इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ

ଯେଉଁମାନେ ଯିହୋବାଙ୍କ ନୈତିକ ମାନଦଣ୍ଡ ମାନନ୍ତି, କେବଳ ସେମାନେ ତାଙ୍କ ସାଙ୍ଗ ହୋଇପାରିବେ । (୧ପିତ ୧:୧୪-୧୬) ଯେତେବେଳେ ବାଇବଲ ବିଦ୍ୟାର୍ଥୀ ନିଜ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ନ୍ତି, ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଭଲ ରହିପାରେ, ତାଙ୍କ ପଇସା କମ୍‌ ଖର୍ଚ୍ଚ ହୋଇପାରେ ଏବଂ ତାଙ୍କ ପରିବାରକୁ ଲାଭ ହୋଇପାରେ ।

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ବୁଝାନ୍ତୁ ଯେ ଯିହୋବାଙ୍କ ନୈତିକ ମାନଦଣ୍ଡଗୁଡ଼ିକ କʼଣ, ସେ ଆମକୁ ସେସବୁ କାହିଁକି ଦେଇଛନ୍ତି ଏବଂ ସେଗୁଡ଼ିକୁ ମାନିଲେ କʼଣ ଲାଭ ମିଳିବ । ତାଙ୍କୁ ସାହାଯ୍ୟ କରନ୍ତୁ ଯେ ସେ ନିଜ ଚିନ୍ତାଧାରା ବଦଳାଇବେ । ଏପରି କଲେ ସେ ନିଜଠାରେ ପରିବର୍ତ୍ତନ କରିବାକୁ ଲାଗିବେ । (ଏଫି ୪:୨୨-୨୪) ତାଙ୍କୁ ଭରସା ଦିଅନ୍ତୁ ଯେ ଯିହୋବାଙ୍କ ସାହାଯ୍ୟରେ ତାଙ୍କଠାରେ ବର୍ଷ ବର୍ଷରୁ ଯେଉଁ ଖରାପ ଅଭ୍ୟାସ ଅଛି ତାହା ସେ ଛାଡ଼ିପାରିବେ । (ଫିଲିପ୍‌ ୪:୧୩) ତାଙ୍କୁ ଶିଖାନ୍ତୁ ଯେ ଯେବେ ମଧ୍ୟ ତାଙ୍କୁ ଖରାପ କାମ କରିବା ପାଇଁ ଇଚ୍ଛା ହୁଏ, ସେ ଯିହୋବାଙ୍କୁ ପ୍ରାର୍ଥନା କରିବେ । ତାଙ୍କୁ କହନ୍ତୁ ଯେ କେଉଁ କେଉଁ ପରିସ୍ଥିତିରେ ତାଙ୍କ ଉପରେ ପୁଣି ଖରାପ କାମ କରିବାର ଚାପ ଆସିପାରେ । ତାଙ୍କୁ ପ୍ରୋତ୍ସାହନ ଦିଅନ୍ତୁ ଯେ ସେ ଏପରି କାମ କରିବେ, ଯେଉଁଥିରୁ ତାଙ୍କ ମନ ଖରାପ କାମଠାରୁ ଦୂରେଇ ରହିବ । ଯେତେବେଳେ ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କ ସାହାଯ୍ୟରେ ନିଜକୁ ବଦଳାନ୍ତି, ଆମକୁ ବହୁତ ଖୁସି ଲାଗେ ।

ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • କିପରି ଜଣାପଡ଼େ ଯେ ପ୍ରାଚୀନମାନଙ୍କୁ ଏବଂ ନୀତାଙ୍କୁ ଭରସା ଥିଲା ଯେ ନମ୍ରତା ନିଜ ଖରାପ ଅଭ୍ୟାସ ଛାଡ଼ିପାରିବେ ?

  • ନୀତା ନମ୍ରତାଙ୍କୁ ସାହାଯ୍ୟ କିପରି କଲେ ?

  • ନମ୍ରତା ଯିହୋବାଙ୍କ ସାହାଯ୍ୟ କିପରି ନେଲେ ?