इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ମଦ ପିଇବା ମାମଲାରେ ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ

ମଦ ପିଇବା ମାମଲାରେ ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ

ପ୍ରତ୍ୟେକ ଖ୍ରୀଷ୍ଟିୟାନ ମଦ ପିଇବା ମାମଲାରେ ସଂଯମ ରଖିବା ଉଚିତ୍‌ । (ହିତୋ ୨୩:୨୦, ୨୯-୩୫; ୧କରି ୬:୯, ୧୦) ଯଦି ଜଣେ ଖ୍ରୀଷ୍ଟିୟାନ ମଦ ପିଇବାକୁ ଚାହାନ୍ତି, ତେବେ ତାଙ୍କୁ ସୀମା ଭିତରେ ରହି ପିଇବା ଉଚିତ୍‌ । ସେ ମଦ ଉପରେ ଏତେ ନିର୍ଭର ହେବା ଉଚିତ୍‌ ନୁହେଁ ଯେ ସେ ନ ପିଇ ରହିପାରିବେ ନାହିଁ ଏବଂ ଅନ୍ୟମାନଙ୍କ ବିଶ୍ୱାସର ବାଧାର କାରଣ ହେବେ । (୧କରି ୧୦:୨୩, ୨୪; ୧ ତୀମ ୫:୨୩) ଆମେ କାହାରିକୁ ମଧ୍ୟ ମଦ ପିଇବା ପାଇଁ ବାଧ୍ୟ କରିବା ଉଚିତ୍‌ ନୁହେଁ, ବିଶେଷ କରି ଛୋଟ ପିଲାମାନଙ୍କୁ ।

ମଦ ପିଇବା ପୂର୍ବରୁ ଭାବନ୍ତୁ ପରିଣାମ ବିଷୟରେ ନାମକ ହ୍ୱାଇଟ୍‌ବୋର୍ଡ କାର୍ଟୁନ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ମଦ ପିଇବା ମାମଲାରେ ସବୁ ଖ୍ରୀଷ୍ଟିୟାନମାନେ ସରକାରଙ୍କ ନିୟମ କାହିଁକି ମାନିବା ଉଚିତ୍‌ ?—ରୋମୀ ୧୩:୧-୪

  • ଯଦି କେହି ଆମକୁ ମଦ ପିଇବା ପାଇଁ ଚାପ ପକାନ୍ତି, ତେବେ ଆମେ କାହିଁକି ମନା କରିଦେବା ଉଚିତ୍‌ ?—ରୋମୀ ୬:୧୬

  • ମଦ ପିଇବାର ଖରାପ ପରିଣାମରୁ ଆମେ କିପରି ରକ୍ଷା ପାଇପାରିବା ?