इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ନେତ୍ରହୀନ ଲୋକଙ୍କୁ ସାକ୍ଷ୍ୟ ଦେବାରେ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ନେତ୍ରହୀନ ଲୋକଙ୍କୁ ସାକ୍ଷ୍ୟ ଦେବାରେ

ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ଘର ଘର ପ୍ରଚାର କରିବା ସମୟରେ ନେତ୍ରହୀନ ଲୋକଙ୍କ ସହିତ ଆମ ସାକ୍ଷାତ ବହୁତ କମ୍‌ ହୋଇଥାଏ, କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଅଜଣା ବ୍ୟକ୍ତିମାନଙ୍କ ସହ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ତେଣୁ ସେମାନଙ୍କୁ ସାକ୍ଷ ଦେବା ପାଇଁ ଆମକୁ କୁଶଳୀ ହେବା ଆବଶ୍ୟକ । ପ୍ରେମମୟ ପିତା ଯିହୋବା ନେତ୍ରହୀନ ଲୋକମାନଙ୍କ ପାଇଁ ବହୁତ ଚିନ୍ତା କରନ୍ତି । (ଲେବୀ ୧୯:୧୪) ଯିହୋବାଙ୍କ ଭଳି ଆମେ କିପରି ଦେଖାଇପାରିବା ଯେ ନେତ୍ରହୀନ ଲୋକମାନଙ୍କ ପାଇଁ ଆମେ ଚିନ୍ତା କରୁ ? ସେମାନଙ୍କୁ ଯିହୋବାଙ୍କ ମିତ୍ର ହେବା ପାଇଁ ସାହାଯ୍ୟ କରିବା ଦ୍ୱାରା ।

ଏହା କିପରି କରିପାରିବା:

  • ନେତ୍ରହୀନ ଲୋକମାନଙ୍କୁ ‘ଅନୁସନ୍ଧାନ କରନ୍ତୁ’ । (ମାଥି ୧୦:୧୧) କʼଣ ଆପଣ ଏପରି କୌଣସି ବ୍ୟକ୍ତିଙ୍କୁ ଜାଣନ୍ତି, ଯାହାଙ୍କ ପରିବାରର କୌଣସି ସଦସ୍ୟ ଦେଖିପାରନ୍ତି ନାହିଁ ? କʼଣ ଆପଣଙ୍କ ଅଞ୍ଚଳରେ ନେତ୍ରହୀନ ଲୋକମାନଙ୍କ ପାଇଁ କୌଣସି ଆଶ୍ରମ, ସ୍କୁଲ କିମ୍ବା ଅନ୍ୟ କିଛି ସୁବିଧାଗୁଡ଼ିକ ଅଛି, ଯାହା ସେମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ପ୍ରକାଶନ ନେବାକୁ ଚାହିଁବ ?

  • ବ୍ୟକ୍ତିଗତ ଆଗ୍ରହ ଦେଖାନ୍ତୁ । ଯଦି ଆପଣ କୌଣସି ନେତ୍ରହୀନ ବ୍ୟକ୍ତିଙ୍କୁ ଭଲ ବ୍ୟବହାର ଦେଖାଇବେ ଓ ସେମାନଙ୍କ ପ୍ରତି ଆଗ୍ରହ ଦେଖାଇବେ, ତେବେ ହୁଏତ ତାଙ୍କ ସଂକୋଚ ଦୂର ହୋଇଯିବ ଏବଂ ସେ ଆପଣଙ୍କ ସହ କଥା ହେବାକୁ ଚାହିଁବେ । ଆପଣଙ୍କ ଅଞ୍ଚଳରେ ସାଧାରଣତଃ ଲୋକେ ଯେଉଁ ବିଷୟରେ ଆଗ୍ରହ ଦେଖାନ୍ତି, ସେହି ବିଷୟରେ କଥାବାର୍ତ୍ତା ଆରମ୍ଭ କରନ୍ତୁ ।

  • ନେତ୍ରହୀନ ଲୋକଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ପ୍ରକାଶନ ଦିଅନ୍ତୁ । ଯେଉଁମାନେ ନେତ୍ରହୀନ କିମ୍ବା ଯେଉଁମାନଙ୍କୁ ଦେଖିବା ପାଇଁ କଷ୍ଟ ହୁଏ, ସେମାନଙ୍କ ପାଇଁ ସଂଗଠନ ଭିନ୍ନ ଭିନ୍ନ ଫର୍ମାଟ୍‌ରେ ପ୍ରକାଶନଗୁଡ଼ିକ ପ୍ରସ୍ତୁତ କରିଛି । ପ୍ରତ୍ୟୋକଙ୍କୁ ପଚାରନ୍ତୁ ଯେ ସେମାନେ କିପରି ଶଖିବା ପାଇଁ ଚାହାନ୍ତି ? ସେବା ଅଧ୍ୟକ୍ଷ ଏହା ପ୍ରତି ଧ୍ୟାନ ଦେବେ ଯେ ନେତ୍ରହୀନ ବ୍ୟକ୍ତିଙ୍କୁ ପ୍ରକାଶନର ଯେଉଁ ଫର୍ମାଟ୍‌ ଦରକାର, ପ୍ରକାଶନ ସେବକ ସେହି ଫର୍ମାଟ୍‌ ପାଇଁ ଅନୁରୋଧ କରିବେ ।