इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ରାଜା ଶଲୋମନ ଗୋଟିଏ ଭୁଲ ନିଷ୍ପତ୍ତି ନେଲେ

ରାଜା ଶଲୋମନ ଗୋଟିଏ ଭୁଲ ନିଷ୍ପତ୍ତି ନେଲେ

[୨ ବଂଶାବଳି ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]

ଶଲୋମନ ମିଶରରୁ ବହୁତ ଘୋଡ଼ା ଓ ରଥ ମଗାଇଲେ (ଦ୍ୱିବି ୧୭:୧୫, ୧୬; ୨ବଂଶା ୧:୧୪, ୧୭)

ଏପରି ଭାବେ ସେ ନିଜ ସେନା ବଢ଼ାଇଲେ ଓ ଏହାର ଦେଖାରେଖା କରିବା ପାଇଁ ସେ ଆହୁରି ଲୋକମାନଙ୍କୁ କାମରେ ରଖିଲେ ଓ ଅନେକ ସହର ତିଆରି କଲେ (୨ବଂଶା ୧:୧୪ ଇନସାଇଟ୍‌-୧ ପୃ ୧୭୪ ¶୫; ପୃ ୪୨୭)

ଏହା ସତ ଯେ ଶଲୋମନଙ୍କ ଶାସନ କରିବାର ଅନେକ ବର୍ଷ ଯାଏ ଲୋକମାନେ ଶାନ୍ତିରେ ରହିଲେ, କିନ୍ତୁ ପରେ ସେ ସେମାନଙ୍କ ଉପରେ ଭାରି ବୋଝ ଲଦି ଦେଲେ । ତାʼପରେ ଯେବେ ତାଙ୍କ ପୁଅ ରିହବୀୟାମ୍‌ ରାଜା ହେଲେ, ତେବେ ସେ ଏହି ବୋଝ ହଟାଇବା ପରିବର୍ତ୍ତେ ଆହୁରି ବଢ଼େଇ ଦେଲେ । ତେଣୁ ଲୋକମାନେ ବିଦ୍ରୋହ କଲେ । (୨ବଂଶା ୧୦:୩, ୪, ୧୪, ୧୬) ଏହା ଦେଖାଏ ଯେ ଆମକୁ ଆମର ଭୁଲ ନିଷ୍ପତ୍ତିଗୁଡ଼ିକର ଖରାପ ପରିଣାମ ଦିନେ ନା ଦିନେ ଭୋଗିବାକୁ ହିଁ ପଡ଼େ ।—ଗାଲା ୬:୭.