ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
ପ୍ରତିଦିନ ଆମକୁ ଅନେକ ନିଷ୍ପତ୍ତି ନେବାକୁ ପଡ଼ିଥାଏ । ଦୁନିଆରେ ଲୋକମାନେ ଅନେକ ଥର ଭାବନାରେ ବହି ବା ଅନ୍ୟମାନଙ୍କ ଦେଖାଦେଖି ନିଷ୍ପତ୍ତି ନିଅନ୍ତି । (ଯାତ୍ରା ୨୩:୨; ହିତୋ ୨୮:୨୬) କିନ୍ତୁ ଯେଉଁ ଲୋକମାନେ ଯିହୋବାଙ୍କ ଉପରେ ନିର୍ଭର ରହନ୍ତି, ସେମାନେ ‘ତାହାଙ୍କୁ ସ୍ୱୀକାର କରି’ ବା ତାଙ୍କୁ ଧ୍ୟାନରେ ରଖି ସବୁ କାମ କରନ୍ତି । ଅର୍ଥାତ୍ ସେମାନେ ବାଇବଲ ସିଦ୍ଧାନ୍ତଗୁଡ଼ିକ ମୁତାବକ ନିଷ୍ପତ୍ତି ନିଅନ୍ତି ।—ହିତୋ. ୩:୫, ୬.
ଆଗକୁ ଦିଆଯାଇଥିବା ସବୁ ପଦ ପରେ ଏପରି ପରିସ୍ଥିତି ଲେଖନ୍ତୁ, ଯେଉଁ ପରିସ୍ଥିତିରେ ସେହି ପଦରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକୁ ଲାଗୁ କଲେ ଆପଣ ଠିକ୍ ନିଷ୍ପତ୍ତି ନେଇପାରିବେ ।
ବିଶ୍ୱସ୍ତ ଲୋକଙ୍କ ଭଳି ହୁଅନ୍ତୁ, ଦୁଷ୍ଟ ଲୋକଙ୍କ ଭଳି ନୁହେଁ—ମୋଶା ଭଳି, ଫାରୋ ଭଳି ନୁହେଁ ଭିଡିଓ ଦେଖନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ:
ଯେବେ ଭାଇ ବାଇବଲରେ ଦିଆଯାଇଥିବା ଗୋଟିଏ ଉଦାହରଣ ବିଷୟରେ ଭାବିଲେ, ତେବେ ତାଙ୍କୁ ଠିକ୍ ନିଷ୍ପତ୍ତି ନେବା ପାଇଁ କିପରି ସାହାଯ୍ୟ ମିଳିଲା ?