इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ପ୍ରଶ୍ନ ପଚାରନ୍ତୁ

ପ୍ରଶ୍ନ ପଚାରନ୍ତୁ

ଯିହୋବା “ଆନନ୍ଦିତ ଈଶ୍ୱର” ଅଟନ୍ତି ଏବଂ ସେ ଚାହାନ୍ତି ଯେ ଆମେ ପ୍ରଚାର ସେବାରୁ ଖୁସି ପାଉ । (୧ତୀମ ୧:୧୧, NW) ଯଦି ଆମେ ଏହି କାମରେ କୁଶଳୀ ହେବା ପାଇଁ ପରିଶ୍ରମ କରିବା, ତେବେ ଆମକୁ ଆହୁରି ଖୁସି ମିଳିବ । ଯେପରି, ଆମେ ଭଲ ପ୍ରଶ୍ନଗୁଡ଼ିକ ପଚାରିବା ଶିଖିପାରିବା । ପ୍ରଶ୍ନ ପଚାରି ଆମେ ଆଗ୍ରହ ସୃଷ୍ଟି କରିପାରିବା ଏବଂ ସହଜରେ କଥାବାର୍ତ୍ତା ଆରମ୍ଭ କରିପାରିବା । କୌଣସି ବିଷୟ ଉପରେ ପ୍ରଶ୍ନ ପଚାରି ଆମେ ଲୋକମାନଙ୍କୁ ଭାବିବା ପାଇଁ ସାହାଯ୍ୟ କରିପାରିବା । (ମାଥି ୨୨:୪୧-୪୫) ପ୍ରଶ୍ନ ପଚାରିବା ପରେ ଆମେ ବ୍ୟକ୍ତି ଜଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବା ଉଚିତ୍‌ । ଏପରି କରିବା ଦ୍ୱାରା ଆମେ ଦେଖାଇବା ଯେ ସେ କʼଣ ବିଶ୍ୱାସ କରନ୍ତି ତାହା ଆମେ ପ୍ରକୃତରେ ଜାଣିବାକୁ ଚାହୁଁ । (ଯାକୁ ୧:୧୯) ତାଙ୍କ ମତାମତ ଶୁଣିଲେ ଆମେ ଜାଣିପାରିବା ଯେ ଆଗକୁ କʼଣ କହିବା ଠିକ୍‌ ହେବ ।

ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ପ୍ରଶ୍ନ ପଚାରନ୍ତୁ ନାମକ ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ନମ୍ରତାଙ୍କଠାରେ କେଉଁ ଭଲ ଗୁଣଗୁଡ଼ିକ ଥିଲା ?

  • ନୀତା ନମ୍ରତାଙ୍କ ସହ ଚିହ୍ନା ପରିଚିତ ହେବା ପାଇଁ ତାଙ୍କୁ କʼଣ ପଚାରିଲେ ?

  • ନୀତା ନମ୍ରତାଙ୍କଠାରେ ଆଗ୍ରହ ବଢ଼ାଇବା ପାଇଁ କʼଣ ପଚାରିଲେ ?

  • ନମ୍ରତା ନିଜେ ଭାବିବା ପାଇଁ ଓ ସଠିକ୍‌ ଭାବେ ବୁଝିବା ପାଇଁ ନୀତା କେଉଁ ପ୍ରଶ୍ନଗୁଡ଼ିକ ପଚାରିଲେ ?