इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବା ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି

ଯିହୋବା ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି

ଦ୍ୱିତୀୟ କରିନ୍ଥୀୟ ୯:୭ ପଦ ଆମକୁ କହେ: “ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଙ୍କଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ୱର ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି ।” ଆଜି ଆମ ପାଖରେ ଅନଲାଇନ୍‌  ଦାନ ଦେବା ପାଇଁ ସହଜ ଉପାୟଗୁଡ଼ିକ ରହିଛି, ଯାହାଦ୍ୱାରା ଆମେ ଆମ ଅଞ୍ଚଳରେ ଓ ବିଶ୍ୱବ୍ୟାପୀ ଚାଲିଥିବା ଯିହୋବାଙ୍କ ସାକ୍ଷୀମାନଙ୍କର କାମକୁ ସହଯୋଗ କରିପାରିବା ।

ଇଣ୍ଟରନେଟ୍‌ ମାଧ୍ୟମରେ କିପରି ଦାନ ଦେବା ?  ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆମ ଦେଶରେ ଦାନ ଦେବା ପାଇଁ ଉପଲବ୍ଧ ଥିବା ଉପାୟଗୁଡ଼ିକ ଜାଣିବା ପାଇଁ ଆମେ ଦାନ ଦେବାର ୱେବପେଜ୍‌କୁ କିପରି ଯିବା ?

  • ଇଣ୍ଟରନେଟ୍‌ ମାଧ୍ୟମରେ ଦାନ ଦେଇ କିଛି ଭାଇଭଉଣୀ କିପରି ଉପକୃତ ହୋଇଛନ୍ତି ?

  • ଆମେ କେଉଁ କେଉଁ ଉପାୟରେ ଦାନ ଦେଇପାରିବା ?

  • ଇଣ୍ଟରନେଟ୍‌ ମାଧ୍ୟମରେ ଦାନ ଦେବାର ଏହି ନୂଆ ଉପାୟଗୁଡ଼ିକର ବ୍ୟବହାରକୁ ନ ବୁଝିପାରିଲେ ଆମେ କʼଣ କରିପାରିବା ?