इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧-୭ ଏପ୍ରିଲ୍‌

ଗୀତସଂହିତା ୨୩–୨୫

୧-୭ ଏପ୍ରିଲ୍‌

ଗୀତ ୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. “ସଦାପ୍ରଭୁ ମୋହର ପ୍ରତିପାଳକ”

(୧୦ ମି.)

ଯିହୋବା ନିଜ ମେଷମାନଙ୍କୁ ରାସ୍ତା ଦେଖାନ୍ତି (ଗୀତ ୨୩:୧-୩; ପ୍ର୧୧-ଇଂ ୫/୧ ପୃ ୩୧ ¶୩)

ଯିହୋବା ନିଜ ମେଷମାନଙ୍କ ସୁରକ୍ଷା କରନ୍ତି (ଗୀତ ୨୩:୪; ପ୍ର୧୧-ଇଂ ୫/୧ ପୃ ୩୧ ¶୪)

ଯିହୋବା ନିଜ ମେଷମାନଙ୍କୁ ଆଧ୍ୟାତ୍ମିକ ଖାଦ୍ୟ ଦିଅନ୍ତି (ଗୀତ ୨୩:୫; ପ୍ର୧୧-ଇଂ ୫/୧ ପୃ ୩୧ ¶୫)

ଯିହୋବା ପ୍ରେମର ସହ ଆମର ଦେଖାଶୁଣା କରନ୍ତି, ଠିକ୍‌ ଯେପରି ଜଣେ ମେଷପାଳକ ନିଜ ମେଷର ଯତ୍ନ ନିଏ ।

ନିଜକୁ ପଚାରନ୍ତୁ: ‘ଯିହୋବା କେଉଁ ଉପାୟଗୁଡ଼ିକରୁ ମୋର ଯତ୍ନ ନେଇଛନ୍ତି ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୨୩:୩—“ଧର୍ମପଥ” କʼଣ ଅଟେ ଏବଂ ସେଥିରେ ଲଗାତାର ଚାଲିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (ପ୍ର୧୧-ହି ୨/୧୫ ପୃ ୨୪ ¶୧-୩)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଜଣେ ଏପରି ବ୍ୟକ୍ତିଙ୍କୁ ବାଇବଲର କୌଣସି ପଦ ଦେଖାଇ ସାହସ ବଢ଼ାନ୍ତୁ, ଯାହାଙ୍କୁ ପରିବେଶକୁ ନେଇ ଚିନ୍ତା ଅଛି । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଯେଉଁ ବ୍ୟକ୍ତି ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! —ପୁସ୍ତିକା ନେଇଥିଲେ, ତାଙ୍କୁ କହନ୍ତୁ ଯେ ଏହି ପୁସ୍ତିକାରୁ ବାଇବଲର ଅଧ୍ୟୟନ କିପରି କରାଯାଏ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୬. ବାଇବଲ ଅଧ୍ୟୟନ ସମୟରେ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୫୪

୭. ଆମେ ଅଚିହ୍ନା ଲୋକମାନଙ୍କର ସ୍ୱର ଶୁଣୁନୁ

(୧୫ ମି.) ଆଲୋଚନା ।

ମେଷଗୁଡ଼ିକ ନିଜ ମେଷପାଳକର ସ୍ୱର ଚିହ୍ନନ୍ତି ଏବଂ ତାଙ୍କ ପଛେ ପଛେ ଯାନ୍ତି । କିନ୍ତୁ ଯେବେ ସେମାନେ କୌଣସି ଅଚିହ୍ନା ଲୋକର ସ୍ୱର ଶୁଣନ୍ତି, ତେବେ ମେଷଗୁଡ଼ିକ ଦୂରକୁ ଚାଲିଯାନ୍ତି । (ଯୋହ ୧୦:୫) ସେହିପରି, ଆମେ ନିଜ ମେଷପାଳକ, ଯିହୋବା ଓ ଯୀଶୁଙ୍କ ସ୍ୱର ଶୁଣୁ, ଯିଏ ଆମକୁ ପ୍ରେମ କରନ୍ତି ଏବଂ ଭରସାଯୋଗ୍ୟ ଅଟନ୍ତି । (ଗୀତ ୨୩:୧; ଯୋହ ୧୦:୧୧) ଆମେ ଅଚିହ୍ନା ଲୋକଙ୍କ ସ୍ୱର ଶୁଣୁନୁ ଯିଏ “ଛଳବାକ୍ୟ” କହି ଆମ ବିଶ୍ୱାସ ଦୁର୍ବଳ କରିବା ପାଇଁ ଚେଷ୍ଟା କରନ୍ତି ।—୨ପିତ ୨:୧,.

ଆଦି ପୁସ୍ତକ ୩ ଅଧ୍ୟାୟରେ କୁହାଯାଇଛି ଯେ ପୃଥିବୀରେ କେବେ ପ୍ରଥମ ଥର ଅଜଣା ସ୍ୱର ଶୁଣା ଯାଇଥିଲା । ସେହି ସ୍ୱର ଶୟତାନର ଥିଲା । ସେ ନିଜ ପରିଚୟ ଲୁଚାଇବା ପାଇଁ ସାପ ଜରିଆରେ ହବା ସହିତ କଥା ହେଲା । ଶୟତାନ ଏହା ଦେଖାଇବା ପାଇଁ ଚେଷ୍ଟା କଲା ଯେ ସେ ହବାର ସାଙ୍ଗ ଅଟେ । ସେ ଯିହୋବାଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କଲା ଏବଂ ତାଙ୍କ କଥାଗୁଡ଼ିକୁ ବଢ଼େଇ ଚଢ଼େଇ କହିଲା । ଦୁଃଖର କଥା, ହବା ତାʼ କଥାଗୁଡ଼ିକୁ ସତ ବୋଲି ମାନିନେଲା । ଏହାର ପରିଣାମ, ତାʼଉପରେ ଓ ତାʼପରିବାର ଉପରେ ସମସ୍ୟାଗୁଡ଼ିକ ଆସିଲା ।

ଆଜି ଶୟତାନ, ଯିହୋବା ଓ ତାଙ୍କ ସଂଗଠନ ବିଷୟରେ ଭୁଲ ତଥ୍ୟ ଓ ଭୁଲ କଥାଗୁଡ଼ିକ ପ୍ରସାରିତ କରୁଛି, ଯାହାଦ୍ୱାରା ସେମାନଙ୍କ ଉପରୁ ଆମ ଭରସା ଉଠିଯାଉ । କିନ୍ତୁ ଆମକୁ ଅଚିହ୍ନା ଲୋକମାନଙ୍କ ସ୍ୱର ଶୁଣିବା ମାତ୍ରେ ପଳାଇ ଯିବା ଉଚିତ୍‌ ! ଆମକୁ ଏହା ଜାଣିବା ପାଇଁ ଟିକେ ବି ଚେଷ୍ଟା କରିବା ଉଚିତ୍‌ ନୁହେଁ ଯେ ସେମାନେ କʼଣ କହୁଛନ୍ତି । ଆମକୁ ସେମାନଙ୍କ ଗୋଟେ ବି କଥା ଶୁଣିବା ଉଚିତ୍‌ ନୁହେଁ । କାରଣ ଭାବନ୍ତୁ, ହବାକୁ ଯିହୋବାଙ୍କ ବିରୁଦ୍ଧରେ ନେବା ପାଇଁ ଶୟତାନ କେତେ ଡେରି କଥା ହେଲା ? (ଆଦି ୩:୧, ୪, ୫) କିନ୍ତୁ ଆମକୁ ସେସମୟରେ କʼଣ କରିବା ଉଚିତ୍‌, ଯେବେ କେହି ଏପରି ବ୍ୟକ୍ତି ଯାହାକୁ ଆମେ ଭଲଭାବେ ଜାଣୁ, ଯିଏ ଆମକୁ ପ୍ରେମ କରେ ଓ ଯାହାର ଉଦ୍ଦେଶ୍ୟ ଭୁଲ ନୁହେଁ, ଯିହୋବାଙ୍କ ସଂଗଠନ ବିଷୟରେ ଭୁଲ କଥାଗୁଡ଼ିକ କହିବା ପାଇଁ ଚାହେଁ ?

“ଅଚିହ୍ନା ଲୋକମାନଙ୍କର ସ୍ୱର” ଶୁଣନ୍ତୁ ନାହିଁ ଭିଡିଓ ଦେଖାନ୍ତୁ  ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

ଯେବେ ନମ୍ରତାର ମାଆ ତାକୁ ଯିହୋବାଙ୍କ ସଂଗଠନ ବିଷୟରେ ଭୁଲ କଥାଗୁଡ଼ିକ କହିବା ପାଇଁ ଚାହିଁଲେ, ତେବେ ସେ କʼଣ କଲା ? ଏଥିରୁ ଆପଣ କʼଣ ଶିଖିଲେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୫୫ ଏବଂ ପ୍ରାର୍ଥନା