इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରକାଶିତ ବାକ୍ୟ ୪-୬

ଚାରି ଅଶ୍ୱାରୋହୀଙ୍କର ଦୌଡ଼

ଚାରି ଅଶ୍ୱାରୋହୀଙ୍କର ଦୌଡ଼

୬:୨, ୪-୬, 

ଯୀଶୁ ‘ବିଜୟୀ ହେଲେ’ ଅର୍ଥାତ୍‌ ସେ ସ୍ୱର୍ଗରେ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ ଯୁଦ୍ଧ କଲେ ଏବଂ ସେମାନଙ୍କୁ ପୃଥିବୀକୁ ଫିଙ୍ଗି ଦେଲେ । ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ କାର୍ଯ୍ୟକଳାପ ବର୍ତ୍ତମାନ ପୃଥିବୀରେ ସୀମିତ । ଯୀଶୁ ନିଜ ସେବକମାନଙ୍କ ତରଫରୁ ଏବେ ମଧ୍ୟ ଜୟ କରି ଆସୁଛନ୍ତି । ସେ ଏହି ଶେଷକାଳରେ ସେମାନଙ୍କୁ ସାହାଯ୍ୟ ଓ ସୁରକ୍ଷା ଦେଉଛନ୍ତି । ସେ ଖୁବ୍‌ ଶୀଘ୍ର “ଜୟ କରିବାକୁ” [“ନିଜ ଜୟ ସମ୍ପୂର୍ଣ୍ଣ କରିବାକୁ,” NW] ବାହାରିଯିବେ । ଅର୍ଥାତ୍‌ ସେ ବାକି ତିନି ଅଶ୍ୱାରୋହୀଙ୍କ ଦୌଡ଼କୁ ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ସମାପ୍ତ କରିବେ ଏବଂ ତାʼପରେ ସେମାନଙ୍କ ଦୌଡ଼ ଯୋଗୁଁ ହୋଇଥିବା ସମସ୍ତ ହାନିର କ୍ଷତିପୂରଣ କରିବେ ।