ବଳିଦାନ କାହିଁକି ଚଢ଼ାଯାଉଥିଲା ?
ମୋଶାଙ୍କ ନିୟମରେ ଇସ୍ରାଏଲୀୟମାନଙ୍କୁ କୁହାଯାଇଥିଲା ଯେ ସେମାନେ ଯିହୋବାଙ୍କ ପାଇଁ ବଳିଦାନ ଓ ଶସ୍ୟ ଚଢ଼ାନ୍ତୁ । ଯିହୋବା ସେଥିରୁ ଖୁସି ହେଉଥିଲେ । ଏହି ବଳିଦାନ ଯୀଶୁଙ୍କ ମୁକ୍ତିର ମୂଲ୍ୟର ବଳିଦାନ ଏବଂ ସେଥିରୁ ମିଳିବାକୁ ଯାଉଥିବା ଆଶିଷଗୁଡ଼ିକର ଏକ ଝଲକ ଥିଲା ।—ଏବ୍ରୀ ୮:୩-୫; ୯:୯; ୧୦:୫-୧୦.
-
ଯେପରି ବଳି ଚଢ଼ାଯାଉଥିବା ପଶୁମାନଙ୍କଠାରେ କୌଣସି ଦୋଷ ବା ତ୍ରୁଟି ରହୁ ନ ଥିଲା, ସେହିପରି ଯୀଶୁଙ୍କଠାରେ ମଧ୍ୟ କୌଣସି ଦୋଷ ନ ଥିଲା । ସେ ନିଜ ସିଦ୍ଧ ଶରୀର ବଳିଦାନ କଲେ ।—୧ପିତ ୧:୧୮, ୧୯; ବାହାରେ ଥିବା ଚିତ୍ର ଦେଖନ୍ତୁ
-
ଯେପରି ହୋମବଳି ଚଢ଼ାଯିବା ସମୟରେ ସମ୍ପୂର୍ଣ୍ଣ ପଶୁକୁ ଅର୍ପଣ କରାଯାଉଥିଲା, ସେହିପରି ଯୀଶୁ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିଦେଲେ
-
ଯେପରି ମଙ୍ଗଳାର୍ଥକ ବଳି ଚଢ଼ାଉଥିବା ଲୋକମାନଙ୍କର ଈଶ୍ୱରଙ୍କ ସହ ଏକ ଭଲ ସମ୍ପର୍କ ଥିଲା, ସେହିପରି ଯେଉଁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ପ୍ରଭୁଭୋଜରେ ଅଂଶଗ୍ରହଣ କରନ୍ତି, ସେମାନଙ୍କର ଈଶ୍ୱରଙ୍କ ସହ ଭଲ ସମ୍ପର୍କ ଥାଏ