ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
‘ଆମ୍ଭେ ହିଁ ତୁମ୍ଭର ଅଧିକାର’
ଯିହୋବା ଲେବୀୟ ଓ ଯାଜକମାନଙ୍କୁ ଏପରି କାମ ଦେଲେ, ଯାହା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା (ଗଣ ୧୮:୬, ୭)
ଲେବୀୟ ଗୋଷ୍ଠୀକୁ ଉତ୍ତରାଧିକାରୀ ଭାବେ ଦେଶରେ କୌଣସି ଜମି ଦିଆଯାଇ ନ ଥିଲା । ଯିହୋବା ହିଁ ସେମାନଙ୍କର ଅଧିକାର ଅର୍ଥାତ୍ ଭାଗ ଥିଲେ (ଗଣ ୧୮:୨୦, ୨୪; ପ୍ର୧୧-ହି ୯/୧୫ ପୃ ୧୩ ¶୯)
ସମଗ୍ର ଇସ୍ରାଏଲ ରାଷ୍ଟ୍ରର ଲୋକମାନେ ନିଜ ନିଜ ଅମଳର ଦଶମାଂଶ ଲେବୀୟ ଓ ଯାଜକମାନଙ୍କୁ ଦେଉଥିଲେ (ଗଣ ୧୮:୨୧, ୨୬, ୨୭; ପ୍ର୧୧-ହି ୯/୧୫ ପୃ ୭ ¶୪)
ଯାଜକ ଓ ଲେବୀୟମାନଙ୍କୁ ଯିହୋବା ପ୍ରତିଜ୍ଞା କରିଥିଲେ ଯେ ସେ ସେମାନଙ୍କର ଜରୁରୀ ଆବଶ୍ୟକତାଗୁଡ଼ିକ ପୂରଣ କରିବେ । ଆମେ ମଧ୍ୟ ଭରସା ରଖିପାରିବା ଯେ ଯଦି ଯିହୋବାଙ୍କ ସେବା କରିବା ପାଇଁ ଆମେ ତ୍ୟାଗ କରିବା, ତେବେ ସେ ଆମର ମଧ୍ୟ ଆବଶ୍ୟକତାଗୁଡ଼ିକ ପୂରଣ କରିବେ ।