ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଏହି ‘ଶେଷକାଳର’ ଶେଷକାଳରେ ପ୍ରସ୍ତୁତ ରହନ୍ତୁ
ଆମେ ‘ଶେଷକାଳର’ ଶେଷକାଳରେ ବଞ୍ଚୁଛୁ । ତେଣୁ ସମସ୍ୟାଗୁଡ଼ିକ ଆହୁରି ବଢ଼ି ବଢ଼ି ଯିବ । [୨ତୀମ ୩:୧; ମାଥି ୨୪:୮ ଉପରେ ଅଧ୍ୟୟନ ତଥ୍ୟ (ହିନ୍ଦୀ)] ଯେତେବେଳେ ନଈବଢ଼ି କିମ୍ବା ଭୂମିକମ୍ପ ଭଳି ବିପତ୍ତି ଆସେ, ସଂଗଠନ ଆମକୁ କହେ ଯେ ଜୀବନ ରକ୍ଷା କରିବା ପାଇଁ ଆମେ କʼଣ କରିବା ଉଚିତ୍ । ଆମେ ଏବେଠାରୁ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍ କରିବା ଉଚିତ୍ ଏବଂ ବ୍ୟବହାରିକ ପଦକ୍ଷେପ ନେବା ଉଚିତ୍ । ଯଦି ଆମେ ଏବେଠାରୁ ସଂଗଠନର ପରାମର୍ଶକୁ ମାନି ପ୍ରସ୍ତୁତ ରହିବା, ତେବେ ବିପତ୍ତି ଆସିଲେ ରକ୍ଷା ପାଇପାରିବା ।—ଲୂକ ୧୬:୧୦.
-
ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍ କରନ୍ତୁ: ବାଇବଲ ପଢ଼ିବା ଓ ବ୍ୟକ୍ତିଗତ ଅଧ୍ୟୟନ କରିବାର ଭଲ ଅଭ୍ୟାସ ରଖନ୍ତୁ । ଭିନ୍ନ ଭିନ୍ନ ଉପାୟରେ ପ୍ରଚାର କରିବା ଶିଖନ୍ତୁ । ଯଦି ଆପଣ କିଛି ସମୟ ପାଇଁ ଭାଇଭଉଣୀମାନଙ୍କ ସହ ଭେଟିପାରିବେ ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । (ଯିଶା ୩୦:୧୫) ଯିହୋବା ଓ ଯୀଶୁ ସବୁବେଳେ ଆପଣଙ୍କ ସହ ରହିବେ ।—ସଙ୍ଗଠିତ (ହିନ୍ଦୀ) ପୃ ୧୭୬ ¶୧୫-୧୭
-
ପଦକ୍ଷେପ ନିଅନ୍ତୁ: ଏକ ବ୍ୟାଗ୍ରେ ଜରୁରୀ ଜିନିଷଗୁଡ଼ିକ ରଖନ୍ତୁ । ଏହାଛଡ଼ା, ନିଜ ପରିବାର ପାଇଁ ସବୁବେଳେ ଯଥେଷ୍ଟ ପରିମାଣର ଖାଇବା ଜିନିଷ, ପାଣି, ଔଷଧ ଓ ଅନ୍ୟାନ୍ୟ ଜରୁରୀ ଜିନିଷଗୁଡ଼ିକ ହେବା ଉଚିତ୍ । ଯଦି ହଠାତ୍ କୌଣସି ବିପତ୍ତି ଆସେ ଏବଂ ଆପଣଙ୍କୁ କୌଣସି ଜାଗାରେ ରହିବାକୁ ପଡ଼େ, ତେବେ ଏହି ଜିନିଷଗୁଡ଼ିକ ଯଥେଷ୍ଟ ସମୟ ଧରି କାମରେ ଆସିବ ।—ହିତୋ ୨୨:୩; ସଜା୧୭-ହି ସଂ.୫ ପୃ ୪, ୬
ପ୍ରାକୃତିକ ବିପତ୍ତିର ସାମନା କରିବାକୁ କʼଣ ଆପଣ ପ୍ରସ୍ତୁତ ଅଛନ୍ତି ? ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ବିପତ୍ତିର ସାମନା କରିବା ପାଇଁ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଆମେ କିପରି ମଜବୁତ୍ କରିପାରିବା ?
-
ଆମେ ପ୍ରାଚୀନମାନଙ୍କ ସମ୍ପର୍କରେ କାହିଁକି ରହିବା ଉଚିତ୍ ?
-
ଆମେ ଜରୁରୀକାଳୀନ ବ୍ୟାଗ୍ କାହିଁକି ପ୍ରସ୍ତୁତ ରଖିବା ଉଚିତ୍ ?
-
ଆମେ ପରିବାର ସହ ଏହା କାହିଁକି ଆଲୋଚନା କରିବା ଯେ ଆମ ଅଞ୍ଚଳରେ କେଉଁ ବିପତ୍ତିଗୁଡ଼ିକ ଆସିପାରେ ଏବଂ ଏପରି ପରିସ୍ଥିତିରେ ଆମେ କʼଣ କରିବା ?
-
ଯେଉଁଠାରେ ବିପତ୍ତି ଆସିଛି, ସେଠାକାର ଭାଇଭଉଣୀମାନଙ୍କ ପାଇଁ ଆମେ କେଉଁ ତିନୋଟି କାମ କରିପାରିବା ?
ନିଜକୁ ପଚାରନ୍ତୁ, ‘କରୋନା ମହାମାରୀ ମୋତେ କʼଣ ଶିଖାଇଲା ? ମୁଁ ପ୍ରତ୍ୟେକ ବିପତ୍ତି ପାଇଁ ଆଗରୁ କିପରି ପ୍ରସ୍ତୁତ ରହିବା ଉଚିତ୍ ?’