इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୮-୨୪ ନଭେମ୍ବର

ଗୀତସଂହିତା ୧୦୭–୧୦୮

୧୮-୨୪ ନଭେମ୍ବର

ଗୀତ ୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ‘ଯିହୋବାଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ’

(୧୦ ମି.)

ଯିହୋବା ଯେପରି ଭାବେ ଇସ୍ରାଏଲୀୟମାନଙ୍କୁ ବାବିଲରୁ ମୁକ୍ତ କଲେ, ଠିକ୍‌ ସେହିଭଳି ସେ ଆମକୁ ଶୟତାନର ଏହି ଦୁନିଆରୁ ମୁକ୍ତ କରିଛନ୍ତି (ଗୀତ ୧୦୭:୧, ୨; କଲ ୧:୧୩, ୧୪)

ଆମେ ଯିହୋବାଙ୍କ କୃତଜ୍ଞ ଅଟୁ, ତେଣୁ ମଣ୍ଡଳୀରେ ତାଙ୍କ ପ୍ରଶଂସା କରୁ (ଗୀତ ୧୦୭:୩୧, ୩୨; ପ୍ର୦୭-ହି ୫/୧ ପୃ ୮ ¶୨)

ଯିହୋବା ଏବେ ଯାଏଁ ଆମ ପାଇଁ କʼଣ କʼଣ କରିଛନ୍ତି, ଯଦି ଆମେ ସେବିଷୟରେ ଗଭୀର ଭାବେ ଚିନ୍ତନ କରିବା ତେବେ ଆମେ ସବୁବେଳେ ତାଙ୍କ କୃତଜ୍ଞ ରହିବା (ଗୀତ ୧୦୭:୪୩; ପ୍ର୧୫-ହି ୧/୧୫ ପୃ ୯ ¶୪)

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୧୦୮:୯—ଏହି ପଦରେ ଲେଖାଥିବା କଥା କେବେ ପୂରା ହେବ ? (ଇନସାଇଟ୍‌-୨ ପୃ ୪୨୦ ¶୪)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଜଣେ ବ୍ୟକ୍ତିଙ୍କୁ କହନ୍ତୁ ଯେ ଆମେ ଲୋକଙ୍କୁ ବାଇବଲରୁ ମଧ୍ୟ ଶିଖାଉ । ତାʼପରେ ତାଙ୍କୁ ବାଇବଲରୁ ଶିଖନ୍ତୁ ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୬. ଭାଷଣ

(୫ ମି.) ଯୁବକ-ଯୁବତୀମାନଙ୍କ ପ୍ରଶ୍ନ ୯୦—ବିଷୟ: ମୋ ସହିତ ସବୁବେଳେ ଖରାପ ହେବ, ଏପରି ଚିନ୍ତାଧାରାଠାରୁ ମୁଁ କିପରି ଦୂରେଇ ରହିପାରିବି ? (ଶିଖାଇବା ଅଧ୍ୟୟନ ୧୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୪୬

୭. ଆମେ ଗୀତ ଗାଇ ଯିହୋବାଙ୍କୁ ଧନ୍ୟବାଦ ଦେଉ

(୧୫ ମି.) ଆଲୋଚନା ।

ଯେତେବେଳେ ଯିହୋବା ଇସ୍ରାଏଲୀୟମାନଙ୍କୁ ଲୋହିତ ସାଗର (ସୂଫ ସାଗର) ପାଖରେ ଶକ୍ତିଶାଳୀ ମିସ୍ରୀୟମାନଙ୍କଠାରୁ ରକ୍ଷା କଲେ, ସେତେବେଳେ ସେମାନେ ଯିହୋବାଙ୍କ କୃତଜ୍ଞ ମନେ କଲେ । ନିଜର କୃତଜ୍ଞତା ଦେଖାଇବା ପାଇଁ ସେମାନେ ଗୋଟିଏ ନୂଆ ଗୀତ ଗାଇଲେ । (ଯାତ୍ରା ୧୫:୧-୧୯) ଏହି ଗୀତ ପୁରୁଷମାନେ ଆରମ୍ଭ କଲେ । (ଯାତ୍ରା ୧୫:୨୧) ଯୀଶୁ ଏବଂ ସେସମୟର ଖ୍ରୀଷ୍ଟିୟାନମାନେ ମଧ୍ୟ ଈଶ୍ୱରଙ୍କ ପ୍ରଶଂସା କରିବା ପାଇଁ ଗୀତ ଗାଇଲେ । (ମାଥି ୨୬:୩୦; କଲ ୩:୧୬) ଆଜି ଆମେ ବି ଯିହୋବାଙ୍କର କୃତଜ୍ଞ ମନେ କରୁ, ତେଣୁ ଆମେ ମଣ୍ଡଳୀର ସଭା, ସମ୍ମିଳନୀ ଓ ଅଧିବେଶନଗୁଡ଼ିକରେ ଗୀତ ଗାଉ । ଏବେ ଆମେ ଯେଉଁ ଗୀତ ଗାଇଲୁ, “ତେରା ଏହସାନ୍‌ ମାନତେ ୟହୋୱା,” ଏହି ଗୀତକୁ ଆମେ ୧୯୬୬ ମସିହାରୁ ସଭାଗୁଡ଼ିକରେ ଗାଇ ଆସୁଛୁ ।

କିଛି ଜାଗାଗୁଡ଼ିକରେ ହୁଏତ ପୁରୁଷମାନଙ୍କୁ ଲୋକମାନଙ୍କ ଆଗରେ ଗୀତ ଗାଇବା ଭଲ ଲାଗେ ନାହିଁ । ଆଉ କେହି ଏପରି ଭାବନ୍ତି ଯେ ମୋର ସ୍ୱର ଭଲ ନାହିଁ । କିନ୍ତୁ ଆମେ ମନେ ରଖିବା ଉଚିତ୍‌ ଯେ ସଭାଗୁଡ଼ିକରେ ଗୀତ ଗାଇବା ଆମ ଉପାସନା କରିବାର ଗୋଟିଏ ଭାଗ ଅଟେ । ଯିହୋବାଙ୍କ ସଂଗଠନ ବହୁତ ପରିଶ୍ରମ କରି ଗୀତ ପ୍ରସ୍ତୁତ କରେ ଏବଂ ସଭା ପାଇଁ ବହୁତ ଭାବିଚିନ୍ତି ଗୀତ ବାଛେ । ଆମକୁ କେବଳ ଅନ୍ୟମାନଙ୍କ ସହିତ ମିଶି ସେହି ଗୀତକୁ ଗାଇବାର ଅଛି ଏବଂ ଏପରି କରି ଯିହୋବାଙ୍କ ପାଇଁ ନିଜ ପ୍ରେମ ଓ କୃତଜ୍ଞତା ଦେଖାଇବାର ଅଛି ।

ଅତୀତରୁ ଆଜି ଯାଏ—ଗୀତ ଏକ ଉପହାର, ଭାଗ ୨ ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ୧୯୪୪ ମସିହାରେ କେଉଁ ବିଶେଷ ଘଟଣା ଘଟିଲା ?

  • ସାଇବେରିଆରେ ଭାଇଭଉଣୀମାନେ କିପରି ରାଜ୍ୟଗୀତ ପାଇଁ ନିଜର କୃତଜ୍ଞତା ଦେଖାଇଲେ ?

  • ଗୀତ ଗାଇବା ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ କାହିଁକି ବହୁତ ଜରୁରୀ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୭୩ ଏବଂ ପ୍ରାର୍ଥନା