इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପରିବାରରେ ପରସ୍ପରକୁ ପ୍ରେମ କରନ୍ତୁ

ପରିବାରରେ ପରସ୍ପରକୁ ପ୍ରେମ କରନ୍ତୁ

ପ୍ରେମ ପରିବାରରେ ସମସ୍ତଙ୍କୁ ପରସ୍ପର ସହିତ ବାନ୍ଧି ରଖୁଥିବା ଡୋରି ଅଟେ । ପ୍ରେମ ନ ଥିଲେ, ସେମାନଙ୍କ ମଧ୍ୟରେ ଏକତା ରହିବ ନାହିଁ ଏବଂ ସେମାନେ ପରସ୍ପରକୁ ସହଯୋଗ କରିବେ ନାହିଁ । ପତି, ପତ୍ନୀ ଓ ପିତାମାତାମାନେ କʼଣ କରିପାରିବେ, ଯାହାଫଳରେ ସମସ୍ତଙ୍କ ମଧ୍ୟରେ ପ୍ରେମ ରହିବ ?

ଯେଉଁ ପତି ନିଜ ପତ୍ନୀଙ୍କୁ ପ୍ରେମ କରନ୍ତି, ସେ ତାଙ୍କ ଆବଶ୍ୟକତାଗୁଡ଼ିକୁ ପୂରଣ କରିବେ ଏବଂ ତାଙ୍କ ଭାବନାଗୁଡ଼ିକୁ ଧ୍ୟାନରେ ରଖିବେ । (ଏଫି ୫:୨୮, ୨୯) ସେ ପରିବାରର ସଦସ୍ୟମାନଙ୍କ ପାଇଁ ଖାଇବା ଓ ପିନ୍ଧିବାର ବ୍ୟବସ୍ଥା କରିବେ ଏବଂ ଯିହୋବାଙ୍କ ସହ ଘନିଷ୍ଠ ସମ୍ପର୍କ ବଜାୟ ରଖିବା ପାଇଁ ସେମାନଙ୍କୁ ସାହାଯ୍ୟ କରିବେ । ସେ ଧ୍ୟାନ ଦେବେ ଯେ ପ୍ରତି ସପ୍ତାହ ପାରିବାରିକ ଉପାସନା ହେଉ । (୧ ତୀମ ୫:୮) ଯେଉଁ ପତ୍ନୀ ନିଜ ପତିଙ୍କୁ ପ୍ରେମ କରନ୍ତି, ସେ ତାଙ୍କ ଅଧୀନରେ ରହିବେ ଏବଂ ତାଙ୍କୁ “ଭକ୍ତି [ଗଭୀର ଆଦର]” କରିବେ । (ଏଫି ୫:୨୨, ୩୩; ୧ପିତ ୩:୧-୬) ପତିପତ୍ନୀ ପରସ୍ପରର ଭୁଲଗୁଡ଼ିକୁ ହୃଦୟରୁ କ୍ଷମା କରିବା ଉଚିତ୍‌ । (ଏଫି ୪:୩୨) ଯେଉଁ ପିତାମାତା ନିଜ ପିଲାଙ୍କୁ ପ୍ରେମ କରନ୍ତି, ସେମାନେ ନିଜ ପ୍ରତ୍ୟେକ ପିଲାର ଯତ୍ନ ନେବେ ଏବଂ ଯିହୋବାଙ୍କୁ ପ୍ରେମ କରିବା ତାକୁ ଶିଖାଇବେ । (ଦ୍ୱିବି ୬:୬, ୭; ଏଫି ୬:୪) ସେମାନେ ଧ୍ୟାନ ଦେବେ ଯେ ପିଲାଙ୍କୁ ସ୍କୁଲରେ କେଉଁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ ଏବଂ ଅନ୍ୟ ପିଲାମାନେ ସେମାନଙ୍କୁ ଭୁଲ କାମ କରିବା ପାଇଁ ପ୍ରଲୋଭିତ କଲେ ସେମାନେ କʼଣ କରନ୍ତି । ସମସ୍ତଙ୍କ ମଧ୍ୟରେ ପ୍ରେମ ଥିଲେ ପୂରା ଘର ଖୁସିରେ ଭରିଯିବ । କାହାରିକୁ କିଛି ଡର ଓ ଚିନ୍ତା ରହିବ ନାହିଁ ।

ନିଜ ପରିବାରକୁ ପ୍ରେମ କରିବା ଜାରି ରଖନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଯେଉଁ ପତି ନିଜ ପତ୍ନୀଙ୍କୁ ପ୍ରେମ କରନ୍ତି, ସେ କିପରି ତାଙ୍କ ଭାବନାଗୁଡ଼ିକୁ ଧ୍ୟାନରେ ରଖିବେ ?

  • ଯେଉଁ ପତ୍ନୀ ନିଜ ପତିଙ୍କୁ ପ୍ରେମ କରନ୍ତି, ସେ କିପରି ତାଙ୍କୁ ଗଭୀର ଆଦର କରିବେ ?

  • ଯେଉଁ ପିତାମାତା ନିଜ ପିଲାଙ୍କୁ ପ୍ରେମ କରନ୍ତି, ସେମାନେ ଈଶ୍ୱରଙ୍କ ବାକ୍ୟ ପିଲାମାନଙ୍କ ହୃଦୟରେ କିପରି ରଖିବେ ?