इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବା ଜାଣନ୍ତି ଆମକୁ କʼଣ ଆବଶ୍ୟକ

ଯିହୋବା ଜାଣନ୍ତି ଆମକୁ କʼଣ ଆବଶ୍ୟକ

ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ “ଯଥା ସମୟରେ” ଆମକୁ ଭୋଜନ ଯୋଗାଏ । ଏହା ଦେଖାଏ ଯେ ଏହି ଦାସକୁ ଯିହୋବା ନିର୍ଦ୍ଦେଶ ଦିଅନ୍ତି ଏବଂ ସେ ଆମର ଆଧ୍ୟାତ୍ମିକ ଆବଶ୍ୟକତା ଜାଣନ୍ତି । (ମାଥି ୨୪:୪୫) ଏହାର ଅନେକ ପ୍ରମାଣ ରହିଛି । ଆଞ୍ଚଳିକ ଅଧିବେଶନ ଓ ସପ୍ତାହ ମଝିରେ ହେଉଥିବା ସଭା ଏହାର ଉଦାହରଣ ।

ଶିକ୍ଷା ସମିତି ରିପୋର୍ଟ—୨୦୧୭  (ହିନ୍ଦୀ) ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆମେ ସଠିକ୍‌ ସମୟରେ ଅଧିବେଶନର ଯେଉଁ ଆନନ୍ଦ ନେଉ, ଏହା ପାଇଁ କିଏ ପ୍ରଶଂସା ପାଇବାର ଯୋଗ୍ୟ ଏବଂ କାହିଁକି ?

  • ଅଧିବେଶନ ପାଇଁ ପ୍ରସ୍ତୁତି କେବେଠାରୁ ଆରମ୍ଭ ହୁଏ ?

  • ଅଧିବେଶନର ବିଷୟଗୁଡ଼ିକୁ କିପରି ବଛାଯାଏ ?

  • ଅଧିବେଶନର ପ୍ରସ୍ତୁତି କରିବାରେ କʼଣ କʼଣ ସାମିଲ୍‌ ରହିଛି ?

  • ଗିଲିଅଡ୍‌ରେ ଶିଖାଯାଇଥିବା ଅଧ୍ୟୟନ କରିବାର ପଦ୍ଧତି କିପରି ସପ୍ତାହ ମଝିରେ ହେଉଥିବା ସଭାର ତଥ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ ?

  • ସଭା ପୁସ୍ତିକାକୁ ପ୍ରସ୍ତୁତି କରିବା ପାଇଁ ବିଭିନ୍ନ ବିଭାଗ କିପରି ଏକା ସାଙ୍ଗେ କାମ କରନ୍ତି ?

ଯିହୋବାଙ୍କଠାରୁ ମିଳୁଥିବା ଆଧ୍ୟାତ୍ମିକ ଭୋଜନ ବିଷୟରେ ଆପଣଙ୍କୁ  କିପରି ଲାଗେ ?