋବା କେଉଁ କେଉଁ ଉପାୟରୁ ମୋତେ ସମସ୍ୟାଗୁଡ଼ିକୁ ସହିବା ପାଇଁ ସାହାଯ୍ୟ କଲେ ?’
୨. ବହୁମୂଲ୍ୟ ରତ୍ନ
(୧୦ ମି.)
-
ଗୀତ ୧୧୯:୯୬—ଏହି ପଦର ଅର୍ଥ କʼଣ ହୋଇପାରେ ? (ପ୍ର୦୬-ହି ୯/୧ ପୃ ୧୯ ¶୩)
-
ଏ ସପ୍ତାହର ପଦଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୧୧୯:୫୭-୮୦ (ଶିଖାଇବା ଅଧ୍ୟୟନ ୧୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ଆମ ୱେବସାଇଟ୍ ବିଷୟରେ କହନ୍ତୁ ଏବଂ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଘରମାଲିକଙ୍କୁ ପରବର୍ତ୍ତୀ ଜନଭାଷଣ ପାଇଁ ଡାକନ୍ତୁ । ରାଜ୍ୟଘରେ କʼଣ ହୁଏ ? ଭିଡିଓ ବିଷୟରେ କହନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)
୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା
(୫ ମି.) ପ୍ରଦର୍ଶନୀ । ପ୍ର୧୩-ହି ୭/୧ ପୃ ୪—ବିଷୟ: କʼଣ ପ୍ରାକୃତିକ ବିପତ୍ତିଗୁଡ଼ିକରୁ ଏପରି ଜଣାପଡ଼େ ଯେ ପରମେଶ୍ୱର ନିଷ୍ଠୁର ଅଟନ୍ତି ? (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)
ଗୀତ ୧୨୮
୭. ଯିହୋବା ଆମକୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରନ୍ତି
(୧୫ ମି.) ଆଲୋଚନା ।
ଧୈର୍ଯ୍ୟ ଧରିବାର ଅର୍ଥ ହେଉଛି, ସମସ୍ୟାଗୁଡ଼ିକ ସମୟରେ ହାର ମାନିବାନି । ଏହାର ଅର୍ଥ ଏହା ବି ଯେ ଆମେ ନିଜ ବିଶ୍ୱାସ ଦୃଢ଼ ରଖିବା, ସଠିକ୍ ଦୃଷ୍ଟିକୋଣ ରଖିବା ଏବଂ ସେହି ସମୟର ଆଶା ରଖିବା ଯେବେ କୌଣସି ସମସ୍ୟା ନ ଥିବ । ଯଦି ଆମେ ଧୈର୍ଯ୍ୟ ଧରିବା ତାହେଲେ ଆମେ “ପଶ୍ଚାତ୍ପଦ” ହେବାନି, ଅର୍ଥାତ୍ ସମସ୍ୟା ଆସିଲେ ଆମେ ଯିହୋବାଙ୍କ ସେବାରେ ପଛଘୁଞ୍ଚା ଦେବାନି । (ଏବ୍ରୀ ୧୦:୩୬-୩୯) ଆଉ ଯିହୋବା ବି ଆମକୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରିବାକୁ ଚାହାନ୍ତି ।—ଏବ୍ରୀ ୧୩:୬.
ପ୍ରତ୍ୟେକ ପଦର ପରେ ଲେଖନ୍ତୁ ଯେ ଯିହୋବା କେଉଁ କେଉଁ ଉପାୟରୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରନ୍ତି ।
ସମସ୍ୟାରେ ପଡ଼ିଥିବା ଲୋକଙ୍କ ପାଇଁ ହୃଦୟରୁ ପ୍ରାର୍ଥନା କରନ୍ତୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
jw.org ୱେବସାଇଟ୍ ସାହାଯ୍ୟରେ ଆମେ ସେହି ଭାଇଭଉଣୀଙ୍କ ବିଷୟରେ କିପରି ଜାଣିପାରିବା, ଯେଉଁମାନେ ସମସ୍ୟାଗୁଡ଼ିକର ସାମନା କରୁଛନ୍ତି ?
-
ବାପାମାଆମାନେ ନିଜ ପିଲାମାନଙ୍କୁ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା କିପରି ଶିଖାଇପାରିବେ ? ଏପରି କଲେ କʼଣ ଲାଭ ହୁଏ ?
-
ଯିହୋବା ଆମ ଭାଇଭଉଣୀମାନଙ୍କୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରନ୍ତୁ, ଏପରି ପ୍ରାର୍ଥନା କରିବା କାହିଁକି ଜରୁରୀ ?
-
ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କଲେ ଆମକୁ କିପରି ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ ମିଳେ ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୨-ହି ଅଧ୍ୟୟନ ଲେଖା ୮ ¶୧-୭