इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୪-୧୦ ମାର୍ଚ୍ଚ

ଗୀତସଂହିତା ୧୬–୧୭

୪-୧୦ ମାର୍ଚ୍ଚ

ଗୀତ ୧୧୧ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ‘ଯିହୋବାଙ୍କ ବିନା ମୋହର କୌଣସି ମଙ୍ଗଳ ନାହିଁ’

(୧୦ ମି.)

ଯେଉଁମାନେ ଯିହୋବାଙ୍କ ସେବା କରନ୍ତି, ସେମାନଙ୍କ ସହ ସାଙ୍ଗ ହେଲେ ଆମକୁ ଖୁସି ମିଳେ (ଗୀତ ୧୬:୨, ୩; ପ୍ର୧୮.୧୨-ହି ପୃ ୨୬ ¶୧୧)

ଯେବେ ଯିହୋବାଙ୍କ ସହ ଆମ ସମ୍ପର୍କ ଭଲ ରହେ, ତେବେ ଆମକୁ ବହୁତ ଖୁସି ମିଳେ (ଗୀତ ୧୬:୫, ୬; ପ୍ର୧୪-ହି ୨/୧୫ ପୃ ୨୯ ¶୫)

ଯିହୋବା ସବୁବେଳେ ଆମ ନିକଟତର ଥାନ୍ତି, ଏହା ଜାଣି ଆମେ ସୁରକ୍ଷିତ ଅନୁଭବ କରୁ (ଗୀତ ୧୬:୮, ୯; ପ୍ର୦୮-ହି ୨/୧୫ ପୃ ୩ ¶୨-୩)

ଯିହୋବା ଆମର ମଙ୍ଗଳ ଚାହାନ୍ତି । ତେଣୁ ଯେବେ ଆମେ ତାଙ୍କ ଉପାସନାକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଉ, ତେବେ ଦାଉଦଙ୍କ ଭଳି ଆମେ ନିଜ ଜୀବନରେ ଖୁସି ରହୁ ।

ନିଜକୁ ପଚାରନ୍ତୁ: ‘ସତ୍ୟରେ ଆସିବା ପରେ ମୋ ଜୀବନ କିପରି ଆହୁରି ଭଲ ହୋଇଯାଇଛି ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୧୭:୮, ୯—“ଚକ୍ଷୁର ତାରା” ବାଇବଲରେ ଏହି ଶବ୍ଦଗୁଡ଼ିକର ଅର୍ଥ କʼଣ ଅଟେ ? (ଇନସାଇଟ୍‌-୨ ପୃ ୭୧୪)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୧ ମି.) ଘର ଘର ପ୍ରଚାର । ସ୍ମାରକର ନିମନ୍ତ୍ରଣ ପତ୍ର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୧)

୫. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ସ୍ମାରକର ନିମନ୍ତ୍ରଣ ପତ୍ର ଦିଅନ୍ତୁ । ଯଦି ଘରମାଲିକ ଆହୁରି ଜାଣିବା ପାଇଁ ଚାହାନ୍ତି, ତାହେଲେ ତାଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ଭିଡିଓ ବିଷୟରେ କହନ୍ତୁ ଓ ତାʼଉପରେ ଚର୍ଚ୍ଚା କରନ୍ତୁ । (ଶିଖାଇବା ଅଧ୍ୟୟନ ୯)

୬. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସ୍ମାରକର ନିମନ୍ତ୍ରଣ ପତ୍ର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୨)

୭. ବାଇବଲ ଅଧ୍ୟୟନ ସମୟରେ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୨୦

୮. ଆମେ ସ୍ମାରକ ପାଇଁ କିପରି ପ୍ରସ୍ତୁତ ହୋଇପାରିବା ?

(୧୫ ମି.) ଆଲୋଚନା ।

ଆମେ ଯୀଶୁଙ୍କ ଆଜ୍ଞା ମାନୁ, ତେଣୁ ୨୪ ମାର୍ଚ୍ଚ, ରବିବାର ଦିନ ଆମେ ତାଙ୍କ ମୃତ୍ୟୁ ଦିନକୁ ପାଳନ କରିବା । ଯୀଶୁଙ୍କ ବଳିଦାନ ଏହି କଥାର ବି ସବୁଠୁ ବଡ଼ ପ୍ରମାଣ ଅଟେ ଯେ ସେ ଓ ଯିହୋବା ଆମମାନଙ୍କୁ ବହୁତ ପ୍ରେମ କରନ୍ତି । (ଲୂକ ୨୨:୧୯; ଯୋହ ୩:୧୬; ୧୫:୧୩) ଆମେ ଏହି ବିଶେଷ ଦିନ ପାଇଁ କିପରି ପ୍ରସ୍ତୁତ ହୋଇପାରିବା ?

  • ଲୋକମାନଙ୍କୁ ବିଶେଷ ଭାଷଣ ଓ ସ୍ମାରକ ସଭାରେ ଡାକିବା ପାଇଁ, ରଖାଯାଇଥିବା ଅଭିଯାନରେ ଭାଗ ନେବା ପାଇଁ ପୂରା ଚେଷ୍ଟା କରନ୍ତୁ । ଚିହ୍ନା ପରିଚିତ ଲୋକମାନଙ୍କ ଗୋଟିଏ ସୂଚୀ ତିଆରି କରନ୍ତୁ ଓ ସେମାନଙ୍କୁ ବି ନିମନ୍ତ୍ରଣ ଦିଅନ୍ତୁ । ଯଦି କୌଣସି ବ୍ୟକ୍ତି ଅନ୍ୟ ଜାଗାରେ ରହନ୍ତି, ତେବେ jw.org ୱେବସାଇଟ୍‌ରେ ଦେଖନ୍ତୁ ଯେ ତାଙ୍କ ଜାଗାରେ ସ୍ମାରକ କେବେ ଓ କେଉଁଠି ପାଳନ କରାଯିବ

  • ମାର୍ଚ୍ଚ ଓ ଏପ୍ରିଲ୍‌ ମାସରେ ଅଧିକରୁ ଅଧିକ ପ୍ରଚାର ସେବାରେ ଭାଗ ନିଅନ୍ତୁ । କʼଣ ଆପଣ ୧୫ କିମ୍ବା ୩୦ ଘଣ୍ଟାର ସହଯୋଗୀ ଅଗ୍ରଦୂତ ସେବା କରିପାରିବେ ?

  • ମାର୍ଚ୍ଚ ୧୮ ତାରିଖ ଦିନରୁ ସେହି ବିଶେଷ ଘଟଣାଗୁଡ଼ିକ ବିଷୟରେ ବାଇବଲରୁ ପଢ଼ିବା ଆରମ୍ଭ କରନ୍ତୁ, ଯାହା ପୃଥିବୀରେ ଯୀଶୁଙ୍କ ଜୀବନର ଶେଷ ସପ୍ତାହରେ ଘଟିଥିଲା । ଏହା ପୃଷ୍ଠା ୬-୭ରେ “୨୦୨୪ ସ୍ମାରକ—ବାଇବଲ ପଠନର ସେଡ୍ୟୁଲ” ଭାଗରେ ଦିଆଯାଇଛି । ସେଥିରେ ପ୍ରତିଦିନ କିଛି ପଦ ଓ ତଥ୍ୟ ପଢ଼ିବା ପାଇଁ ପ୍ରୋତ୍ସାହନ ଦିଆଯାଇଛି । ଆପଣ ସେଥିରୁ କେତେ ପଢ଼ିବେ ତାହା ସ୍ଥିର କରିପାରିବେ

  • ସ୍ମାରକର ଦିନ jw.org ୱେବସାଇଟ୍‌ରେ ସକାଳ ଉପାସନାର ସେହି କାର୍ଯ୍ୟକ୍ରମ ଦେଖନ୍ତୁ, ଯାହା ବିଶେଷ କରି ସେହି ଦିନ ପାଇଁ ପ୍ରସ୍ତୁତ କରାଯାଇଛି

  • ସ୍ମାରକରେ ଆସିଥିବା ଅତିଥିମାନଙ୍କ ଓ ସେହି ଭାଇଭଉଣୀମାନଙ୍କ ସ୍ୱାଗତ କରନ୍ତୁ, ଯେଉଁମାନେ ଏବେ ସଭାଗୁଡ଼ିକରେ ଓ ପ୍ରଚାରରେ ଆସୁ ନାହାନ୍ତି । କାର୍ଯ୍ୟକ୍ରମ ପରେ ଯଦି କେହି କିଛି ପ୍ରଶ୍ନ ପଚାରନ୍ତି, ତେବେ ତାଙ୍କୁ ଉତ୍ତର ଦେବା ପାଇଁ ଚେଷ୍ଟା କରନ୍ତୁ । ସ୍ମାରକ ସଭାରେ ଆସିଥିବା ଲୋକମାନଙ୍କ ଆଗ୍ରହ ବଢ଼ାଇବା ପାଇଁ, ସେମାନଙ୍କ ସହ ପୁଣିଥରେ ଭେଟିବାର ବ୍ୟବସ୍ଥା କରନ୍ତୁ

  • ସ୍ମାରକର ପୂର୍ବେ ଓ ପରେ ଯୀଶୁଙ୍କ ମୁକ୍ତିର ମୂଲ୍ୟ ବିଷୟରେ ଭାବନ୍ତୁ

ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ଭିଡିଓ ଦେଖାନ୍ତୁ  ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

ସ୍ମାରକର ଅଭିଯାନରେ ଭାଗ ନେବା ସମୟରେ ଆମେ ଏହି ଭିଡିଓର ବ୍ୟବହାର କିପରି କରିପାରିବା ?

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୭୩ ଏବଂ ପ୍ରାର୍ଥନା