ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
‘ଏହି ଭବନ ସର୍ବଦା ମୋ ହୃଦୟର ନିକଟରେ ରହିବ’
ଯିହୋବା ମନ୍ଦିରକୁ ନିଜ ପାଇଁ ବାଛିଲେ (୨ବଂଶା ୭:୧୧, ୧୨)
ଯିହୋବା କହିଲେ ଯେ ଏହି ଭବନ ଅନନ୍ତ କାଳ ତାଙ୍କର ଚିତ୍ତ ନିରନ୍ତର ଥିବ ବା ସର୍ବଦା ତାଙ୍କ ହୃଦୟର ନିକଟରେ ଥିବ । ଏଥିରୁ ଜଣାପଡ଼େ ଯେ ତାଙ୍କୁ ସବୁବେଳେ ଏ କଥା ଉପରେ ଆଗ୍ରହ ରହିବ ଯେ ମନ୍ଦିରରେ କʼଣ ହେଉଛି (୨ବଂଶା ୭:୧୬; ପ୍ର୦୨-ହି ୧୧/୧୫ ପୃ ୫ ¶୧)
ଯିହୋବା କହିଲେ ଯେ ଯଦି ଇସ୍ରାଏଲୀୟମାନେ “ସର୍ବାନ୍ତଃକରଣ ସହିତ” ଠିକ୍ ରାସ୍ତାରେ ଚାଲିବା ଛାଡ଼ି ଦେବେ, ତାହେଲେ ସେ ମନ୍ଦିରକୁ ବିନାଶ ହେବା ପାଇଁ ଛାଡ଼ି ଦେବେ (୨ବଂଶା ୬:୧୪; ୭:୧୯-୨୧; ଇନସାଇଟ୍-୨ ପୃ ୧୦୭୭-୧୦୭୮)
ମନ୍ଦିରର ଉଦ୍ଘାଟନ ସମୟରେ ଇସ୍ରାଏଲୀୟମାନଙ୍କୁ ଲାଗିଥିବ ଯେ ମନ୍ଦିର ସବୁବେଳେ ସେମାନଙ୍କର ମଧ୍ୟ ହୃଦୟର ନିକଟରେ ରହିବ । କିନ୍ତୁ ଦୁଃଖର କଥା, ଧିରେ ଧିରେ ସେଥିରୁ ସେମାନଙ୍କର ମନ ଦୂରେଇ ଗଲା ଓ ସେମାନେ ଯିହୋବାଙ୍କ ଉପାସନା କରିବା ଛାଡ଼ି ଦେଲେ ।
ନିଜକୁ ପଚାରନ୍ତୁ: ‘ମୁଁ କିପରି ଏହା ଦେଖାଇପାରିବି ଯେ ମୁଁ ପୂର୍ଣ୍ଣ ହୃଦୟରୁ ଯିହୋବାଙ୍କର ଉପାସନା କରେ ?’