इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଚିଠି ଲେଖି ସାକ୍ଷ୍ୟ ଦେବାରେ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଚିଠି ଲେଖି ସାକ୍ଷ୍ୟ ଦେବାରେ

ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ପ୍ରେରିତ ପାଉଲ ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କ ସାହସ ବାନ୍ଧିବା ପାଇଁ ୧୪ଟି ଚିଠି ଲେଖିଥିଲେ । ସେମଧ୍ୟରୁ ଗୋଟିଏ ହେଉଛି, ପ୍ରଥମ କରିନ୍ଥୀୟ ନାମକ ବହି । ଯେତେବେଳେ ଆମେ କୌଣସି ଚିଠି ଲେଖୁ, ସେଥିରେ ଆମେ ବୁଝିବିଚାରି ଭଲ ଶବ୍ଦ ଲେଖିବା ଉଚିତ୍‌ । ଫଳରେ ଯାହାଙ୍କ ପାଖକୁ ଆମେ ଚିଠି ଲେଖୁଛୁ, ସେ ତାକୁ ବାରମ୍ବାର ପଢ଼ିପାରିବେ । ଚିଠି ଲେଖି ଆମେ ନିଜ ସମ୍ପର୍କୀୟ ଓ ଚିହ୍ନା ପରିଚିତ ଲୋକଙ୍କୁ ସାକ୍ଷ୍ୟ ଦେଇପାରିବା । ଆମେ ଏପରି ଲୋକଙ୍କୁ ମଧ୍ୟ ଚିଠି ଲେଖିପାରିବା, ଯେଉଁମାନଙ୍କୁ ଭେଟିବା ସମ୍ଭବ ହୋଇ ନ ଥାଏ । ଉଦାହରଣ ପାଇଁ— ଯେଉଁମାନେ ଆମ ବାର୍ତ୍ତାରେ ଆଗ୍ରହ ଦେଖାଇଛନ୍ତି, କିନ୍ତୁ ଘରେ ପ୍ରାୟ ନ ଥାʼନ୍ତି । ତାʼ ଛଡ଼ା, ଯେଉଁମାନେ କଡ଼ା ସୁରକ୍ଷା ଥିବା ଆପାର୍ଟମେଣ୍ଟରେ ରହନ୍ତି, କିମ୍ବା ଏପରି କଲୋନୀରେ ରହନ୍ତି, ଯେଉଁଠାରେ ଯିବା ପାଇଁ ଅନୁମତି ମିଳେ ନାହିଁ । କିମ୍ବା ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକମାନେ ମଧ୍ୟ । ଚିଠି ଲେଖିବା ସମୟରେ ଆମେ କେଉଁ କଥାଗୁଡ଼ିକୁ ମନେ ରଖିବା ଉଚିତ୍‌, ବିଶେଷ କରି ଅଜଣା ବ୍ୟକ୍ତିମାନଙ୍କୁ ଲେଖିବା ସମୟରେ?

ଏହା କିପରି କରିପାରିବା:

  • ଆପଣ ତାଙ୍କୁ ଭେଟିଥିଲେ ଯାହା କୁହନ୍ତେ, ଚିଠିରେ ତାହା ହିଁ ଲେଖନ୍ତୁ । ଆରମ୍ଭରେ ହିଁ ନିଜ ପରିଚୟ ଦିଅନ୍ତୁ ଏବଂ ସ୍ପଷ୍ଟ ଭାବେ ଜଣାନ୍ତୁ ଯେ ଆପଣ କାହିଁକି ଚିଠି ଲେଖୁଛନ୍ତି । ତାʼପରେ ଆପଣ ଏକ ପ୍ରଶ୍ନ ପଚାରିପାରନ୍ତି, ଯାହାଫଳରେ ଚିଠିକୁ ପଢ଼ୁଥିବା ବ୍ୟକ୍ତି ଜଣକ ଚିନ୍ତା କରିବାକୁ ବାଧ୍ୟ ହେବେ । ତାʼପରେ ଆପଣ ଆମ ୱେବସାଇଟ୍‌ ବିଷୟରେ ଉଲ୍ଲେଖ କରିପାରିବେ । ପବିତ୍ର ଶାସ୍ତ୍ରର ଅନଲାଇନ୍‌ କୋର୍ସ (ଓଡ଼ିଆରେ ଉପଲବ୍ଧ ନାହିଁ) କିମ୍ବା ଘରେ ବାଇବଲ ଅଧ୍ୟୟନ କରିବାର ବ୍ୟବସ୍ଥା ବିଷୟରେ ଜଣାଇପାରିବେ । ଆପଣ ଅଧ୍ୟୟନରେ ବ୍ୟବହୃତ ହେଉଥିବା କୌଣସି ପ୍ରକାଶନରେ ଥିବା କିଛି ଅଧ୍ୟାୟର ଶୀର୍ଷକ ଲେଖିପାରିବେ । ଲଫାପାରେ ଆପଣ ସମ୍ପର୍କ କାର୍ଡ଼, କୌଣସି ନିମନ୍ତ୍ରଣ ପତ୍ର, କିମ୍ବା କୌଣସି ଟ୍ରାକ୍ଟ ମଧ୍ୟ ରଖିପାରିବେ

  • ସଂକ୍ଷେପରେ ଲେଖନ୍ତୁ । ଏତେ ଲମ୍ବା ଚଉଡ଼ା ଲେଖନ୍ତୁ ନାହିଁ, ଯାହାଫଳରେ ବ୍ୟକ୍ତି ଜଣକ ପଢ଼ି ପଢ଼ି ଥକିଯିବେ ।—ଚିଠିର ନମୁନା ଦେଖନ୍ତୁ

  • ଚିଠିଟିକୁ ପଠାଇବା ପୂର୍ବରୁ ଭଲ ଭାବେ ପଢ଼ନ୍ତୁ, ଯାହାଫଳରେ କିଛି ଭୁଲ୍‌ ରହିବ ନାହିଁ ଏବଂ ଆପଣଙ୍କ ଲେଖା ପରିଷ୍କାର ରହିବ । ବୁଝିବିଚାରି ଭଲ କଥା ଲେଖନ୍ତୁ, ଯାହାଫଳରେ ବ୍ୟକ୍ତି ଜଣକ ବୁଝିପାରିବେ ଯେ ଆପଣ ତାଙ୍କର ମଙ୍ଗଳ ଚାହାନ୍ତି । ଧ୍ୟାନରେ ରଖନ୍ତୁ ଯେ ଆପଣ ଏମିତି କିଛି ଲେଖିବେ ନାହିଁ, ଯାହା ତାଙ୍କ ଭାବନାକୁ କଷ୍ଟ ଦେବ । ଲଫାପା ଉପରେ ଯେତେ ଟଙ୍କାର ଡାକ ଟିକଟ ଲାଗେ, ସେତେ ନିଶ୍ଚୟ ଲଗାନ୍ତୁ