इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବା ପ୍ରେମ କରୁଥିବାରୁ ଆମକୁ ସୁଧାରନ୍ତି

ଯିହୋବା ପ୍ରେମ କରୁଥିବାରୁ ଆମକୁ ସୁଧାରନ୍ତି

ଯେତେବେଳେ ଆମେ କିଛି ଭୁଲ କରୁ, ଯିହୋବା ଆମକୁ ସୁଧାରନ୍ତି । ସେ ବେଳେ ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ କରନ୍ତି । ଏହା ଆମକୁ ଶିକ୍ଷା ଦେବାର ଏକ ପଦ୍ଧତି । ସେ ଶିଖାଉଥିବା ପଦ୍ଧତି ଅନୁସାରେ ଉପାସନା କରିବା ପାଇଁ ଯିହୋବା ଆମକୁ ସୁଧାରନ୍ତି । (ରୋମୀ ୧୨:୧; ଏବ୍ରୀ ୧୨:୧୦, ୧୧) ଆମକୁ ସୁଧାରିବା ସମୟରେ ବେଳେ ବେଳେ ଆମକୁ ଦୁଃଖ ଲାଗିପାରେ । କିନ୍ତୁ ଏହାର ପରିଣାମ ଭଲ ହୁଏ ଏବଂ ଆମର ହିଁ ଲାଭ ହୁଏ ।—ହିତୋ ୧୦:୭.

ଯେଉଁମାନେ ସୁଧାର କରାନ୍ତି— ପ୍ରାଚୀନ, ବାପାମାଆ ଓ ଅନ୍ୟମାନେ ଚେଷ୍ଟା କରିବା ଉଚିତ୍‌ ଯେ ଯେତେବେଳେ ସେମାନେ କାହାରିକୁ ସୁଧାରନ୍ତି, ସେମାନେ ଯିହୋବାଙ୍କ ଭଳି ପ୍ରେମର ସହ ଏପରି କରନ୍ତୁ । (ଯିରି ୪୬:୨୮) ଯଦି କାହାରି ସହ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ପଡ଼େ, ତଥାପି ପ୍ରେମର ସହ କରିବା ଉଚିତ୍‌ ଏବଂ ଯେତେ ଦରକାର ସେତେ କଠୋର ହେବା ଉଚିତ୍‌ ।—ତୀତ ୧:୧୩.

ଯାହାକୁ ସୁଧାର କରାଯାଏ— ଆମକୁ ସୁଧାରିବା ପାଇଁ ଯାହା ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଏ, ଆମେ ଅସ୍ୱୀକାର କରିବା ଉଚିତ୍‌ ନୁହେଁ, ବରଂ ତୁରନ୍ତ ତାʼ ଅନୁସାରେ କାମ କରିବା ଉଚିତ୍‌ । (ହିତୋ ୩:୧୧, ୧୨) ଆମେ ମଣିଷମାନେ ସମସ୍ତେ ଭୁଲ କରୁ, ତେଣୁ ଆମକୁ କୌଣସି ନା କୌଣସି ଉପାୟରେ ସୁଧାର କରାଯାଏ । ଆମେ ବାଇବଲରେ ଯାହା ପଢ଼ୁ ଏବଂ ସଭାରେ ଯାହା ଶୁଣୁ, ସେଥିରୁ ଆମେ ଅନୁଭବ କରୁ ଯେ କୌଣସି ମାମଲାରେ ଆମକୁ ସୁଧାର କରିବାର ଅଛି । ଆବଶ୍ୟକ ପଡ଼ିଲେ ନ୍ୟାୟିକ ସମିତି ଆମ ସହ କାର୍ଯ୍ୟାନୁଷ୍ଠାନ କରିପାରେ । ନିଜ ଭୁଲ ସ୍ୱୀକାର କରି ସୁଧାର କଲେ ଆଜି ଆମେ ଭଲ ଜୀବନ ପାଇବା ଏବଂ ଭବିଷ୍ୟତରେ ଅନନ୍ତ ଜୀବନ ପାଇବା।—ହିତୋ ୧୦:୧୭.

“ଯିହୋବା ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି” ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • କେନନଙ୍କ ଜୀବନ ଛୋଟ ବେଳେ କିପରି ଥିଲା ? ତାʼପରେ କʼଣ ହେଲା ?

  • ଯିହୋବା ତାଙ୍କୁ ପ୍ରେମର ସହ କିପରି ସୁଧାରିଲେ ?

  • ଯେବେ ଯିହୋବା ସୁଧାରନ୍ତି, ଖୁସିରେ ସ୍ୱୀକାର କରନ୍ତୁ

    ତାଙ୍କ ଅନୁଭୂତିରୁ ଆମେ କʼଣ ଶିଖୁ ?