इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଧୈର୍ଯ୍ୟ ଓ ବ୍ୟଗ୍ରତାର ସହ ଅପେକ୍ଷା କରନ୍ତୁ

ଧୈର୍ଯ୍ୟ ଓ ବ୍ୟଗ୍ରତାର ସହ ଅପେକ୍ଷା କରନ୍ତୁ

ଆପଣ କେତେ ସମୟ ହେଲା ଈଶ୍ୱରଙ୍କ ରାଜ୍ୟର ଅପେକ୍ଷା କରୁଛନ୍ତି? କʼଣ ଆପଣ ସମସ୍ୟାଗୁଡ଼ିକର ସାମନା କରିବା ସତ୍ତ୍ୱେ ଏହାର ଅପେକ୍ଷା କରୁଛନ୍ତି? (ରୋମୀ ୮:୨୫, NW) ଆମର କିଛି ଭାଇଭଉଣୀମାନଙ୍କ ଉପରେ ଅତ୍ୟାଚାର କରାଯାଉଛି, କିଛି ଲୋକ ଜେଲ୍‌ରେ ଅଛନ୍ତି, ଅନେକେ ଘୃଣାଭାବର ଶିକାର ହେଉଛନ୍ତି, ଆଉ କିଛି ଲୋକଙ୍କ ଜୀବନରେ ମୃତ୍ୟୁର ବିପଦ ରହିଛି । କେବଳ ଏତିକି ନୁହେଁ, କିଛି ଭାଇଭଉଣୀ ଲମ୍ବା ସମୟ ଧରି ରୋଗ ଓ ବୃଦ୍ଧାବସ୍ଥାର ସମସ୍ୟାସବୁ ଦେଇ ଗତି କରୁଛନ୍ତି ।

ଆମେ ଯେକୌଣସି ସମସ୍ୟାର ସାମନା କରୁଥାଉ ନା କାହିଁକି, ଆମେ ବ୍ୟଗ୍ରତାର ସହ ଈଶ୍ୱରଙ୍କ ରାଜ୍ୟର ଅପେକ୍ଷା କରିପାରିବା । ଏଥିପାଇଁ ଆମକୁ କʼଣ କରିବାକୁ ହେବ? ଆମ ବିଶ୍ୱାସକୁ ମଜବୁତ୍‌ କରିବା ପାଇଁ ଆମକୁ ପ୍ରତିଦିନ ବାଇବଲ ପଢ଼ିବାକୁ ହେବ ଏବଂ ତାʼ ଉପରେ ଚିନ୍ତନ କରିବାକୁ ହେବ । ଆମକୁ ନିଜ ଆଶା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ । (୨କରି ୪:୧୬-୧୮; ଏବ୍ରୀ ୧୨:୨) ଆମକୁ ଯିହୋବାଙ୍କୁ କାକୁତିମିନତି କରିବାକୁ ହେବ ଏବଂ ପବିତ୍ର ଶକ୍ତି ପାଇଁ ତାହାଙ୍କୁ ଅନୁରୋଧ କରିବାକୁ ହେବ । (ଲୂକ ୧୧:୧୦, ୧୩; ଏବ୍ରୀ ୫:୭) ଆମ ପିତା ଯିହୋବା ଆମକୁ ସାହାଯ୍ୟ କରିବେ, ଯାହାଫଳରେ ଆମେ ବ୍ୟଗ୍ରତାର ସହ ଆନନ୍ଦରେ ଧୈର୍ଯ୍ୟ ଧରିପାରିବା ।—କଲ ୧:୧୧; ଯାକୁ ୧:୨, ୩.

“ଧୈର୍ଯ୍ୟ ସହକାରେ ଦୌଡ଼ିବା ଜାରି ରଖନ୍ତୁ”ଦୃଢ଼ ବିଶ୍ୱାସ ରଖନ୍ତୁ ଯେ ପୁରସ୍କାର ନିଶ୍ଚୟ ମିଳିବ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆମ ସହିତ ହଠାତ କେଉଁ ପ୍ରକାରର ଅଘଟଣ ହୋଇପାରେ? (ଉପ ୯:୧୧)

  • ପ୍ରାର୍ଥନା କରିବା ଦ୍ୱାରା କିପରି ଆମକୁ ସାହସ ମିଳିବ?

  • ଯଦି ଆମେ ଆଗ ଭଳି ଯିହୋବାଙ୍କ ସେବା କରିପାରୁ ନାହୁଁ, ତଥାପି ଆମ ପକ୍ଷେ ଯାହା ସମ୍ଭବ ତାହା କାହିଁକି କରିବା ଉଚିତ୍‌?

  • ପୁରସ୍କାର ଉପରେ ନିଜ ଧ୍ୟାନ କେନ୍ଦ୍ରିତ କରନ୍ତୁ

    ଆପଣଙ୍କୁ ନିଶ୍ଚୟ ପୁରସ୍କାର ମିଳିବ ବୋଲି କେଉଁଥିରୁ ଆପଣଙ୍କ ବିଶ୍ୱାସ ବଢ଼ିଛି?