୨୯ ଏପ୍ରିଲ୍–୫ ମେ
ଗୀତସଂହିତା ୩୪-୩୫
ଗୀତ ୧୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ‘ସର୍ବଦା ସଦାପ୍ରଭୁଙ୍କର ପ୍ରଶଂସା’ କରନ୍ତୁ
(୧୦ ମି.)
ଦାଉଦ ସବୁବେଳେ ଯିହୋବାଙ୍କ ପ୍ରଶଂସା କଲେ, ତେବେ ବି ଯେବେ ସେ କଠିନ ସମୟର ସାମନା କରୁଥିଲେ (ଗୀତ ୩୪:୧; ପ୍ର୦୭-ହି ୩/୧ ପୃ ୨୪-୨୫ ¶୧୧)
ଦାଉଦ ନିଜ ଉପରେ ନୁହେଁ, ବରଂ ଯିହୋବାଙ୍କ ଉପରେ ଗର୍ବ କଲେ (ଗୀତ ୩୪:୨-୪; ପ୍ର୦୭-ହି ୩/୧ ପୃ ୨୫-୨୬ ¶୧୩)
ଯେବେ ଦାଉଦ ଯିହୋବାଙ୍କ ପ୍ରଶଂସା କଲେ, ତେବେ ଏହାଶୁଣି ତାଙ୍କ ସାଥୀମାନଙ୍କ ସାହସ ବଢ଼ିଲା (ଗୀତ ୩୪:୫; ପ୍ର୦୭-ହି ୩/୧ ପୃ ୨୬ ¶୧୫)
ଯେବେ ଦାଉଦ ଅହୀମେଲକ୍ଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାନ୍ତର ବା ମରୁଭୂମିରେ ପଳାଇଲେ, ତେବେ ସେଠାରେ ୪୦୦ ଲୋକ ତାଙ୍କ ସହ ମିଶି ଗଲେ । ଏହି ଲୋକମାନେ ରାଜା ଶାଉଲଙ୍କ ଶାସନରୁ ଖୁସି ନ ଥିଲେ । (୧ଶାମୁ ୨୨:୧, ୨) ଦାଉଦ ହୁଏତ ଏହି ଲୋକମାନଙ୍କୁ ଧ୍ୟାନରେ ରଖି ଏହି ଗୀତ ଲେଖିଲେ ।—ଗୀତ ୩୪, ଉପରେ ଥିବା ଲେଖା ।
ନିଜକୁ ପଚାରନ୍ତୁ: ‘ଆର ସଭାରେ କାହାରି ସହିତ କଥା ହେବା ସମୟରେ ମୁଁ ଯିହୋବାଙ୍କ ପ୍ରଶଂସା କିପରି କରିପାରିବି ?’
୨. ବହୁମୂଲ୍ୟ ରତ୍ନ
(୧୦ ମି.)
-
ଗୀତ ୩୫:୧୯—ତାଙ୍କ ଶତ୍ରୁମାନଙ୍କୁ “ଆକ୍ଷିଠାର ମାରିବାକୁ ଦିଅ ନାହିଁ ” ଦାଉଦଙ୍କ ଏହି ବିନତିର ଅର୍ଥ କʼଣ ? (ପ୍ର୦୬-ହି ୫/୧୫ ପୃ ୨୦ ¶୧)
-
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୩୪:୧-୨୨ (ଶିଖାଇବା ଅଧ୍ୟୟନ ୫)
୪. କଥାବାର୍ତ୍ତା ଆରମ୍ଭ କରିବା
(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଆପଣଙ୍କ ସାକ୍ଷ୍ୟ ଦେବା ପୂର୍ବେ ହିଁ କଥାବାର୍ତ୍ତା ଶେଷ ହୋଇଯାଏ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)
୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା
(୫ ମି.) ପ୍ରଦର୍ଶନୀ । ଜୀବନ ବହି ପାଠ ୪୪ ପଏଣ୍ଟ ନଂ. ୧-୩—ବିଷୟ: ଯିହୋବାଙ୍କ ସାକ୍ଷୀ କୌଣସି ପର୍ବ ପାଳନ କରିବେ ନା ନାହିଁ, ତାହା କିପରି ନିର୍ଦ୍ଧାରିତ କରନ୍ତି ? (ଶିଖାଇବା ଅଧ୍ୟୟନ ୧୭)
ଗୀତ ୫୯
୭. ସଭାଗୁଡ଼ିକରେ ଯିହୋବାଙ୍କ ପ୍ରଶଂସା କରିବାର ତିନୋଟି ଉପାୟ
(୧୫ ମି.) ଆଲୋଚନା ।
ଯିହୋବାଙ୍କ ପ୍ରଶଂସା କରିବାର ସବୁଠୁ ବଢ଼ିଆ ସୁଯୋଗ ମଣ୍ଡଳୀର ସଭାଗୁଡ଼ିକରେ ମିଳେ । ଆସନ୍ତୁ ଧ୍ୟାନ ଦେବା ଯେ ଆମେ କେଉଁ ତିନୋଟି ଉପାୟରୁ ତାଙ୍କର ପ୍ରଶଂସା କରିପାରିବା ।
ଅନ୍ୟମାନଙ୍କ ସହ କଥା ହେବା ସମୟରେ: ଯିହୋବାଙ୍କ ବିଷୟରେ ଭଲ କଥାଗୁଡ଼ିକ କହନ୍ତୁ । (ଗୀତ ୧୪୫:୧, ୭) କʼଣ ଆପଣ ଏପରି କୌଣସି କଥା ପଢ଼ିଛନ୍ତି କିମ୍ବା ଶୁଣିଛନ୍ତି, ଯେଉଁଥିରୁ ଆପଣଙ୍କୁ ବହୁତ ସାହାଯ୍ୟ ମିଳିଲା ? କʼଣ ପ୍ରଚାର ସେବାରେ ଆପଣଙ୍କୁ କୌଣସି ଭଲ ଅନୁଭୂତି ମିଳିଲା ? କʼଣ କେହି ଆପଣଙ୍କୁ ଏପରି କିଛି କଥା କହିଲେ କିମ୍ବା ଆପଣଙ୍କ ପାଇଁ ଏପରି କିଛି କଲେ, ଯାହାଦ୍ୱାରା ଆପଣଙ୍କୁ ଉତ୍ସାହ ମିଳିଲା ? କʼଣ ସୃଷ୍ଟିର କୌଣସି ଜିନିଷ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ ? ଏସବୁ ଯିହୋବାଙ୍କ ତରଫରୁ ଗୋଟିଏ ଉପହାର ଅଟେ । (ଯାକୁ ୧:୧୭) ଏସବୁ ବିଷୟରେ କଥା ହେବା ପାଇଁ ଭଲ ହେବ ଯେ ଆପଣ ସଭା ଆରମ୍ଭ ହେବାର କିଛି ସମୟ ପୂର୍ବେ ଆସନ୍ତୁ ।
ଉତ୍ତର ଦେଇ: ପ୍ରତ୍ୟେକ ସଭାରେ କମ୍ରୁ କମ୍ ଗୋଟିଏ ଉତ୍ତର ଦେବା ପାଇଁ ଚେଷ୍ଟା କରନ୍ତୁ । (ଗୀତ ୨୬:୧୨) ଆପଣ ସେହି ପ୍ରଶ୍ନର ସିଧାସିଧା ଉତ୍ତର ଦେଇପାରିବେ କିମ୍ବା ତାʼସହ ଜଡ଼ିତ ଅନ୍ୟ କୌଣସି ପଏଣ୍ଟ କହିପାରିବେ । କିମ୍ବା ଆପଣ କୌଣସି ପଦ କିମ୍ବା ଚିତ୍ର ବିଷୟରେ କହିପାରିବେ । କିମ୍ବା ଆପଣ ବୁଝାଇପାରିବେ ଯେ କୌଣସି ତଥ୍ୟକୁ କିପରି ଲାଗୁ କରିବେ । ଆପଣ ଯେଉଁ ପାରାଗ୍ରାଫରେ ଉତ୍ତର ଦେବା ପାଇଁ ଚାହୁଁଛନ୍ତି, ହୁଏତ ଅନ୍ୟମାନେ ବି ତାʼପାଇଁ ହାତ ଉଠାଇବେ । ତେଣୁ ପୂରା ଲେଖାରେ ଗୋଟିଏରୁ ଅଧିକ ଉତ୍ତର ପ୍ରସ୍ତୁତ କରନ୍ତୁ । ଯଦି ଆମେ ନିଜ ଉତ୍ତର ୩୦ ସେକେଣ୍ଡ କିମ୍ବା ତାʼଠାରୁ କମ୍ ସମୟରେ ଦେବା, ତାହେଲେ ଅଧିକ ଲୋକମାନଙ୍କୁ “ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି” ଦେବାର ସୁଯୋଗ ମିଳିବ ।—ଏବ୍ରୀ ୧୩:୧୫.
ଗୀତ ଗାଇ: ଉତ୍ସାହର ସହ ଗୀତ ଗାଆନ୍ତୁ । (ଗୀତ ୧୪୭:୧) ହୁଏତ ଆପଣଙ୍କୁ ପ୍ରତ୍ୟେକ ସଭାରେ ଉତ୍ତର ଦେବା ପାଇଁ ସୁଯୋଗ ମିଳିବନି, ବିଶେଷ କରି ଯେବେ ଆପଣ ବଡ଼ ମଣ୍ଡଳୀରେ ଥାନ୍ତି । କିନ୍ତୁ ଆପଣ ପ୍ରତ୍ୟେକ ସଭାରେ ଗୀତ ନିଶ୍ଚୟ ଗାଇପାରିବେ । ହୁଏତ ଆପଣଙ୍କୁ ଲାଗିବ ଯେ ଆପଣ ଭଲ ଗୀତ ଗାଆନ୍ତିନି, ତଥାପି ଯଦି ଆପଣ ଗୀତ ଗାଇବା ପାଇଁ ପରିଶ୍ରମ କରିବେ, ତେବେ ଯିହୋବା ଖୁସି ହେବେ । (୨କରି ୮:୧୨) ସଭାରେ ଗୀତ ଗାଇବା ପାଇଁ ଆପଣ ପୂର୍ବରୁ ଘରେ ପ୍ରସ୍ତୁତି କରିପାରିବେ ।
ଅତୀତରୁ ଆଜି ଯାଏ—ଗୀତ ଏକ ଉପହାର, ଭାଗ ୧ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
କିଛି ସମୟ ପୂର୍ବେ ଯେବେ ଆମ ସଂଗଠନର ଆରମ୍ଭ ହେଲା, ତେବେ ଏହା କିପରି ଦେଖାଗଲା ଯେ ଯିହୋବାଙ୍କ ପ୍ରଶଂସାରେ ଗୀତ ଗାଇବା ଜରୁରୀ ଅଟେ ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୧.୧୧-ହି ଅଧ୍ୟୟନ ଲେଖା ୪୫ ¶୧୫-୨୪