इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯେଉଁମାନେ ବିଶ୍ୱସ୍ତ ରହନ୍ତି ନାହିଁ, ସେମାନଙ୍କ ଭଳି ହୁଅନ୍ତୁ ନାହିଁ

ଯେଉଁମାନେ ବିଶ୍ୱସ୍ତ ରହନ୍ତି ନାହିଁ, ସେମାନଙ୍କ ଭଳି ହୁଅନ୍ତୁ ନାହିଁ

କୋରହ, ଦାଥନ ଓ ଅବୀରାମ ଉପାସନା ପାଇଁ କରାଯାଇଥିବା ବ୍ୟବସ୍ଥାର ବିରୁଦ୍ଧରେ କାମ କଲେ । ସେମାନେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ନାହିଁ । ଯିହୋବା ସେହି ତିନି ଜଣଙ୍କୁ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ସମସ୍ତ ଲୋକମାନଙ୍କୁ ବିନାଶ କରିଦେଲେ । (ଗଣ ୧୬:୨୬, ୨୭, ୩୧-୩୩) ଭାବନ୍ତୁ ଯେ କେଉଁ କେଉଁ ପରିସ୍ଥିତିରେ ଆପଣଙ୍କ ବିଶ୍ୱସ୍ତତାର ପରୀକ୍ଷା ହୋଇପାରେ । ଯଦି ଆମେ ବାଇବଲରେ କୁହାଯାଇଥିବା ଏପରି କିଛି ଲୋକମାନଙ୍କ ଉଦାହରଣକୁ ମନେ ପକାଇବା ଯେଉଁମାନେ ବିଶ୍ୱସ୍ତ ରହିଲେ ନାହିଁ, ତେବେ ଆମେ ସେମାନଙ୍କ ଭଳି ଭୁଲ କରିବା ନାହିଁ ।

ଯେଉଁମାନେ ବିଶ୍ୱସ୍ତ ରହନ୍ତି ନାହିଁ, ସେମାନଙ୍କ ଭଳି ହୁଅନ୍ତୁ ନାହିଁ ନାମକ ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ନାଡିଆଙ୍କ ବିଶ୍ୱସ୍ତତାର କିପରି ପରୀକ୍ଷା ହେଲା ? କାହାର ମନ୍ଦ ଉଦାହରଣକୁ ମନେ ପକାଇବା ଦ୍ୱାରା ସେ ବିଶ୍ୱସ୍ତ ରହିପାରିଲେ ?

  • ଜଣେ ଭାଇ ଯେତେବେଳେ ନିରାଶ ହୋଇଗଲେ, ତାଙ୍କ ବିଶ୍ୱସ୍ତତାର କିପରି ପରୀକ୍ଷା ହେଲା ? କାହାର ମନ୍ଦ ଉଦାହରଣକୁ ମନେ ପକାଇବା ଦ୍ୱାରା ସେ ବିଶ୍ୱସ୍ତ ରହିପାରିଲେ ?

  • ଟେରେନ୍‌ସଙ୍କ ବିଶ୍ୱସ୍ତତାର କିପରି ପରୀକ୍ଷା ହେଲା ? କାହାର ମନ୍ଦ ଉଦାହରଣକୁ ମନେ ପକାଇବା ଦ୍ୱାରା ସେ ବିଶ୍ୱସ୍ତ ରହିପାରିଲେ ?

  • ସ୍କୁଲରେ ଜଣେ ଭାଇଙ୍କ ବିଶ୍ୱସ୍ତତାର କିପରି ପରୀକ୍ଷା ହେଲା ? କାହାର ମନ୍ଦ ଉଦାହରଣକୁ ମନେ ପକାଇବା ଦ୍ୱାରା ସେ ବିଶ୍ୱସ୍ତ ରହିପାରିଲେ ?