ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଚାର କରିବାର ନମୁନା
ସ୍ମାରକ ନିମନ୍ତ୍ରଣ ଅଭିଯାନ (୨୭ ଫେବୃୟାରୀ–୨୭ ମାର୍ଚ୍ଚ)
“ଆମେ ଆପଣଙ୍କୁ ଏକ ବିଶେଷ ସଭାକୁ ନିମନ୍ତ୍ରଣ କରୁଛୁ (ତେଣୁ ଆମେ ଆପଣଙ୍କୁ ଫୋନ୍ କରୁଛୁ କିମ୍ବା ମେସେଜ୍ କିମ୍ବା ଚିଠି ଲେଖୁଛୁ) । ଏହି ସଭାରେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ମନେ ପକାଇବା ପାଇଁ ତାହାଙ୍କ ମୃତ୍ୟୁର ବାର୍ଷିକ ସ୍ମାରକ ଦିବସ ପାଳନ କରିବୁ । ଏହି ସଭା ସାରା ପୃଥିବୀରେ ହେବ ଏବଂ ଏଥିରେ ଲକ୍ଷ ଲକ୍ଷ ଲୋକ ଯୋଗ ଦେବେ । ଆପଣ ମଧ୍ୟ ଆସିଲେ ଆମକୁ ଖୁସି ଲାଗିବ ।” ତାʼପରେ ସେହି ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପତ୍ର ଦିଅନ୍ତୁ (କିମ୍ବା ଡାକ ଯୋଗେ କିମ୍ବା ମେସେଜ୍ ଜରିଆରେ ପଠାନ୍ତୁ) । “ଏହି ନିମନ୍ତ୍ରଣ ପତ୍ରରେ ଲେଖାଅଛି ଯେ ଆମ ଅଞ୍ଚଳରେ ଏହି ସଭା କେବେ ଓ କେଉଁଠି ହେବ (କିମ୍ବା ଆପଣ ଏହି ସଭା ଅନଲାଇନ୍ କିପରି ଦେଖିପାରିବେ) । ଏହାର ଠିକ୍ ସପ୍ତାହେ ପୂର୍ବରୁ ଏକ ବିଶେଷ ଭାଷଣ ଦିଆଯିବ । ଏହି ସଭା ପାଇଁ ମଧ୍ୟ ଆପଣଙ୍କୁ ନିମନ୍ତ୍ରଣ କରୁଛୁ ।”
ଯଦି ଆଗ୍ରହ ଦେଖାନ୍ତି: ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ଭିଡିଓ ଦେଖାନ୍ତୁ (କିମ୍ବା ଇ-ମେଲ୍ କିମ୍ବା ମେସେଜ୍ ଜରିଆରେ ପଠାନ୍ତୁ) ।
ଆର ଥରକୁ: ଯୀଶୁ ଖ୍ରୀଷ୍ଟ କାହିଁକି ନିଜ ଜୀବନ ଦେଲେ ?
ପ୍ରଥମ ସାକ୍ଷାତ
ପ୍ରଶ୍ନ: ଯୀଶୁ ଖ୍ରୀଷ୍ଟ କିଏ ଥିଲେ ?
ପଦ: ମାଥି ୧୬:୧୬
ଆର ଥରକୁ: ଯୀଶୁ ଖ୍ରୀଷ୍ଟ କାହିଁକି ନିଜ ଜୀବନ ଦେଲେ ?
ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:
ପୁନଃସାକ୍ଷାତ
ପ୍ରଶ୍ନ: ଯୀଶୁ ଖ୍ରୀଷ୍ଟ କାହିଁକି ନିଜ ଜୀବନ ଦେଲେ ?
ପଦ: ମାଥି ୨୦:୨୮
ଆର ଥରକୁ: ଆମେ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ପାଇଁ କିପରି ଆଦର ଦେଖାଇପାରିବା ?
ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ: