इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବୁଝିବିଚାରି ସଙ୍ଗତି କରନ୍ତୁ

ବୁଝିବିଚାରି ସଙ୍ଗତି କରନ୍ତୁ

ମୋୟାବ ପ୍ରାନ୍ତରରେ ଇସ୍ରାଏଲୀୟମାନଙ୍କ ସହ ଯାହା ଘଟିଲା, ସେଥିରୁ ଆମକୁ ଏକ ଶିକ୍ଷା ମିଳେ । (୧କରି ୧୦:୬, ୮, ୧୧) କିଛି ଇସ୍ରାଏଲୀୟ ପୁରୁଷମାନେ ମୋୟାବୀୟ ସ୍ତ୍ରୀମାନଙ୍କ ସହ ସଙ୍ଗତି କରିବାକୁ ଲାଗିଲେ, ଯେଉଁମାନଙ୍କ ଚାଲିଚଳନ ଖରାପ ଥିଲା ଏବଂ ମୂର୍ତ୍ତିପୂଜା କରୁଥିଲେ । ଏହି ପୁରୁଷମାନେ ସେହି ସ୍ତ୍ରୀମାନଙ୍କ ପ୍ରଲୋଭନରେ ପଡ଼ି ପାପ କରିବାକୁ ଲାଗିଲେ । ଏହି କାରଣରୁ ଇସ୍ରାଏଲୀୟମାନଙ୍କ ଉପରେ ବିପଦ ଘେରି ଆସିଲା । (ଗଣ ୨୫:୯) ଆମେ ଯେଉଁମାନଙ୍କ ସହ କାମ କରୁ, ସ୍କୁଲରେ ପଢ଼ୁ, ଆମ ପଡ଼ୋଶୀ, ସମ୍ପର୍କୀୟ ଓ ଚିହ୍ନା ପରିଚିତ ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଯିହୋବାଙ୍କୁ ଉପାସନା କରନ୍ତି ନାହିଁ । ଏପରି ଲୋକଙ୍କ ସହ ବେଶି ମିଳାମିଶା କଲେ ଆମେ ମଧ୍ୟ ଇସ୍ରାଏଲୀୟମାନଙ୍କ ଭଳି ବିପଦରେ ପଡ଼ିଯାଇପାରୁ ।

ଇସ୍ରାଏଲୀୟମାନଙ୍କ ସେହି କାହାଣୀ, ଆମକୁ ଦିଏ ଚେତାବନୀଉଦ୍ଧୃତାଂଶ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ସିମ୍ରି ଓ ଅନ୍ୟ ପୁରୁଷମାନେ ଯାମୀନଙ୍କୁ କʼଣସବୁ କହିଲେ, ଯାହା ଭୁଲ ଥିଲା ?

  • ପୀନହସ ଯାମୀନଙ୍କୁ କʼଣ ବୁଝାଇଲେ ?

  • ଜଣେ ଅବିଶ୍ୱାସୀଙ୍କ ସହ ବନ୍ଧୁତାପୂର୍ଣ୍ଣ ବ୍ୟବହାର କରିବା ଏବଂ ତାଙ୍କ ମିତ୍ର ହେବା ମଧ୍ୟରେ କʼଣ ପାର୍ଥକ୍ୟ ଅଛି ?

  • ମଣ୍ଡଳୀରେ ମଧ୍ୟ ଆମେ କାହିଁକି ବୁଝିବିଚାରି ସଙ୍ଗତି କରିବା ଉଚିତ୍‌ ?

  • ସୋସିଆଲ୍‌ ମିଡିଆରେ ଆମେ ଏପରି ଲୋକଙ୍କ ସହ କାହିଁକି କଥା ହେବା ଉଚିତ୍‌ ନୁହେଁ, ଯେଉଁମାନଙ୍କୁ ଆମେ ଜାଣି ନ ଥାଉ ?