ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ସମସ୍ୟା ଆସିଲେ ଶାନ୍ତ ଓ ନମ୍ର ହୋଇ ରହନ୍ତୁ
ଯେତେବେଳେ ଲୋକେ ମୋଶାଙ୍କୁ ବିରକ୍ତ କରିବାକୁ ଲାଗିଲେ, ସେ ଚାପରେ ପଡ଼ିଗଲେ ଏବଂ ତାଙ୍କ ଶାନ୍ତ ଓ ନମ୍ର ଗୁଣର ପରୀକ୍ଷା ହେଲା । କʼଣ ସେ ନିଜକୁ ନିୟନ୍ତ୍ରଣ କରିବେ ନା ରାଗିଯିବେ ? (ଗଣ ୨୦:୨-୫; ପ୍ର୧୯.୦୨-ହି ପୃ ୧୨ ¶୧୯)
ମୋଶା ନିଜ ନିୟନ୍ତ୍ରଣ ହରାଇ ବସିଲେ । ସେ ଶାନ୍ତ ଓ ନମ୍ର ଗୁଣ ଦେଖାଇଲେ ନାହିଁ (ଗଣ ୨୦:୧୦; ପ୍ର୧୯.୦୨-ହି ପୃ ୧୩ ¶୨୦-୨୧)
ମୋଶା ଓ ହାରୋଣ ବହୁତ ବଡ଼ ଭୁଲ କରିଥିଲେ, ତେଣୁ ଯିହୋବା ସେମାନଙ୍କୁ ଦଣ୍ଡ ଦେଲେ (ଗଣ ୨୦:୧୦; ପ୍ର୧୦-ହି ୧/୧ ପୃ ୨୭ ¶୫)
ଯେଉଁ ବ୍ୟକ୍ତି ଶାନ୍ତ ଓ ନମ୍ର ସ୍ୱଭାବର ହୋଇଥାଏ, ସେ ଅହଂକାରୀ ହୋଇ ନ ଥାଏ । ସେ ଶୀଘ୍ର ରାଗିଯାଏ ନାହିଁ । ଯଦି କେହି ତାʼ ସହ ଖରାପ ବ୍ୟବହାର କରେ, ତେବେ ସେ ଶୀଘ୍ର ବିରକ୍ତ ହୁଏ ନାହିଁ । ସେ ଧୈର୍ଯ୍ୟ ଧରେ ଏବଂ ପ୍ରତିଶୋଧ ମନୋଭାବ ରଖେ ନାହିଁ ।