इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୪-୧୦ ନଭେମ୍ବର

ଗୀତସଂହିତା ୧୦୫

୪-୧୦ ନଭେମ୍ବର

ଗୀତ ୩ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ‘ସେ ନିଜ ନିୟମ ସଦାକାଳ ସ୍ମରଣ କରିଅଛନ୍ତି’

(୧୦ ମି.)

ଯିହୋବା ଅବ୍ରହାମଙ୍କୁ ଗୋଟିଏ ପ୍ରତିଜ୍ଞା କଲେ । ତାʼପରେ ସେ ଇସ୍‌ହାକ ଓ ଯାକୁବଙ୍କ ସହ ମଧ୍ୟ ସେହି ପ୍ରତିଜ୍ଞା କଲେ (ଆଦି ୧୫:୧୮; ୨୬:୩; ୨୮:୧୩; ଗୀତ ୧୦୫:୮-୧୧)

ଏହି ପ୍ରତିଜ୍ଞା ପୂରା ହେବା ଅସମ୍ଭବ ଲାଗୁଥିଲା (ଗୀତ ୧୦୫:୧୨, ୧୩; ପ୍ର୨୩.୦୪ ପୃ ୨୮ ¶୧୧-୧୨)

ଯିହୋବା ଅବ୍ରହାମଙ୍କ ସହ ଯେଉଁ ନିୟମ କରିଥିଲେ, ତାହା ସେ ଭୁଲିଲେ ନାହିଁ (ଗୀତ ୧୦୫:୪୨-୪୪; ଇନସାଇଟ୍‌-୨ ପୃ ୧୨୦୧ ¶୨)


ନିଜକୁ ପଚାରନ୍ତୁ: ‘ଯିହୋବା ଭରସାଯୋଗ୍ୟ ଅଟନ୍ତି, ଏହା ଜାଣି କିପରି ମୋର ଭରସା ବଢ଼େ ଯେ ମୋ ଭବିଷ୍ୟତ ଭଲ ହେବ ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୧୦୫:୧୭-୧୯—‘ଯିହୋବାଙ୍କ ବାକ୍ୟରୁ’ ଯୋଷେଫ କିପରି ନିଜ ଭିତରେ ଭଲ ଗୁଣ ବଢ଼ାଇପାରିଲେ ? (ପ୍ର୮୬-ଇଂ ୧୧/୧ ପୃ ୧୯ ¶୧୫)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୧ ମି.) ଘର ଘର ପ୍ରଚାର । ଘରମାଲିକ ବ୍ୟସ୍ତ ଅଛନ୍ତି । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)

୫. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ଘର ଘର ପ୍ରଚାର । ଯେବେ ଘରମାଲିକ ଯୁକ୍ତିତର୍କ କରିବାକୁ ଲାଗନ୍ତି, ତେବେ ପ୍ରେମର ସହ କଥାବାର୍ତ୍ତା ବନ୍ଦ କରିଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୫)

୬. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଗତଥର ଘରମାଲିକ ଯେଉଁ ବିଷୟରେ ଆଗ୍ରହ ଦେଖାଇଥିଲେ, ସେହି ବିଷୟ ଆଧାରିତ ତାଙ୍କୁ ଗୋଟିଏ ପତ୍ରିକା ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)

୭. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଘରମାଲିକଙ୍କୁ JW ଲାଇବ୍ରେରୀ ଆପ୍‌ ବିଷୟରେ ଜଣାନ୍ତୁ ଏବଂ କହନ୍ତୁ ଯେ ସେ ଏହାକୁ କିପରି ଡାଉନଲୋଡ୍‌ କରିପାରିବେ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୮୪

୮. ଆପଣ ନିଜ ପ୍ରେମ କିପରି ଦେଖାଇପାରିବେ

(୧୫ ମି.) ଆଲୋଚନା ।

ଯେବେ ଆମେ ରାଜ୍ୟର କାମ ପାଇଁ ନିଜ ସମୟ, ଶକ୍ତି ଓ ପଇସା ଦେଉ, ତେବେ ଆମେ ଯିହୋବା ଯାହାକୁ ରାଜା ନିଯୁକ୍ତ କରିଛନ୍ତି ଅର୍ଥାତ୍‌ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ନିଜ ପ୍ରେମ ଦେଖାଇ ଥାଉ । ଏହା ଦେଖି ଯିହୋବା ଆମକୁ ଆହୁରି ଅଧିକ ପ୍ରେମ କରନ୍ତି । (ଯୋହ ୧୪:୨୩) ତାʼଛଡ଼ା ଆମ ଦାନରୁ ଭାଇଭଉଣୀମାନଙ୍କୁ ବି ବହୁତ ଲାଭ ହୁଏ । jw.org ୱେବସାଇଟ୍‌ରେ “ଦାନ କରାଯାଉଥିବା ପଇସାକୁ କିପରି ବ୍ୟବହାର କରାଯାଏ ?” (ହିନ୍ଦୀ) ଭାଗରେ ଯେଉଁ ଲେଖା ଦିଆଯାଇଛି, ସେଥିରୁ ଜଣାପଡ଼େ ଯେ ଆମ ଦାନରୁ ସାରା ଦୁନିଆରେ ଭାଇଭଉଣୀମାନଙ୍କୁ କେତେ ଅଧିକ ଲାଭ ହେଉଛି ।

ଆପଣଙ୍କ ଦାନରୁ ହୁଏ ଅନେକ ଲାଭ ଭିଡିଓ ଦେଖାନ୍ତୁ ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯେବେ ଦାନର ପଇସାକୁ ଭାଇଭଉଣୀମାନଙ୍କୁ ଯିହୋବାଙ୍କ ଉପାସନା କରିବାର ସ୍ୱାଧୀନତା ଦେବା ପାଇଁ ବ୍ୟବହାର କରାଗଲା, ତେବେ ଏଥିରୁ ସେମାନଙ୍କୁ କʼଣ ଲାଭ ହେଲା ?

  • ଦାନର ପଇସାକୁ “ସାମ୍ୟଭାବ” ଅର୍ଥାତ୍‌ ସମାନ ଭାଗ କରାଯିବା ଯୋଗୁଁ କିପରି ରାଜ୍ୟଘର ନିର୍ମାଣ କରିବା ପାଇଁ ସାହାଯ୍ୟ ହେଲା ?—୨କରି ୮:୧୪.

  • ଦାନର ପଇସାକୁ ଅନେକ ଭାଷାରେ ବାଇବଲର ଅନୁବାଦ କରିବା ପାଇଁ ବ୍ୟବହାର କରାଯିବା ଦ୍ୱାରା କʼଣ ଲାଭ ହେଲା ?

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୯୭ ଏବଂ ପ୍ରାର୍ଥନା