ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମୁଁ କେଉଁମାନଙ୍କୁ ନିମନ୍ତ୍ରଣ କରିବି ?
ଲୋକେ ଆମ ସହିତ ସ୍ମାରକ ଦିବସ ପାଳନ କରିବେ, ତାʼପାଇଁ ପ୍ରତି ବର୍ଷ ଆମେ ନିମନ୍ତ୍ରଣ ଦେବା ପାଇଁ ଖୁବ୍ ପରିଶ୍ରମ କରିଥାଉ । ଯେଉଁମାନଙ୍କୁ ଆମେ ନିମନ୍ତ୍ରଣ ପତ୍ର ଦେଉ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଆମେ ପୂର୍ବରୁ ଜାଣି ନ ଥାଉ । କିନ୍ତୁ ଆମେ ଏପରି ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରିବା ଉଚିତ୍, ଯେଉଁମାନେ ଆମର ଚିହ୍ନା ପରିଚୟ ଅଟନ୍ତି । ପ୍ରାୟ ଦେଖାଯାଇଛି ଯେ ସ୍ମାରକକୁ ଏପରି ଲୋକେ ଆସନ୍ତି, ଯେଉଁମାନଙ୍କୁ ନିଜ ଚିହ୍ନା ପରିଚିତମାନଙ୍କଠାରୁ ନିମନ୍ତ୍ରଣ ମିଳେ । (ବାର୍ଷିକ ବହି୦୮-ଇଂ ପୃ ୧୧ ¶୩; ୧୪ ¶୧) ଆପଣ କେଉଁମାନଙ୍କୁ ସ୍ମାରକକୁ ନିମନ୍ତ୍ରଣ କରିବା ଉଚିତ୍ ?
-
ସମ୍ପର୍କୀୟମାନଙ୍କୁ
-
ସହକର୍ମୀ କିମ୍ବା ସହପାଠୀମାନଙ୍କୁ
-
ପଡ଼ୋଶୀମାନଙ୍କୁ
-
ନୂଆ ଓ ପୁରୁଣା ବାଇବଲ ବିଦ୍ୟାର୍ଥୀ ଏବଂ ପୁନଃସାକ୍ଷାତ କରୁଥିବା ବ୍ୟକ୍ତିମାନଙ୍କୁ
ଏହା ଛଡ଼ା, ପ୍ରାଚୀନମାନେ ଏପରି ଲୋକମାନଙ୍କୁ ନିମନ୍ତ୍ରଣ କରିବେ, ଯେଉଁମାନେ ପ୍ରଚାର କରିବା କିମ୍ବା ସଭାକୁ ଆସିବା ବନ୍ଦ କରି ଦେଇଛନ୍ତି । କିନ୍ତୁ ଆପଣ ଯଦି ଆପଣଙ୍କ ଅଞ୍ଚଳରେ ରହୁ ନ ଥିବା କୌଣସି ଚିହ୍ନା ପରିଚିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି, ତେବେ ଆପଣ କʼଣ କରିବେ ? ସେହି ବ୍ୟକ୍ତିଙ୍କ ଅଞ୍ଚଳରେ ସ୍ମାରକର ଠିକଣା ଓ ସମୟ ଜାଣିବା ପାଇଁ jw.org ୱେବସାଇଟ୍କୁ ଯାଆନ୍ତୁ ଏବଂ ମୁଖ୍ୟ ପେଜ୍ର ସବୁଠାରୁ ଉପରେ, ଆମ ବିଷୟରେ ବିଭାଗକୁ ଯାଇ “ସ୍ମାରକ ସମାରୋହ” ବାଛନ୍ତୁ । ଏ ବର୍ଷ ସ୍ମାରକ ସହ ଜଡ଼ିତ ପ୍ରସ୍ତୁତି କରିବା ସମୟରେ ଏପରି ବ୍ୟକ୍ତିମାନଙ୍କ ବିଷୟରେ ଭାବନ୍ତୁ, ଯେଉଁମାନଙ୍କୁ ଆପଣ ଡାକିବାକୁ ଚାହାନ୍ତି ଏବଂ ତାʼପରେ ସେମାନଙ୍କୁ ନିମନ୍ତ୍ରଣ ପତ୍ର ଦିଅନ୍ତୁ ।