इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ସବୁ ସମସ୍ୟା ନିଶ୍ଚୟ ଶେଷ ହେବ

ସବୁ ସମସ୍ୟା ନିଶ୍ଚୟ ଶେଷ ହେବ

ଯେତେବେଳେ ଆମ ଉପରେ ସମସ୍ୟା ଆସେ, ସେତେବେଳେ ଆମେ ନିରାଶ ହୋଇପାରୁ । ଯଦି ଏହି ସମସ୍ୟା ବହୁତ ସମୟ ଯାଏ ରହେ, ତେବେ ଆମେ ଆହୁରି ଅଧିକ ନିରାଶ ହୋଇପାରୁ । ରାଜା ଶାଉଲଙ୍କ ଯୋଗୁଁ ଦାଉଦଙ୍କୁ ବହୁତ ସମୟ ଯାଏ ସମସ୍ୟାର ସାମନା କରିବାକୁ ପଡ଼ିଲା । କିନ୍ତୁ ତାଙ୍କୁ ବିଶ୍ୱାସ ଥିଲା ଯେ ଏହି ସମସ୍ୟାଗୁଡ଼ିକ ଶେଷ ହେବ ଏବଂ ଯିହୋବା ତାଙ୍କୁ ରାଜା କରିବାର ନିଜ ପ୍ରତିଜ୍ଞା ପୂରା କରିବେ । (୧ଶାମୁ ୧୬:୧୩) ଏହି କାରଣ ଯୋଗୁଁ ସେ ଧୈର୍ଯ୍ୟ ଧରିପାରିଲେ ଏବଂ ସେ ଯିହୋବାଙ୍କ ସମୟର ଅପେକ୍ଷା କଲେ ।

ଆମେ ନିଜ ପରିସ୍ଥିତି ବଦଳାଇବା ପାଇଁ ଭାବିଚିନ୍ତି କାମ କରିପାରିବା । (୧ଶାମୁ ୨୧:୧୨-୧୪; ହିତୋ ୧:୪) କିନ୍ତୁ ଅନେକ ଥର ଏସବୁ କରିବା ପରେ ମଧ୍ୟ ହୁଏତ ଆମ ସମସ୍ୟା ଦୂର ନ ହୁଏ । ସେତେବେଳେ ଆମେ ଧୈର୍ଯ୍ୟ ଧରିବା ଉଚିତ୍‌ ଏବଂ ଯିହୋବାଙ୍କ ସମୟର ଅପେକ୍ଷା କରିବା ଉଚିତ୍‌ । ଖୁବ୍‌ ଶୀଘ୍ର ସେ ଆମ ସବୁ ସମସ୍ୟାଗୁଡ଼ିକୁ ଦୂର କରିଦେବେ ଏବଂ ଆମ ଆଖିରୁ “ସମସ୍ତ ଅଶ୍ରୁଜଳ ପୋଛିଦେବେ ।” (ପ୍ରକା ୨୧:୪) ଆମ ସମସ୍ୟାଗୁଡ଼ିକ ଯିହୋବାଙ୍କ ସାହାଯ୍ୟରେ ଦୂର ହୁଏ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ କିନ୍ତୁ ଏହା ନିଶ୍ଚିତ ଯେ “ସବୁ ସମସ୍ୟା ନିଶ୍ଚୟ ଶେଷ ହେବ ।” ଏଥିରୁ ଆମକୁ ଅନେକ ସାନ୍ତ୍ୱନା ମିଳେ ।

ଦୁନିଆରେ ପଡ଼ିଛି ଫାଟ କିନ୍ତୁ ଆମ ମଧ୍ୟରେ ଏକତା ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆମେରିକାର ଦକ୍ଷିଣରେ ଥିବା ଅଞ୍ଚଳରେ ରହୁଥିବା କିଛି ଭାଇଭଉଣୀଙ୍କୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା ?

  • ସେମାନେ କିପରି ଧୈର୍ଯ୍ୟ ଧରିଲେ ଏବଂ ପ୍ରେମ ଦେଖାଇଲେ ?

  • ସେମାନେ କିପରି ଅଧିକ ମହତ୍ତ୍ୱ ରଖୁଥିବା କଥାଗୁଡ଼ିକୁ ଧ୍ୟାନ ଦେଲେ ?—ଫିଲିପ୍‌ ୧:୧୦