इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୧୨-୧୪

ଖ୍ରୀଷ୍ଟୀୟ ପ୍ରେମର ଅର୍ଥ କʼଣ?

ଖ୍ରୀଷ୍ଟୀୟ ପ୍ରେମର ଅର୍ଥ କʼଣ?

୧୨:୧୦, ୧୭-୨୧

ଯଦି କେହି ଆମ ପ୍ରତି ମନ୍ଦ ବ୍ୟବହାର କରନ୍ତି, ତେବେ ତାʼ ବଦଳରେ ଆମେ ତାଙ୍କ ପ୍ରତି ମନ୍ଦ ଆଚରଣ କରିବା ଉଚିତ୍‌ ନୁହେଁ । କେବଳ ଏତିକି ନୁହେଁ, ଆମେ ଖ୍ରୀଷ୍ଟିୟାନ ହୋଇଥିବାରୁ ତାଙ୍କ ପ୍ରତି ଦୟାର ସହ ବ୍ୟବହାର ଦେଖାଇବା ଆମର କର୍ତ୍ତବ୍ୟ । ବାଇବଲ କହେ, “ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାକୁ ଭୋଜନ କରାଅ; ଯଦି ସେ ତୃଷିତ ତେବେ ତାକୁ ପାନ କରାଅ; କାରଣ ଏହିପରି କଲେ ତୁମ୍ଭେ ତାʼର ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର ଗଦା କରିବ ।” (ରୋମୀ ୧୨:୨୦) ଆମ ସହ ମନ୍ଦ ବ୍ୟବହାର କରୁଥିବା ଲୋକମାନଙ୍କ ପ୍ରତି ମଧ୍ୟ ଯଦି ଆମେ ଦୟାର ସହ ବ୍ୟବହାର ଦେଖାଇବା, ତେବେ ସେମାନେ ନିଜ ବ୍ୟବହାରକୁ ନେଇ ଅନୁତାପ କରିପାରନ୍ତି ।

ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କୁ ଭଲ ବ୍ୟବହାର ଦେଖାନ୍ତି, ଯାହାଙ୍କୁ ଆପଣ ଅଜାଣତରେ କଷ୍ଟ ଦେଇଥିଲେ, ସେସମୟରେ ଆପଣଙ୍କୁ କିପରି ଲାଗିଲା?