इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବାଇବଲ ବିଦ୍ୟାର୍ଥୀମାନଙ୍କୁ ଭିଡିଓ ଦେଖାଇ ଶିଖାନ୍ତୁ

ବାଇବଲ ବିଦ୍ୟାର୍ଥୀମାନଙ୍କୁ ଭିଡିଓ ଦେଖାଇ ଶିଖାନ୍ତୁ

ଯେତେବେଳେ ଆମେ କାହାରିକୁ ଶିଖାଇବା ସମୟରେ ଭିଡିଓ କିମ୍ବା ଚିତ୍ର ଇତ୍ୟାଦି ଦେଖାଉ, ତାଙ୍କ ଆଗ୍ରହ ସୃଷ୍ଟି ହୁଏ, ସେ ଆମ କଥା ସହଜରେ ବୁଝିପାରନ୍ତି ଏବଂ ତାହା ମନେ ରଖିପାରନ୍ତି । ଆମ ମହାନ ଉପଦେଶକ ଯିହୋବା ମଧ୍ୟ ନିଜ ସେବକମାନଙ୍କୁ କିଛି ମହତ୍ତ୍ୱପୂର୍ଣ୍ଣ କଥା ଶିଖାଇବା ପାଇଁ ସୃଷ୍ଟି ଓ ଅନ୍ୟ ଜିନିଷଗୁଡ଼ିକ ଦେଖାଇଥିଲେ । (ଆଦି ୧୫:୫; ଯିରି ୧୮:୧-୬) ମହାନ ଶିକ୍ଷକ ଯୀଶୁ ମଧ୍ୟ ଏପରି କରିଥିଲେ । (ମାଥି ୧୮:୨-୬; ୨୨:୧୯-୨୧) ଗତ କିଛି ବର୍ଷରେ ପ୍ରମାଣିତ ହୋଇଛି ଯେ ଭିଡିଓ ଅଧିକ ଫଳପ୍ରଦ ହୋଇଥାଏ । କʼଣ ଆପଣ ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କୁ ଶିଖାଇବା ସମୟରେ ଭିଡିଓ ଦେଖାନ୍ତି?

ପରମେଶ୍ୱରଙ୍କ ତରଫରୁ ଖୁସିର ଖବର! ପୁସ୍ତିକାରୁ ଅଧ୍ୟୟନ କରିବା ସମୟରେ ବିଦ୍ୟାର୍ଥୀଙ୍କୁ ଦେଖାଇବା ପାଇଁ ଦଶଟି ଭିଡିଓ ପ୍ରସ୍ତୁତ କରାଯାଇଛି । ପୁସ୍ତିକାରେ ମୋଟା ଅକ୍ଷରେ ଦିଆଯାଇଥିବା ପ୍ରଶ୍ନ ହିଁ ଅଧିକାଂଶ ଭିଡିଓର ନାମ ଅଟେ । ଡିଜିଟାଲ୍‌ ଫର୍ମାଟ୍‌ରେ ଉପଲବ୍ଧ ପୁସ୍ତିକାରେ ଭିଡିଓଗୁଡ଼ିକର ଲିଙ୍କ୍‌ ମଧ୍ୟ ଦିଆଯାଇଛି, ଯାହାଫଳରେ ଆମର ମନେ ରହିବ ଯେ କେଉଁ ଭିଡିଓଟିକୁ କେଉଁ ସମୟରେ ଦେଖାଇବା । ଶିକ୍ଷା ଉପକରଣ ବକ୍ସରେ ଦିଆଯାଇଥିବା ଅନ୍ୟ ପ୍ରକାଶନଗୁଡ଼ିକରୁ ଅଧ୍ୟୟନ କରିବା ସମୟରେ ଆମେ ଅନ୍ୟ ଭିଡିଓଗୁଡ଼ିକ ଦେଖାଇପାରିବା ।

ଆପଣ ନିଜ ବିଦ୍ୟାର୍ଥୀଙ୍କୁ ଆଉ କେବେ କେବେ ଭିଡିଓ ଦେଖାଇପାରିବେ? ଯେତେବେଳେ ତାଙ୍କୁ ବାଇବଲର କୌଣସି ବିଷୟ ବୁଝିବାରେ କଷ୍ଟ ହୁଏ କିମ୍ବା ସେ କୌଣସି ସମସ୍ୟାର ସାମନା କରନ୍ତି, ସେତେବେଳେ ଆପଣ jw.org® ଓ JW ପ୍ରସାରଣ® ଯାଇ ଦେଖିପାରିବେ ଯେ ତାଙ୍କ ପରିସ୍ଥିତି ସହ ଜଡ଼ିତ କୌଣସି ଭିଡିଓ ଅଛି କି ନାହିଁ । ତାʼପରେ ହୁଏତ ଦୁହେଁ ମିଶି ଭିଡିଓ ଦେଖିପାରିବେ ଏବଂ ତାʼ ଉପରେ ଆଲୋଚନା କରିପାରିବେ ।

ପ୍ରତି ମାସ ଯେତେବେଳେ ନୂଆ ଭିଡିଓ ମୁକ୍ତିଲାଭ ହୁଏ, ସେଗୁଡ଼ିକୁ ଦେଖିବା ସମୟରେ ଭାବନ୍ତୁ ଯେ ଆପଣ ଅନ୍ୟମାନଙ୍କୁ ଶିଖାଇବା ସମୟରେ କେତେବେଳେ ସେହି ଭିଡିଓଗୁଡ଼ିକୁ ଦେଖାଇପାରିବେ ।