इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୪-୬

ଈଶ୍ୱର ଆମ ପାଇଁ ନିଜ ପ୍ରେମର ପ୍ରମାଣ ଦେଲେ

ଈଶ୍ୱର ଆମ ପାଇଁ ନିଜ ପ୍ରେମର ପ୍ରମାଣ ଦେଲେ

୫:୮, ୧୮, ୨୧

ଯିହୋବା ଆମକୁ ମୁକ୍ତିର ମୂଲ୍ୟ ରୂପେ ଯେଉଁ ଉପହାର ଦେଇଛନ୍ତି, ତାʼ ଯୋଗୁଁ କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେବ । ଯେପରି— ତାହାଙ୍କ ନାମରେ ଲାଗିଥିବା କଳଙ୍କ ଦୂର କରାଯିବ ଏବଂ ପ୍ରମାଣିତ ହୋଇଯିବ ଯେ କେବଳ ତାହାଙ୍କଠାରେ ଶାସନ କରିବାର ଅଧିକାର ରହିଛି । ମୁକ୍ତିର ମୂଲ୍ୟ ଯୋଗୁଁ ହିଁ ଆମେ ଆଜି ଯିହୋବାଙ୍କ ମିତ୍ର ହୋଇପାରୁ ଏବଂ ଆମକୁ ଭବିଷ୍ୟତରେ ଅନନ୍ତ ଜୀବନର ଆଶା ମିଳିପାରିଛି ।

ଆମେ ମୁକ୍ତିର ମୂଲ୍ୟ ପାଇଁ କିପରି ନିଜ କୃତଜ୍ଞତା ଦେଖାଇପାରିବା?

  • ଆମେ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା ଏବଂ ବାଯ୍ତିସ୍ମ ନେବା । ଏପରି କରିବା ଦ୍ୱାରା ଆମେ ଦେଖାଇପାରିବା ଯେ ଆମେ ମୁକ୍ତିର ମୂଲ୍ୟ ଉପରେ ବିଶ୍ୱାସ କରୁ ଏବଂ ଆମେ ଯିହୋବାଙ୍କର ହେବାକୁ ଚାହୁଁ

  • ଆମେ ରାଜ୍ୟର ସୁସମାଚାର ପ୍ରଚାର କରିବା । ଏହି କାମ କରିବା ଦ୍ୱାରା ଆମେ ଦେଖାଇବା ଯେ ଯିହୋବାଙ୍କ ଭଳି ଆମେ ସବୁ ଲୋକମାନଙ୍କୁ ପ୍ରେମ କରୁ ।—ମାଥି ୨୨:୩୯; ଯୋହ ୩:୧୬

ଯଦି ମୁଁ ମୁକ୍ତିର ମୂଲ୍ୟ ପାଇଁ କୃତଜ୍ଞ, ତେବେ ମୁଁ ଆଉ କʼଣ କʼଣ କରିବି?