୩-୯ ମାର୍ଚ୍ଚ
ହିତୋପଦେଶ ୩
ଗୀତ ୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଦେଖାନ୍ତୁ ଯେ ଆପଣ ଯିହୋବାଙ୍କ ଉପରେ ଭରସା କରନ୍ତି
(୧୦ ମି.)
ଯିହୋବାଙ୍କ ଉପରେ ବିଶ୍ୱାସ ବା ଭରସା କରନ୍ତୁ, ନିଜ ଉପରେ ନୁହେଁ (ହିତୋ ୩:୫; ବାଇବଲ ପଦଗୁଡ଼ିକର ଜ୍ଞାନ (ଇଂରାଜୀ) ପୃ ୧୪ ¶୪-୫)
ଯିହୋବାଙ୍କୁ ମାର୍ଗଦର୍ଶନ ମାଗନ୍ତୁ ଓ ତାହା ଅନୁସାରେ ପଦକ୍ଷେପ ନିଅନ୍ତୁ (ହିତୋ ୩:୬; ବାଇବଲ ପଦଗୁଡ଼ିକର ଜ୍ଞାନ (ଇଂରାଜୀ) ପୃ ୧୪ ¶୬-୭)
ନିଜ ବୁଦ୍ଧି ଓ ଦକ୍ଷତା ଉପରେ ଅତ୍ୟଧିକ ଭରସା କରନ୍ତୁ ନାହିଁ (ହିତୋ ୩:୭; ସେବା ସ୍କୁଲ (ହିନ୍ଦୀ) ପୃ ୭୬ ¶୪)
ନିଜକୁ ପଚାରନ୍ତୁ: ‘କʼଣ ମୁଁ ପ୍ରତ୍ୟେକ ମାମଲାରେ ଯିହୋବାଙ୍କ ମାର୍ଗଦର୍ଶନ ନିଏ ?’
୨. ବହୁମୂଲ୍ୟ ରତ୍ନ
(୧୦ ମି.)
-
ହିତୋ ୩:୯—ଆମେ ମଣ୍ଡଳୀକୁ ସହଯୋଗ କରିବା ପାଇଁ କେଉଁ କେଉଁ ଉପାୟରେ ନିଜ ପଇସା ଓ ଜିନିଷଗୁଡ଼ିକୁ ବ୍ୟବହାର କରିପାରିବା ? (ଜୀବନ ବହି ପାଠ ୫୫ ପଏଣ୍ଟ ନଂ. ୨)
-
ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ହିତୋ ୩:୧-୧୮ (ଶିଖାଇବା ଅଧ୍ୟୟନ ୧୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୫)
୫. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକୁ jw.org ୱେବସାଇଟ୍ ବିଷୟରେ କହନ୍ତୁ ଏବଂ ବାଇବଲରୁ ଶିଖନ୍ତୁ ସମ୍ପର୍କ କାର୍ଡ ଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)
୬. ଭାଷଣ
(୫ ମି.) ପ୍ର୧୧-ହି ୩/୧୫ ପୃ ୧୪ ¶୭-୧୦—ବିଷୟ: ଯେବେ ପ୍ରଚାରରେ ଲୋକମାନେ ଶୁଣନ୍ତି ନାହିଁ, ତେବେ ଯିହୋବାଙ୍କ ଉପରେ ଭରସା ରଖନ୍ତୁ । (ଶିଖାଇବା ଅଧ୍ୟୟନ ୨୦)
ଗୀତ ୧୨୪
୭. ଦେଖାନ୍ତୁ ଯେ ଆପଣ ଯିହୋବାଙ୍କ ସଂଗଠନ ଉପରେ ଭରସା କରନ୍ତି
(୧୫ ମି.) ଆଲୋଚନା ।
ଯେବେ ବାଇବଲରୁ କୌଣସି ନିର୍ଦ୍ଦେଶ ମିଳେ, ତେବେ ହୁଏତ ଆମକୁ ତାହା ଉପରେ ଭରସା କରିବା ସହଜ ଲାଗେ । କିନ୍ତୁ ଯେବେ ସଂଗଠନର କୌଣସି ଦାୟିତ୍ୱ ତୁଲାଉଥିବା ଅପରିପୂର୍ଣ୍ଣ ଭାଇ କିଛି ନିର୍ଦ୍ଦେଶ ଦିଅନ୍ତି, ତେବେ ହୁଏତ ତାହା ଉପରେ ଭରସା କରିବା କଠିନ ଲାଗେ । ଆଉ ବିଶେଷକରି ଯେବେ ସେହି ନିର୍ଦ୍ଦେଶ ଆମକୁ ବୁଝାପଡ଼େ ନାହିଁ କିମ୍ବା ଠିକ୍ ଲାଗେ ନାହିଁ ।
ମଲାଖି ୨:୭ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
ଆମକୁ କାହିଁକି ଏ କଥା ପାଇଁ ଆଶ୍ଚର୍ଯ୍ୟ ହେବା ଉଚିତ୍ ନୁହେଁ ଯେ ଯିହୋବା ଅପରିପୂର୍ଣ୍ଣ ଲୋକମାନଙ୍କ ଜରିଆରେ ନିଜ ଲୋକମାନଙ୍କୁ ମାର୍ଗଦର୍ଶନ ଦିଅନ୍ତି ?
ମାଥିଉ ୨୪:୪୫ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
ଯିହୋବାଙ୍କ ସଂଗଠନରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକ ଉପରେ ଆମେ କାହିଁକି ଭରସା କରିବା ଉଚିତ୍ ?
ଏବ୍ରୀ ୧୩:୧୭ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
ଆମକୁ କାହିଁକି ନେତୃତ୍ୱ ନେଉଥିବା ସେହି ଭାଇମାନଙ୍କ ନିର୍ଦ୍ଦେଶ ମାନିବା ଉଚିତ୍, ଯେଉଁମାନଙ୍କ ଉପରେ ଯିହୋବା ଭରସା କରନ୍ତି ?
୨୦୨୧ ପ୍ରଶାସନ ଦଳ ତରଫରୁ ଅପଡେଟ୍ ସଂ. ୯—ଉଦ୍ଧୃତାଂଶ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
କୋଭିଡ୍-୧୯ ମହାମାରୀ ସମୟରେ ଆମକୁ ଯେଉଁ ନିର୍ଦ୍ଦେଶ ମିଳିଲା, ସେଥିରୁ ସଂଗଠନ ଉପରେ ଆପଣଙ୍କ ଭରସା କିପରି ବଢ଼ିଛି ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୪ ଆପଣଙ୍କ ପ୍ରଶ୍ନ ପୃ ୩୦-୩୧