ଯିହୋବାଙ୍କ ଆଶିଷର ପ୍ରମାଣ
ଯେତେବେଳେ ହାରୋଣ ଓ ତାଙ୍କ ପୁଅମାନଙ୍କୁ ଯାଜକ ଭାବେ ନିଯୁକ୍ତ କରାଗଲା, ସେତେବେଳେ ସେମାନେ ପ୍ରଥମ ଥର ପାଇଁ ଯିହୋବାଙ୍କୁ ହୋମବଳି ଚଢ଼ାଇଲେ । ଏତିକିବେଳେ ଯିହୋବା ବେଦି ଉପରେ ନିଆଁ ବର୍ଷା କଲେ ଏବଂ ବଳିଦାନକୁ ସମ୍ପୂର୍ଣ୍ଣ ଭାବେ ଭସ୍ମ କରିଦେଲେ । ଏପରି କରି ଯିହୋବା ପ୍ରମାଣିତ କଲେ ଯେ ଯାଜକମାନଙ୍କ ଉପରେ ତାହାଙ୍କ ମଞ୍ଜୁରି ଅଛି ଏବଂ ସେମାନଙ୍କୁ ସମର୍ଥନ କରୁଛନ୍ତି । ଯିହୋବା ସେଠାରେ ଥିବା ସମସ୍ତ ଇସ୍ରାଏଲୀୟମାନଙ୍କଠାରୁ ଚାହୁଁଥିଲେ ଯେ ସେମାନେ ମଧ୍ୟ ଯାଜକମାନଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରନ୍ତୁ । ଆଜି ଯିହୋବା ସବୁଠାରୁ ବଡ଼ ମହାଯାଜକ ଯୀଶୁ ଖ୍ରୀଷ୍ଟଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି । (ଏବ୍ରୀ ୯:୧୧, ୧୨) ୧୯୧୯ ମସିହାରେ ଯୀଶୁ ଅଭିଷିକ୍ତ ଭାଇମାନଙ୍କର ଏକ ଛୋଟ ସମୂହକୁ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଭାବେ ନିଯୁକ୍ତ କଲେ । (ମାଥି ୨୪:୪୫) ଆଜି ଏହାର କʼଣ ପ୍ରମାଣ ରହିଛି ଯେ ଯିହୋବା ଏହି ବିଶ୍ୱସ୍ତ ଦାସର କାମ ଉପରେ ଆଶିଷ ଦେଉଛନ୍ତି ଏବଂ ଏହା ଉପରେ ତାହାଙ୍କ ମଞ୍ଜୁରି ରହିଛି ।
-
ବିଶ୍ୱସ୍ତ ଦାସର କାମକୁ ରୋକିବା ପାଇଁ ବହୁତ ଚେଷ୍ଟା କରାଯାଇଛି, ତଥାପି ଏହି ଦାସ ଆମକୁ ସଠିକ୍ ସମୟରେ ଆଧ୍ୟାତ୍ମିକ ଭୋଜନ ଯୋଗାଇବା କେବେ ମଧ୍ୟ ବନ୍ଦ କରି ନାହିଁ
-
ଯେପରି ଭବିଷ୍ୟତବାଣୀ କରାଯାଇଥିଲା, ଆଜି “ସମୁଦାୟ ପୃଥିବୀରେ” ସୁସମାଚାର ପ୍ରଚାର କରାଯାଉଛି ।—ମାଥି ୨୪:୧୪
ଆମେ ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସକୁ କିପରି ସହଯୋଗ କରିପାରିବା ?