इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଉନ୍ନତି ନ କରୁଥିବା ବିଦ୍ୟାର୍ଥୀଙ୍କ ଅଧ୍ୟୟନ ବନ୍ଦ କରନ୍ତୁ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଉନ୍ନତି ନ କରୁଥିବା ବିଦ୍ୟାର୍ଥୀଙ୍କ ଅଧ୍ୟୟନ ବନ୍ଦ କରନ୍ତୁ

ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ଯେତେବେଳେ ଲୋକେ ଯିହୋବାଙ୍କ ନାମ ଧରି ଡାକିବେ, ସେତେବେଳେଯାଇ ସେମାନଙ୍କର ଉଦ୍ଧାର ହେବ । (ରୋମୀ ୧୦:୧୩, ୧୪) କିନ୍ତୁ ବାଇବଲ ଅଧ୍ୟୟନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବାକୁ ପ୍ରସ୍ତୁତ ହୋଇ ନ ଥାʼନ୍ତି । ତେଣୁ ଆମେ ନିଜ ମୂଲ୍ୟବାନ ସମୟ ଏପରି ଲୋକଙ୍କୁ ଶିଖାଇବାରେ ଲଗାଇବା ଉଚିତ୍‌, ଯେଉଁମାନେ ପ୍ରକୃତରେ ଯିହୋବାଙ୍କୁ ଖୁସି କରିବାକୁ ଚାହାନ୍ତି ଏବଂ ନିଜ ଜୀବନରେ ପରିବର୍ତ୍ତନ କରନ୍ତି । ଯଦି ଜଣେ ବାଇବଲ ବିଦ୍ୟାର୍ଥୀ ଯଥେଷ୍ଟ ସମୟ ପରେ ମଧ୍ୟ କୌଣସି ବିଶେଷ ଉନ୍ନତି କରନ୍ତି ନାହିଁ, ତେବେ ଆମେ ତାଙ୍କ ଅଧ୍ୟୟନ ବନ୍ଦ କରିଦେବା ଭଲ ହେବ । ଆଉ, ଆମେ ଏପରି ଲୋକଙ୍କୁ ଶିଖାଇବା ଉଚିତ୍‌ ଯେଉଁମାନଙ୍କୁ ଯିହୋବା ନିଜ ଆଡ଼କୁ ଏବଂ ତାହାଙ୍କ ସଂଗଠନ ଆଡ଼କୁ ଆକର୍ଷଣ କରୁଛନ୍ତି । (ଯୋହ ୬:୪୪) କିନ୍ତୁ ହଁ, ଯେଉଁମାନଙ୍କ ଅଧ୍ୟୟନ ଆମେ ବନ୍ଦ କରିଦେଉ, ସେମାନେ ଯଦି ପରେ କେବେ ପରିବର୍ତ୍ତନ କରନ୍ତି ଏବଂ ଆମେ ଦେଖୁ ଯେ ସେମାନେ “ଅନନ୍ତ ଜୀବନ ପାଇବା ପାଇଁ ଭଲ ମନ ରଖନ୍ତି,” ତେବେ ଆମେ ସେମାନଙ୍କ ଅଧ୍ୟୟନ ପୁଣିଥରେ ଆରମ୍ଭ କରିପାରିବା ।—ପ୍ରେରି ୧୩:୪୮, NW.

ଏହା କିପରି କରିପାରିବା:

  • ବିଦ୍ୟାର୍ଥୀଙ୍କୁ ପ୍ରଶଂସା କରନ୍ତୁ ଯେ ସେ ସଠିକ୍‌ ଜ୍ଞାନ ପାଇବା ପାଇଁ ଇଚ୍ଛା ରଖନ୍ତି ।—୧ତୀମ ୨:୪

  • ତାଙ୍କୁ ବୁଝାନ୍ତୁ ଯେ ସେ ଯାହା ଶିଖିଛନ୍ତି, ତାକୁ ଲାଗୁ କରିବା କେତେ ଜରୁରୀ ।—ଲୂକ ୬:୪୬-୪୯

  • ଯୀଶୁ ଖ୍ରୀଷ୍ଟଙ୍କର ବିହନ ବୁଣାଳୀର ଦୃଷ୍ଟାନ୍ତ ଉପରେ ଆଲୋଚନା କରନ୍ତୁ ଏବଂ ଆଦରର ସହ କୁହନ୍ତୁ ଯେ କେଉଁ କଥା ତାଙ୍କୁ ଉନ୍ନତି କରିବାରେ ବାଧା ଦେଉଛି, ସେବିଷୟରେ ସେ ଚିନ୍ତା କରିବେ ।—ମାଥି ୧୩:୧୮-୨୩

  • ତାଙ୍କ ମନରେ କୌଣସି ଆଘାତ ନ ଦେଇ କୁହନ୍ତୁ ଯେ ଆପଣ କାହିଁକି ଅଧ୍ୟୟନ ବନ୍ଦ କରୁଛନ୍ତି

  • ତାଙ୍କୁ କୁହନ୍ତୁ ଯେ ଆପଣ ସମୟ ସମୟରେ ତାଙ୍କୁ ଭେଟିବାକୁ ଆସିବେ ଏବଂ ଭବିଷ୍ୟତରେ ଯଦି ସେ ଉନ୍ନତି କରନ୍ତି, ତେବେ ଆପଣ ପୁଣିଥରେ ଅଧ୍ୟୟନ ଆରମ୍ଭ କରିବେ

ଭିଡିଓ ଦେଖନ୍ତୁ ଏବଂ ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ବିଦ୍ୟାର୍ଥୀଙ୍କ ସହ ହୋଇଥିବା କଥାବାର୍ତ୍ତାରୁ ଆପଣ କିପରି ଜାଣିଲେ ଯେ ସେ ଉନ୍ନତି କରୁ ନାହାନ୍ତି?

  • ପ୍ରଚାରକ ଜଣକ ବିଦ୍ୟାର୍ଥୀଙ୍କୁ କିପରି ହୃଦୟଙ୍ଗମ କରାଇଲେ ଯେ ତାଙ୍କୁ ପରିବର୍ତ୍ତନ କରିବାକୁ ହେବ?

  • ପ୍ରଚାରକ ଜଣକ ଭବିଷ୍ୟତରେ ଅଧ୍ୟୟନ ପୁଣିଥରେ ଆରମ୍ଭ କରିବା ପାଇଁ କିପରି ରାସ୍ତା ପ୍ରସ୍ତୁତ କଲେ?