इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବିବାହ ଦିନ ପାଇଁ ଆପଣଙ୍କ ଯୋଜନାରେ ଏ ସଂସାରର ପ୍ରଭାବ ନ ପଡ଼ୁ

ବିବାହ ଦିନ ପାଇଁ ଆପଣଙ୍କ ଯୋଜନାରେ ଏ ସଂସାରର ପ୍ରଭାବ ନ ପଡ଼ୁ

ଯେଉଁ ଖ୍ରୀଷ୍ଟିୟାନ ଯୋଡ଼ା ନିଜ ବିବାହ ଦିନ ପାଇଁ ଯୋଜନା କରୁଥାʼନ୍ତି, ସେମାନଙ୍କୁ ଅନେକଗୁଡ଼ିଏ ନିଷ୍ପତ୍ତି ନେବାକୁ ହୋଇଥାଏ । ସମାଜରେ ଯେପରି ଆଡ଼ମ୍ବରପୂର୍ଣ୍ଣ ବିବାହ କରାଯାଏ, ସେହିପରି କରିବା ପାଇଁ ହୁଏତ ସେମାନଙ୍କ ଉପରେ ମଧ୍ୟ ଚାପ ଆସିପାରେ । ସେମାନଙ୍କ ସାଙ୍ଗସାଥୀ ଓ ପରିବାର ସଦସ୍ୟ ହୁଏତ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, କିନ୍ତୁ ସେମାନଙ୍କ ପରାମର୍ଶ ହୁଏତ ସମସ୍ୟାର କାରଣ ହୋଇପାରେ । ସାଙ୍ଗସାଥୀ ଓ ପରିବାର ସଦସ୍ୟମାନଙ୍କଠାରେ ହୁଏତ ବିବାହ ଦିନ ପାଇଁ ନିଜର ଯୋଜନା ଥାଇପାରେ । ଏପରି କ୍ଷେତ୍ରରେ ଖ୍ରୀଷ୍ଟିୟାନ ଯୋଡ଼ାଙ୍କୁ ଏହି ବିଶେଷ ଦିନ ପାଇଁ କେଉଁ ବାଇବଲ ସିଦ୍ଧାନ୍ତଗୁଡ଼ିକ ସାହାଯ୍ୟ କରିବ, ଯାହାଫଳରେ ସେମାନେ ଶୁଦ୍ଧ ବିବେକ ରଖିପାରିବେ ଏବଂ ସେମାନଙ୍କ ମନରେ କୌଣସି ଅବଶୋଷ ରହିବ ନାହିଁ ।

ଏପରି ବିବାହ ଯେଉଁଥିରୁ ଯିହୋବାଙ୍କ ମହିମା ହୁଏ  (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ନିକ୍‌ ଓ ଜୁଲିଆନାଙ୍କୁ ଏହି ବାଇବଲ ସିଦ୍ଧାନ୍ତଗୁଡ଼ିକ କିପରି ସାହାଯ୍ୟ କଲା ?

  • ନିର୍ବନ୍ଧ ହୋଇ ସାରିଥିବା ଯୋଡ଼ା “ଭୋଜର ଅଧ୍ୟକ୍ଷ” ପାଇଁ କାହିଁକି ଏକ ପ୍ରୌଢ଼ ଖ୍ରୀଷ୍ଟିୟାନ ଭାଇଙ୍କୁ ବାଛିବା ଉଚିତ୍‌ ?—ଯୋହ ୨:୯, ୧୦.

  • ନିକ୍‌ ଓ ଜୁଲିଆନା ନିଜ ପାଇଁ କʼଣ ନିଷ୍ପତ୍ତି ନେଲେ ଏବଂ କାହିଁକି ?

  • ବିବାହ ଦିନର ଓ ଭୋଜିର ଆୟୋଜନ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା କାହାର ଦାୟିତ୍ୱ ଅଟେ ?—ପ୍ର୦୬-ହି ୧୧/୧ ୧୮ ¶୧୦.