इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କʼଣ ଆପଣ ଈଶ୍ୱରଙ୍କ ଅଦୃଶ୍ୟ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତି?

କʼଣ ଆପଣ ଈଶ୍ୱରଙ୍କ ଅଦୃଶ୍ୟ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତି?

ଯେତେବେଳେ ଆପଣ ଏକ ସୁନ୍ଦର ଫୁଲ, ଗର୍ଜନ କରୁଥିବା ଏକ ଜଳପ୍ରପାତ କିମ୍ବା ଆକାଶରେ ଅସଂଖ୍ୟ ତାରା ଦେଖନ୍ତି, ସେତେବେଳେ କʼଣ ଆପଣ ଯିହୋବାଙ୍କ ହସ୍ତକଳାର ପ୍ରଶଂସା କରନ୍ତି? ଆମ ଚାରିପାଖରେ ଆମେ ଯେଉଁ ବିସ୍ମୟକର ସୃଷ୍ଟି ଦେଖୁ, ସେଗୁଡ଼ିକୁ ଭଲ ଭାବେ ନିରୀକ୍ଷଣ କଲେ ଆମେ ଯିହୋବାଙ୍କର ଅଦୃଶ୍ୟ ଗୁଣଗୁଡ଼ିକୁ ଭଲ ଭାବେ ଜାଣିପାରୁ । (ରୋମୀ ୧:୨୦) ଏସବୁ ସୃଷ୍ଟି ଈଶ୍ୱରଙ୍କ ଶକ୍ତି, ବୁଦ୍ଧି, ପ୍ରେମ, ନ୍ୟାୟ ଓ ଉଦାରତାର ଜ୍ୱଳନ୍ତ ପ୍ରମାଣ ।—ଗୀତ ୧୦୪:୨୪.

ଯିହୋବା ସୃଷ୍ଟି କରିଥିବା କେଉଁସବୁ ଜିନିଷ ଆପଣ ନିତିଦିନ ଦେଖନ୍ତି? ଏପରିକି, ଯଦି ଆପଣ ସହରରେ ରହନ୍ତି, ତେବେ ମଧ୍ୟ ଚଢ଼େଇ କିମ୍ବା ଗଛଗୁଡ଼ିକୁ ଦେଖୁଥିବେ । ଯିହୋବାଙ୍କ ସୃଷ୍ଟିକୁ ଭଲ ଭାବେ ନିରୀକ୍ଷଣ କଲେ ଆମେ ନିଜ ଧ୍ୟାନ ଜୀବନର ଚିନ୍ତା ଓ ସମସ୍ୟାଗୁଡ଼ିକଠାରୁ ଦୂରେଇ ରଖି ଜରୁରୀ ବିଷୟଗୁଡ଼ିକ ଉପରେ ଲଗାଇପାରିବା । ଏହାଦ୍ୱାରା ଯିହୋବାଙ୍କ ଉପରେ ଆମର ଭରସା ବଢ଼ିବ ଯେ ସେ ଚିରଦିନ ପାଇଁ ଆମର ଯତ୍ନ ନେଇପାରିବେ । (ମାଥି ୬:୨୫-୩୨) ଯଦି ଆପଣ ପିତାମାତା ଅଟନ୍ତି, ତେବେ ନିଜ ପିଲାଙ୍କୁ ଯିହୋବାଙ୍କ ମହାନ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦେବା ଶିଖାନ୍ତୁ । ଯେତେବେଳେ ଆମ ଆଖପାଖରେ ଥିବା ସୃଷ୍ଟି ପ୍ରତି ଆମର ହୃଦୟରେ କୃତଜ୍ଞତା ବଢ଼ିବ, ଆମେ ନିଜ ସୃଷ୍ଟିକର୍ତ୍ତା ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହେବା ।—ଗୀତ ୮:୩, ୪.

ଅଦ୍ଭୁତ ସୃଷ୍ଟି ଈଶ୍ୱରଙ୍କ ମହିମା କରେ—ଆଲୋକ ଓ ରଙ୍ଗ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆମେ ରଙ୍ଗଗୁଡ଼ିକୁ କାହିଁକି ଦେଖିପାରୁ?

  • ଅଲଗା ଅଲଗା କୋଣରୁ ଦେଖିଲେ ରଙ୍ଗ ବଦଳୁଥିବାର କାହିଁକି ଦେଖାଯାଏ?

  • ଆକାଶରେ ଭଳିକି ଭଳି ରଙ୍ଗ କାହିଁକି ଦେଖାଯାଏ?

  • ଆପଣ ନିଜ ଘର ଆଖପାଖରେ ଈଶ୍ୱରଙ୍କ ସୃଷ୍ଟିରେ କେଉଁ ନିଆରା ରଙ୍ଗ ଦେଖିଛନ୍ତି?

  • ଆମେ କାହିଁକି ସମୟ ବାହାର କରି ସୃଷ୍ଟିକୁ ନିରୀକ୍ଷଣ କରିବା ଉଚିତ୍‌?

ଆଲୋକ ଓ ରଙ୍ଗଗୁଡ଼ିକରୁ ଆପଣ ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ କʼଣ ଜାଣିପାରନ୍ତି?