୧୭-୨୩ ମାର୍ଚ୍ଚ
ହିତୋପଦେଶ ୫
ଗୀତ ୧୨୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଅନୈତିକ ଯୌନ ସମ୍ପର୍କଠାରୁ ସବୁବେଳେ ଦୂରେଇ ରହନ୍ତୁ
(୧୦ ମି.)
ଅନୈତିକ ଯୌନ ସମ୍ପର୍କ ରଖିବା ପାଇଁ ପ୍ରଲୋଭନ ଆସିପାରେ (ହିତୋ ୫:୩; ପ୍ର୦୦-ହି ୭/୧୫ ପୃ ୨୯ ¶୧)
ଅନୈତିକ ଯୌନ ସମ୍ପର୍କ ରଖିବାର ବହୁତ ଖରାପ ପରିଣାମ ହୋଇଥାଏ (ହିତୋ ୫:୪, ୫; ପ୍ର୦୦-ହି ୭/୧୫ ପୃ ୨୯ ¶୨)
ଅନୈତିକ ଯୌନ ସମ୍ପର୍କଠାରୁ ସବୁବେଳେ ଦୂରେଇ ରହନ୍ତୁ (ହିତୋ ୫:୮; ପ୍ର୦୦-ହି ୭/୧୫ ପୃ ୨୯ ¶୫)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
-
ହିତୋ ୫:୯—ଅନୈତିକ ଯୌନ ସମ୍ପର୍କ ରଖିଲେ ଆପଣ କିପରି “ଆପଣା ଇଜ୍ଜତ” ହରାଇ ଦେବେ ? (ପ୍ର୦୦-ହି ୭/୧୫ ପୃ ୨୯ ¶୭)
-
ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ହିତୋ ୫:୧-୨୩ (ଶିଖାଇବା ଅଧ୍ୟୟନ ୫)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଏପରି ଜଣେ ବ୍ୟକ୍ତି ଯିଏ ବାଇବଲ ବିଷୟରେ ଜାଣି ନାହାନ୍ତି ତାଙ୍କୁ ସ୍ମାରକ ପାଇଁ ଡାକନ୍ତୁ ଏବଂ jw.org ୱେବସାଇଟ୍ରେ ଦେଖି କହନ୍ତୁ ଯେ ତାଙ୍କ ଅଞ୍ଚଳରେ ସ୍ମାରକର ସଭା କେଉଁଠି ରଖାଯାଇଛି । (ଲୋକଙ୍କୁ ପ୍ରେମ ପାଠ ୬ ପଏଣ୍ଟ ନଂ. ୪)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ଘର ଘର ପ୍ରଚାର । ଗତଥର ଆପଣ ଘରମାଲିକଙ୍କୁ ସ୍ମାରକର ନିମନ୍ତ୍ରଣ ଦେଇଥିଲେ ଓ ସେ ସେବିଷୟରେ ଆହୁରି ଜାଣିବା ପାଇଁ ଆଗ୍ରହ ଦେଖାଇଥିଲେ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)
୬. ବାଇବଲ ଅଧ୍ୟୟନ ସମୟରେ
(୫ ମି.) ଜୀବନ ବହି ପାଠ ୧୬: ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଓ ଲକ୍ଷ୍ୟ । ଯେବେ ବିଦ୍ୟାର୍ଥୀ ପଚାରନ୍ତି ଯେ କʼଣ ଯୀଶୁ ବିବାହିତ ଥିଲେ, ତେବେ ତାଙ୍କୁ ଏହା ଦେଖାନ୍ତୁ ଯେ ସେ କିପରି ଅନୁସନ୍ଧାନ କରି ଏହାର ଉତ୍ତର ଖୋଜିପାରିବେ । (ଲୋକଙ୍କୁ ପ୍ରେମ ପାଠ ୧୧ ପଏଣ୍ଟ ନଂ. ୪)
ଗୀତ ୧୨୧
୭. ଡେଟିଙ୍ଗ୍ କଲାବେଳେ କିପରି ପବିତ୍ର ରହିପାରିବେ
(୧୫ ମି.) ଆଲୋଚନା ।
ଯେବେ ଜଣେ ପୁଅ ଓ ଝିଅ ପରସ୍ପରକୁ ପସନ୍ଦ କରନ୍ତି ଓ ପରସ୍ପରକୁ ଭଲଭାବେ ଜାଣିବା ପାଇଁ ସମୟ ବିତାନ୍ତି, ତେବେ ତାହାକୁ ଡେଟିଙ୍ଗ୍ କୁହାଯାଏ । ଲୋକମାନେ ଭାବନ୍ତି ଯେ ସେହି ପୁଅ ଓ ଝିଅ ଅନ୍ୟମାନଙ୍କ ସାଙ୍ଗରେ ରହି କିମ୍ବା ଏକୁଟିଆରେ, ଅନ୍ୟମାନଙ୍କୁ ଜଣାଇ କିମ୍ବା ବିନା ଜଣାଇ, ସାମନାରେ ଭେଟି କିମ୍ବା ଫୋନ୍ରେ କିମ୍ବା ମେସେଜ ପଠାଇ ଡେଟିଙ୍ଗ୍ କରିପାରିବେ । ଆମେ ଡେଟିଙ୍ଗ୍ କେବଳ ମଜାମସ୍ତି ପାଇଁ କରି ନ ଥାଉ, ବରଂ ଏହା ଗୋଟିଏ ବହୁତ ବଡ଼ ପଦକ୍ଷେପ ଅଟେ ଯାହାଦ୍ୱାରା ଜଣେ ପୁଅ ଓ ଝିଅ ନିଷ୍ପତ୍ତି ନେଇପାରନ୍ତି ଯେ ସେମାନେ ପରସ୍ପରକୁ ବାହା ହେବେ ନା ନାହିଁ । ସେମାନଙ୍କ ବୟସ ଯେତେ ହୋଇଥିଲେ ବି ସେମାନେ ଡେଟିଙ୍ଗ୍ ସମୟରେ କେଉଁ କଥାଗୁଡ଼ିକର ଧ୍ୟାନ ରଖିପାରିବେ, ଯାହାଯୋଗୁଁ ସେମାନଙ୍କ ଦ୍ୱାରା କୌଣସି ଭୁଲ ନ ହୁଏ ।—ହିତୋ ୨୨:୩.
ବିବାହ ପାଇଁ ପ୍ରସ୍ତୁତି କିପରି କରିବା ?—ଭାଗ ୧: କʼଣ ମୁଁ ଡେଟିଙ୍ଗ୍ କରିବା ପାଇଁ ପ୍ରସ୍ତୁତ ?—ଉଦ୍ଧୃତାଂଶ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
ଯଦି କେହି ବିବାହ ପାଇଁ ପ୍ରସ୍ତୁତ ନାହାନ୍ତି, ତାହେଲେ ସେମାନଙ୍କୁ କାହିଁକି ଡେଟିଙ୍ଗ୍ କରିବା ଉଚିତ୍ ନୁହେଁ ? (ହିତୋ ୧୩:୧୨; ଲୂକ ୧୪:୨୮-୩୦)
-
ବାପାମାଆ ଯେପରି ଭାବେ ନିଜ ଝିଅକୁ ସାହାଯ୍ୟ କଲେ, ସେଥିରୁ ଆପଣଙ୍କୁ କେଉଁ କଥା ଭଲ ଲାଗିଲା ?
ହିତୋପଦେଶ ୨୮:୨୬ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
ଏକୁଟିଆରେ ଡେଟିଙ୍ଗ୍ କଲେ ଯେଉଁ ବିପଦ ଥାଏ, ତାହାକୁ ଡେଟିଙ୍ଗ୍ କରୁଥିବା ପୁଅ ଓ ଝିଅ ଆଗରୁ ଭାବିଲେ କʼଣ ଲାଭ ହୋଇପାରେ ?
-
ସେମାନେ ପରସ୍ପରକୁ କିପରି ପ୍ରେମ ଦେଖାଇପାରିବେ, ଏବିଷୟରେ ପୂର୍ବରୁ ସୀମା ନିର୍ଦ୍ଧାରିତ କରିବା କାହିଁକି ବୁଦ୍ଧିମାନୀ ହେବ ? ଯେପରି, ହାତ ଧରିବା କିମ୍ବା ଚୁମ୍ବନ ଦେବା ।
ଏଫିସୀୟ ୫:୩, ୪ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
ଫୋନ୍ କିମ୍ବା ଅନଲାଇନ୍ରେ କଥା ହେବା ସମୟରେ ସେମାନଙ୍କୁ କେଉଁ କଥାଗୁଡ଼ିକର ଧ୍ୟାନ ରଖିବା ଉଚିତ୍ ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୫ ଅଧ୍ୟୟନ ଲେଖା ୧୯ ¶୧୨-୨୦