इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୯-୩୦

ଯାକୁବ ବିବାହ କଲେ

ଯାକୁବ ବିବାହ କଲେ

୨୯:୧୮-୨୮

ଯାକୁବ ଆଗରୁ ଜାଣି ନ ଥିଲେ ଯେ ବିବାହ କଲେ କେଉଁ କେଉଁ ସମସ୍ୟା ଆସିବ । ରାହେଲ ଓ ଲେୟା ପରସ୍ପରର ଶତ୍ରୁ ହୋଇଯାଇଥିଲେ । (ଆଦି ୨୯:୩୨; ୩୦:୧, ୮) ଏହି ସମସ୍ୟାଗୁଡ଼ିକ ସତ୍ତ୍ୱେ ଯାକୁବ ଦେଖିଲେ ଯେ ଈଶ୍ୱର ସର୍ବଦା ତାଙ୍କ ସହିତ ଅଛନ୍ତି । (ଆଦି ୩୦:୨୯, ୩୦, ୪୩) ଶେଷରେ ଯାକୁବଙ୍କ ବଂଶ ସମଗ୍ର ଇସ୍ରାଏଲ ରାଷ୍ଟ୍ର ହେଲେ ।—ରୂତ ୪:୧୧.

ଆଜିର ସମୟରେ ମଧ୍ୟ ଯଦି ଜଣେ ବ୍ୟକ୍ତି ବିବାହ କରିବା ପାଇଁ ନିଷ୍ପତ୍ତି ନିଏ, ତେବେ ତାକୁ ସମସ୍ୟାଗୁଡ଼ିକର ସାମନା କରିବାକୁ ହେବ । (୧କରି ୭:୨୮) କିନ୍ତୁ ସମସ୍ୟାଗୁଡ଼ିକ ସତ୍ତ୍ୱେ ଯିହୋବାଙ୍କ ଉପରେ ନିର୍ଭର ରହିଲେ ଏବଂ ବାଇବଲ ସିଦ୍ଧାନ୍ତଗୁଡ଼ିକୁ ଲାଗୁ କଲେ ସେ ନିଜ ବୈବାହିକ ଜୀବନକୁ ଖୁସିରେ ଭରିପାରିବ ।—ହିତୋ ୩:୫, ୬; ଏଫି ୫:୩୩.