इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ

ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ

ଈଶ୍ୱରଙ୍କ ବାକ୍ୟରେ ବହୁତ ଶକ୍ତି ଅଛି ! (ଏବ୍ରୀ ୪:୧୨) ଏଥିରେ ଲେଖାଥିବା କଥାଗୁଡ଼ିକ ଏପରି ଲୋକଙ୍କ ହୃଦୟରେ ମଧ୍ୟ ପ୍ରଭାବ ପକାଏ, ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ । (୧ଥେସ ୧:୯; ୨:୧୩) ଯେତେବେଳେ ଆମେ କାହାରିକୁ ବାଇବଲର ସତ୍ୟ ବିଷୟରେ କହୁ ଏବଂ ଆମେ ଦେଖୁ ଯେ ତାହା ଜାଣି ସେ କିପରି ଖୁସି ହୁଅନ୍ତି, ସେତେବେଳେ ଆମକୁ ମଧ୍ୟ ବହୁତ ଖୁସି ମିଳିଥାଏ ।

ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ନୀତା କିପରି ନମ୍ରତାଙ୍କ ଧ୍ୟାନ ଈଶ୍ୱରଙ୍କ ବାକ୍ୟ ପ୍ରତି ଆକର୍ଷିତ କଲେ ?

  • ନୀତା କାହିଁକି ନମ୍ରତାଙ୍କୁ ପଦଟିକୁ ଉଚ୍ଚ ସ୍ୱରରେ ପଢ଼ିବାକୁ କହିଲେ ? ନୀତା ପଦର ମୁଖ୍ୟ କଥା ପ୍ରତି କିପରି ତାଙ୍କ ଧ୍ୟାନ ଆକର୍ଷଣ କଲେ ?

  • ପଦଟି ନମ୍ରତାଙ୍କ ହୃଦୟରେ ପ୍ରଭାବ ପକାଇଲା ବୋଲି କିପରି ଜଣାପଡ଼େ ? ଏହା ଦେଖି ନୀତାଙ୍କୁ କିପରି ଲାଗିଲା ?