ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯୁଦ୍ଧ ଯିହୋବାଙ୍କର ଅଟେ”
ଦାଉଦ ଯିହୋବାଙ୍କ ଉପରେ ବିଶ୍ୱାସ କରୁଥିଲେ କାରଣ ସେ ଯିହୋବାଙ୍କ ବିଷୟରେ ଶିଖିଥିଲେ ଏବଂ ଆଗରୁ ବି ଯିହୋବା ତାଙ୍କୁ ସାହାଯ୍ୟ କରିଥିଲେ (୧ଶାମୁ ୧୭:୩୬, ୩୭; ପ୍ରସ୧୬-ହି ସଂ. ୪ ପୃ ୧୧ ¶୨-୩)
ଦାଉଦ ଏହା ଭାବିଲେ ନାହିଁ ଯେ ଗଲୀୟାତ କେତେ ବଡ଼ ବରଂ ଏହା ଭାବିଲେ ଯେ ଯିହୋବାଙ୍କ ସାମନାରେ ଗଲୀୟାତ କିଛି ନୁହେଁ (୧ଶାମୁ ୧୭:୪୫-୪୭; ପ୍ରସ୧୬-ହି ସଂ. ୪ ପୃ ୧୧ ¶୮-ପୃ ୧୨ ¶୧)
ଯିହୋବା ଦାଉଦଙ୍କୁ ସାହାଯ୍ୟ କଲେ, ଯାହାଫଳରେ ସେ ସେହି ବଡ଼ ଓ ଶକ୍ତିଶାଳୀ ଶତ୍ରୁକୁ ଜୀବନରୁ ମାରିପାରିଲେ (୧ଶାମୁ ୧୭:୪୮-୫୦; ପ୍ରସ୧୬.୦୪-ହି ପୃ ୧୨ ¶୫; ବାହାରେ ଥିବା ଚିତ୍ର ଦେଖନ୍ତୁ)
ଅନେକ ଥର ହୁଏତ ଆମକୁ ବଡ଼ ବଡ଼ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ । ଯେପରି, ଅତ୍ୟାଚାର ସହିବା କିମ୍ବା କୌଣସି ଖରାପ ଅଭ୍ୟାସକୁ ଛାଡ଼ିବା । କିନ୍ତୁ ଏହି ସମସ୍ୟାଗୁଡ଼ିକ ଆମକୁ କେତେ ବି ବଡ଼ ଲାଗୁ ନା କାହିଁକି ସର୍ବଶକ୍ତିମାନ ଯିହୋବାଙ୍କ ପାଇଁ ଏହା କିଛି ବି ନୁହେଁ ।—ଆୟୁ ୪୨:୧, ୨.