इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୩-୨୯ ଡିସେମ୍ବର

ଗୀତସଂହିତା ୧୧୯:୧୨୧-୧୭୬

୨୩-୨୯ ଡିସେମ୍ବର

ଗୀତ ୩୧ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ସମସ୍ୟାରେ ପଡ଼ିବାରୁ କିପରି ବଞ୍ଚିପାରିବା ?

(୧୦ ମି.)

ଈଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ପ୍ରେମ କରନ୍ତୁ (ଗୀତ ୧୧୯:୧୨୭; ପ୍ର୧୮.୦୬-ହି ପୃ ୧୭ ¶୫-୬)

ଖରାପ ଜିନିଷକୁ ଘୃଣା କରନ୍ତୁ (ଗୀତ ୧୧୯:୧୨୮; ପ୍ର୯୩-ହି ୪/୧୫ ପୃ ୧୭ ¶୧୨)

ଯିହୋବାଙ୍କ କଥା ଶୁଣନ୍ତୁ ଓ ସେହି ଭୁଲଗୁଡ଼ିକ କରିବାରୁ ନିଜକୁ ଦୂରେଇ ରଖନ୍ତୁ, ଯାହା “ନିର୍ବୋଧ” ଲୋକେ କରନ୍ତି (ଗୀତ ୧୧୯:୧୩୦, ୧୩୩; ହିତୋ ୨୨:୩)

ନିଜକୁ ପଚାରନ୍ତୁ: ‘ଈଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ପ୍ରେମ କରିବା ଓ ଖରାପ ଜିନିଷକୁ ଘୃଣା କରିବା ଜାରି ରଖିବା ପାଇଁ ମୋତେ କʼଣ ସୁଧାର କରିବାକୁ ପଡ଼ିବ ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୧୧୯:୧୬୦—ଏହି ପଦ ଅନୁସାରେ ଆମକୁ କେଉଁ କଥା ଉପରେ ଭରସା ହେବା ଉଚିତ୍‌ ? (ପ୍ର୨୩.୦୧ ପୃ ୨ ¶୨)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ କହନ୍ତୁ ଯେ ତାଙ୍କୁ ଯେଉଁ ବିଷୟରେ ଆଗ୍ରହ ଅଛି, ସେହି ବିଷୟ ସହ ଜଡ଼ିତ ତଥ୍ୟ ସେ jw.org ୱେବସାଇଟ୍‌ରେ କିପରି ଖୋଜିପାରିବେ । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)

୬. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଏପରି ଜଣେ ବିଦ୍ୟାର୍ଥୀଙ୍କ ସହ ଚର୍ଚ୍ଚା କରନ୍ତୁ ଯିଏ ସଭାରେ ଲଗାତାର ଆସନ୍ତି ନାହିଁ । (ଲୋକଙ୍କୁ ପ୍ରେମ ପାଠ ୧୨ ପଏଣ୍ଟ ନଂ. ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୨୧

୭. ପଇସାର ପ୍ରେମ ଅନେକ ସମସ୍ୟା ଆଣେ

(୧୫ ମି.) ଆଲୋଚନା ।

ଯେଉଁମାନେ ପଇସା ପଛରେ ଯାʼନ୍ତି, ସେମାନେ ବହୁତ “ଦୁଃଖରେ ଆପଣା ଆପଣା ହୃଦୟ ବିଦୀର୍ଣ୍ଣ” କରନ୍ତି । (୧ତୀମ ୬:୯, ୧୦) ଯଦି ଆମେ ବି ପଇସାକୁ ପ୍ରେମ କରିବା କିମ୍ବା ଭାବିବା ଯେ ପଇସା ହିଁ ସବୁକିଛି ତାହେଲେ ଆମକୁ ବହୁତ କ୍ଷତି ହୋଇପାରେ । ଯେପରି,

  • ହୁଏତ ଆମେ ଯିହୋବାଙ୍କଠାରୁ ଦୂରେଇ ଯିବା ।—ମାଥି ୬:୨୪.

  • ଆମ ପାଖରେ ଯାହା କିଛି ଅଛି, ସେଥିରୁ ଆମେ ଖୁସି ରହିବାନି ।—ଉପ ୫:୧୦.

  • ମିଛ କହିବା, ଚୋରି କରିବା, ଧୋକା ଦେବା ଭଳି ଖରାପ କାମଠାରୁ ଦୂରେଇ ରହିବା ଆମ ପାଇଁ ବହୁତ କଠିନ ହୋଇଯିବ । (ହିତୋ ୨୮:୨୦) ଆଉ ଯଦି ଆମ ଦ୍ୱାରା ଖରାପ କାମ ହୋଇଯାଏ, ତାହେଲେ ଦୋଷର ଭାବନା ସହ ଲଢ଼ିବାକୁ ପଡ଼ିବ, ଆମେ ବଦନାମ ହୋଇଯିବା ଆଉ ଯିହୋବା ବି ଖୁସି ହେବେ ନାହିଁ

ଏବ୍ରୀ ୧୩:୫ ପଢ଼ନ୍ତୁ ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ପଇସା ମାମଲାରେ କିପରି ଦୃଷ୍ଟିକୋଣ ରଖିଲେ ଆମେ ନିଜକୁ ଦୁଃଖ ଦେବାରୁ ଦୂରେଇ ରହିପାରିବା, ଏପରି ଦୃଷ୍ଟିକୋଣ ରଖିବା କାହିଁକି ଜରୁରୀ ?

ହୁଏତ ଆମକୁ ପଇସାର ପ୍ରେମ ନ ଥିବ, କିନ୍ତୁ ଯଦି ଆମେ ପଇସାର ସଠିକ୍‌ ବ୍ୟବହାର କରିବାନି ତାହେଲେ ବି ଆମକୁ କଷ୍ଟ ସହିବାକୁ ପଡ଼ିବ ।

ଭାବିଚିନ୍ତି ପଇସାର ବ୍ୟବହାର କରନ୍ତୁ ହ୍ୱାଇଟ୍‌ବାର୍ଡ କାର୍ଟୁନ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆମକୁ କାହିଁକି ବଜେଟ୍‌ ପ୍ରସ୍ତୁତ କରିବା ଦରକାର ? ଆମେ ଏହା କିପରି କରିପାରିବା ?

  • କିଛି ପଇସା ସଞ୍ଚୟ କରି ରଖିବା କାହିଁକି ଜରୁରୀ ?

  • ଆମେ ଅଯଥା ଋଣ ନେବାରୁ କିପରି ବଞ୍ଚିପାରିବା ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୦୧ ଏବଂ ପ୍ରାର୍ଥନା