ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
କଥାବାର୍ତ୍ତା କିପରି କରିବା ?
ସ୍ମାରକର ନିମନ୍ତ୍ରଣ ଅଭିଯାନ (୧୧ ମାର୍ଚ୍ଚ–୪ ଏପ୍ରିଲ୍)
“ଆମେ ଆପଣଙ୍କୁ ଗୋଟିଏ ବିଶେଷ କାର୍ଯ୍ୟକ୍ରମରେ ଡାକିବା ପାଇଁ ଆସିଛୁ । ତାହା ହେଉଛି ଯୀଶୁଙ୍କ ମୃତ୍ୟୁର ବାର୍ଷିକ ସମାରୋହ । ଏହାକୁ ପୂରା ଦୁନିଆରେ ଲକ୍ଷ ଲକ୍ଷ ଲୋକମାନେ ପାଳନ କରିବେ । ଆମେ ଚାହୁଁ ଯେ ଆପଣ ବି ଆସନ୍ତୁ ।” ତାʼପରେ ସେ ବ୍ୟକ୍ତିକୁ ଛପା ଯାଇଥିବା କିମ୍ବା ଡିଜିଟାଲ୍ ନିମନ୍ତ୍ରଣ ପତ୍ର ଦିଅନ୍ତୁ । “ଏହି ନିମନ୍ତ୍ରଣ ପତ୍ରରେ ଲେଖାଅଛି ଯେ ଏହା କେବେ ଓ କେଉଁଠି ହେବ । ଏହାର କିଛି ଦିନ ପୂର୍ବେ ଗୋଟିଏ ବିଶେଷ ଭାଷଣ ଦିଆଯିବ । ଆମେ ଆପଣଙ୍କୁ ସେଠାରେ ବି ଡାକିବା ପାଇଁ ଚାହୁଁ ।”
ଆଗ୍ରହ ଦେଖାଉଥିବା ଲୋକମାନଙ୍କୁ: ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ଭିଡିଓ ଦେଖାନ୍ତୁ [କିମ୍ବା ତାଙ୍କ ଫୋନ୍ରେ ପଠାନ୍ତୁ ବା ଇ-ମେଲ୍ କରନ୍ତୁ] ।
ଆର ଥରକୁ : ଯୀଶୁ ନିଜ ଜୀବନ କାହିଁକି ଦେଲେ ?
ପ୍ରଥମ ସାକ୍ଷାତ (୧-୧୦ ମାର୍ଚ୍ଚ, ୫-୩୦ ଏପ୍ରିଲ୍)
ପ୍ରଶ୍ନ : ଡାକ୍ତର ଓ ନର୍ସମାନେ ନିଜ ଜୀବନକୁ ବିପଦରେ ପକାଇ ଯେପରି ଭାବେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି, ତାହା ଦେଖି ଆପଣଙ୍କୁ କିପରି ଲାଗେ ?
ପଦ : ଯୋହ ୧୫:୧୩
ଆର ଥରକୁ : କʼଣ କେହି ଆପଣଙ୍କୁ ନ କହି ଆପଣଙ୍କୁ (ବା ଆପଣଙ୍କ ପରିବାରକୁ) ସାହାଯ୍ୟ କରିଛନ୍ତି ?
ପୁନଃସାକ୍ଷାତ:
ପ୍ରଶ୍ନ : କʼଣ କେହି ଆପଣଙ୍କୁ ନ କହି ଆପଣଙ୍କୁ (ବା ଆପଣଙ୍କ ପରିବାରକୁ) ସାହାଯ୍ୟ କରିଛନ୍ତି ?
ପଦ : ମାଥି ୨୦:୨୮
ଆର ଥରକୁ : କʼଣ ମୁଁ ଆପଣଙ୍କୁ ଗୋଟିଏ ବିଶେଷ ସମାରୋହ ପାଇଁ ନିମନ୍ତ୍ରଣ ଦେଇପାରିବି ? ସେହି ସମାରୋହରେ ଆମେ ଜଣେ ଏପରି ବ୍ୟକ୍ତିଙ୍କୁ ମନେ ପକାଇବା, ଯିଏ ଆମ ସମସ୍ତଙ୍କ ପାଇଁ ନିଜ ଜୀବନ ଦେଲେ ।