इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରକାଶିତ ବାକ୍ୟ ୧-୩

‘ଆମ୍ଭେ ତୁମ୍ଭର କର୍ମ ଜାଣୁ’

‘ଆମ୍ଭେ ତୁମ୍ଭର କର୍ମ ଜାଣୁ’

୧:୨୦; ୨:୧, ୨

  • “ସପ୍ତ ନକ୍ଷତ୍ର”: ଏହା ମଣ୍ଡଳୀର ଅଭିଷିକ୍ତ ପ୍ରାଚୀନମାନଙ୍କୁ ଦର୍ଶାଏ କିନ୍ତୁ ଏହା ସମସ୍ତ ପ୍ରାଚୀନଙ୍କ ଉପରେ ମଧ୍ୟ ଲାଗୁ ହୁଏ

  • “[ଯୀଶୁଙ୍କ] ଦକ୍ଷିଣ ହସ୍ତରେ”: ଏହା ସୂଚାଏ ଯେ ନକ୍ଷତ୍ରଗୁଡ଼ିକ ଉପରେ ଯୀଶୁଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ଏବଂ ସେଗୁଡ଼ିକୁ ପରିଚାଳନା କରିବା ପାଇଁ ତାହାଙ୍କଠାରେ ଶକ୍ତି ରହିଛି । ଯଦି ପ୍ରାଚୀନମାନଙ୍କ ସମୂହରେ କାହାରିକୁ ଅନୁଶାସନ ଆବଶ୍ୟକ ହୁଏ, ତେବେ ଯୀଶୁ ତାହା ଦେଖନ୍ତି ଏବଂ ସେ ସଠିକ୍‌ ସମୟ ଓ ସଠିକ୍‌ ଉପାୟରେ ତାଙ୍କୁ ଅନୁଶାସନ ଦେଇଥାʼନ୍ତି

  • “ସପ୍ତ ସୁବର୍ଣ୍ଣ ପ୍ରଦୀପ”: ଏହା ଖ୍ରୀଷ୍ଟିୟାନ ମଣ୍ଡଳୀଗୁଡ଼ିକୁ ଦର୍ଶାଏ । ପବିତ୍ର ତମ୍ବୁରେ ଥିବା ଦୀପବୃକ୍ଷ ଯେପରି ଚାରିଆଡ଼େ ଆଲୋକ ଦେଉଥିଲା, ଠିକ୍‌ ସେହିପରି ଖ୍ରୀଷ୍ଟିୟାନ ମଣ୍ଡଳୀଗୁଡ଼ିକ ମଧ୍ୟ ଆଧ୍ୟାତ୍ମିକ ଆଲୋକ ପ୍ରଦାନ କରିଥାଏ । (ମାଥି ୫:୧୪) ଯୀଶୁ ଆଜି ପ୍ରଦୀପ “ମଧ୍ୟରେ ଗମନାଗମନ” କରନ୍ତି ଅର୍ଥାତ୍‌, ସେ ସମସ୍ତ ମଣ୍ଡଳୀଗୁଡ଼ିକର କାର୍ଯ୍ୟକଳାପକୁ ନିରୀକ୍ଷଣ କରନ୍ତି